ଭୁବନେଶ୍ବର:ଜାତୀୟ କ୍ରୀଡାରେ ଚମକିଲେ ଓଡିଆ ଖେଳାଳି । ଗୋଟିଏ ଦିନରେ ହାତେଇଲେ 3 ପଦକ । ଗୋଆରେ ଚାଲିଥିବା ଜାତୀୟ କ୍ରୀଡାର ପ୍ରଥମ ଦିନରେ ଓଡିଶାକୁ 3ଟି ପଦକ ମିଳିଛି । 3 ପଦକ ହାତେଇଲେ 3 ଓଡିଆ ଝିଅ । ସେଥିରେ ଗୋଟିଏ ସ୍ବର୍ଣ୍ଣ ପଦକ ସହ 2ଟି ବ୍ରୋଞ୍ଜ ପଦକ ରହିଛି । ପ୍ରଣତି ନାୟକ ଜିମ୍ନାଷ୍ଟିକରେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ମହିଳା ଭାରଉତ୍ତୋଳନରେ ଝିଲି ଦଳବେହେରା ଓ ସ୍ନେହା ସୋରେନ ବ୍ରୋଞ୍ଚ ପଦକ ଜିତିଛନ୍ତି ।
ନ୍ୟାସନାଲ ଗେମ୍ସରେ ସ୍ବର୍ଣ୍ଣ ଜିତି ଚମକିଛନ୍ତି ଓଡିଶା ଝିଅ ପ୍ରଣତି ନାୟକ । ସେ ମହିଳା ଆର୍ଟିଷ୍ଟିକ ଜିମ୍ନାଷ୍ଟିକରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଚୀନରେ 19ତମ ଏସ୍ରୀୟ କ୍ରୀଡାରେ ଭାଗ ନେଇଥିଲେ ପ୍ରଣତି ମାତ୍ର ସଫଳ ହୋଇନଥିଲେ । ଜାତୀୟ କ୍ରୀଡାରେ ସ୍ବର୍ଣ୍ଣ ଜିତି ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି । ପ୍ରଥମ ଦିନରେ 3 ପଦକ ଜିତି ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ସ୍ନେହା, ପ୍ରଣତି ଓ ଝିଲି । ଏ ନେଇ 3 ଜଣଙ୍କୁ ରାଜ୍ୟ କ୍ରୀଡା ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛି ।
ଏହା ବି ପଢନ୍ତୁ...Asian Para Games: ପୂର୍ବ ରେକର୍ଡ ଭାଙ୍ଗି ଇତିହାସ ରଚିଲା ଭାରତ, ପଦକ ସଂଖ୍ୟା 73ରେ ପହଞ୍ଚିଲା