ନୂଆଦିଲ୍ଲୀ:ଭାରତର ସରକାର ଗତ ଚାରି ବର୍ଷ(୨୦୧୭-୧୮ - ୨୦୨୧-୨୨) ମଧ୍ୟରେ ଭାରତୀୟ ପାରାଲମ୍ପିକ୍ କମିଟି(PCI)କୁ ଦେଇଛନ୍ତି ୩୨ କୋଟିରୁ ଅଧିକ ଅର୍ଥରାଶି । ଜାତୀୟ କ୍ରୀଡା ସଂଘକୁ ସହାୟତା ଯୋଜନାରେ ଏହି ଅର୍ଥ ପ୍ରଦାନ କରିଛନ୍ତି ସରକାର । ଏନେଇ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ସଂସଦରେ ସୂଚନା ଦେଇଛନ୍ତି ।
ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଠାକୁର ଗୃହକୁ ସୂଚିତ କରିଛନ୍ତି ଯେ, ୧୦.୫୦ କୋଟି ଟଙ୍କା ଗତ ପାରାଲମ୍ପିକ୍ ସାଇକେଲ୍ରେ ଖର୍ଚ୍ଚ ହୋଇଛି । ପାରା ଆଥଲେଟ୍ଙ୍କ ପାଇଁ ଭାରତ ସରକାରଙ୍କ ଯୋଜନା ଟାର୍ଗେଟ ଅଲମ୍ପିକ ପୋଡିୟମ ସ୍କିମ୍(TOPS) ଅନ୍ତର୍ଗତ ଏହି ଅର୍ଥ ଖର୍ଚ୍ଚ ହୋଇଛି ।
"ଆର୍ଥିକ ସହାୟତା ପ୍ରଦାନରେ ସରକାର ପାରା ସ୍ପୋର୍ଟ୍ସକୁ ପ୍ରାଥମିକତା ଆଧାରରେ ଅର୍ଥ ପ୍ରଦାନ କରିଛନ୍ତି । ଦେଶର ପାରା ଆଥଲେଟ୍ଙ୍କ ଉପଯୁକ୍ତ ଟ୍ରେନିଂ, କ୍ୟାମ୍ପ୍ ଓ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତ କରିବାକୁ ଏବହି ଅର୍ଥ ବିନିଯୋଗ କରିଛନ୍ତି ।" ଏକ ବିବୃତିରେ ଏହା କହିଛନ୍ତି କ୍ରୀଡାମନ୍ତ୍ରୀ ।