ଓଡିଶା

odisha

ETV Bharat / sports

'ମେରୀ କମ ନୁହଁନ୍ତି, ଲଢେଇ ବ୍ୟବସ୍ଥା ବିରୋଧରେ'

ଅଲମ୍ପିକ କ୍ବାଲିଫାୟର ଟ୍ରାଏଲ ମ୍ୟାଚରେ ପୂର୍ବତନ ଜୁନିୟର ବିଶ୍ବ ଚମ୍ପିଆନ ମହିଳା ବକ୍ସର ନିଖତ ଜରୀନ, 6ଥରର ବିଶ୍ବ ଚମ୍ପିଆନ ମେରୀ କମଙ୍କ ଠାରୁ ପରାସ୍ତ ହେବାପରେ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଲଢେଇ ମେରୀ କମଙ୍କ ବିରୋଧରେ ନୁହେଁ, କି ଭାରତୀୟ ବକ୍ସିଂ ଫେଡେରେସନ ବିରୋଧରେ ନୁହେଁ, କେବଳ ବ୍ୟବସ୍ଥା ବିରୋଧରେ" । ଅଧିକ ପଢନ୍ତୁ...

By

Published : Dec 30, 2019, 4:43 AM IST

Nikhat Zareen vs Mary Kom
ଲଢେଇ ବ୍ୟବସ୍ଥା ବିରୋଧରେ

ହାଇଦ୍ରାବାଦ: ବିବାଦରେ ପୂର୍ବତନ ଜୁନିୟର ବିଶ୍ବ ଚମ୍ପିଆନ ମହିଳା ବକ୍ସର ନିଖତ ଜରୀନ । ଅଲମ୍ପିକ କ୍ବାଲିଫାୟର ଟ୍ରାଏଲ ମ୍ୟାଚରେ 6ଥରର ବିଶ୍ବ ଚମ୍ପିଆନ, ମେରୀ କମଙ୍କ ଠାରୁ ପରାସ୍ତ ହୋଇଛନ୍ତି ନିଖତ । ତେବେ ମ୍ୟାଚ ଶେଷ ପରେ ନିଖତଙ୍କ ସହ ହାତ ମିଳାଇନଥିଲେ ମେରୀ ।

ମେରୀ କମ- ନିଖତ ଜରୀନ

ବେଶ କିଛି ଦିନ ହେବ 2 ଭାରତୀୟ ମହିଳା ବକ୍ସରଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି । ପୂର୍ବରୁ ଅଲମ୍ପିକ କ୍ବାଲିଫାୟର ଟ୍ରାଏଲ ମ୍ୟାଚ ମେରୀ କମଙ୍କ ବିପକ୍ଷରେ ଖେଳିବାକୁ ଅପିଲ କରିଥିଲେ ନିଖତ । ତେବେ ମ୍ୟାଚରେ ପରାସ୍ତ ହେବାପରେ 23 ବର୍ଷୀୟ ନିଖତ କହିଛନ୍ତି ତାଙ୍କ ପାଇଁ ଏସବୁ ନୂଆ । ମେରୀ କମଙ୍କ ଭଳି ଏତେ ବଡ ଅଭିଜ୍ଞ ବକ୍ସର ଏଭଳି ପ୍ରତିକ୍ରିୟାଶୀଳ ହେବେ ସେ ଆଦୌ ଭାବିନଥିଲେ । ମେରୀ ତାଙ୍କ ଉପରେ ରାଗିବେ ଏବଂ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କୁ ଏନେଇ ଚିଠି ଲେଖିବେ ବୋଲି ମଧ୍ୟ ଚିନ୍ତା କରିନଥିଲେ ।

ନିଖତ ଜରୀନ ଗଣମାଧ୍ୟମକୁ କହିଛନ୍ତି ମୋର ଭୁଲ କଣ ? ମୁଁ କେବଳ କହିଥିଲି ପ୍ରତିଟି ପ୍ରତିଯୋଗୀତା ପୂର୍ବରୁ ଉପଯୁକ୍ତ ଟ୍ରାଏଲ ହେବାର ଆବଶ୍ୟତକା ରହିଛି । ମୋର ଲଢେଇ ମେରୀ କମଙ୍କ ବିରୋଧରେ ନୁହେଁ, କି ଭାରତୀୟ ବକ୍ସିଂ ଫେଡେରେସନ ବିରୋଧରେ ନୁହେଁ, କେବଳ ବ୍ୟବସ୍ଥା ବିରୋଧରେ" ।

ABOUT THE AUTHOR

...view details