ଓଡିଶା

odisha

ETV Bharat / sports

ମିଶନ ଅଲମ୍ପିକ: କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ଆମେରିକାରେ ନେବେ ଟ୍ରେନିଂ - ମିଶନ ଅଲମ୍ପିକ

କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ଆମେରିକାରେ ମାସକ ପାଇଁ ଟ୍ରେନିଂ ନେବେ । ସେ ତାଙ୍କ କୋଚ ଓ ଫିଜିଓଙ୍କ ସହ ଆମେରିକା ଗସ୍ତ କରିବେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ମିଶନ ଅଲମ୍ପିକ: କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ଆମେରିକାରେ ନେବେ  ଟ୍ରେନିଙ୍ଗ
ମିଶନ ଅଲମ୍ପିକ: କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ଆମେରିକାରେ ନେବେ ଟ୍ରେନିଙ୍ଗ

By

Published : Nov 28, 2020, 7:59 PM IST

ନୂଆଦିଲ୍ଲୀ: କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ଆମେରିକାରେ ମାସକ ପାଇଁ ଟ୍ରେନିଂ ନେବେ । ମିଶନ ଅଲମ୍ପିକ ପ୍ରକୋଷ୍ଠର ବୈଠକରେ ପୁନିଆଙ୍କୁ ଏହି ଅନୁମତି ମିଳିଛି ।

ଆଗାମୀ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରି ସାରିଛନ୍ତି ବଜରଙ୍ଗ । ତେବେ କୋରୋନା କାରଣରୁ ବଜରଙ୍ଗଙ୍କ ଅଭ୍ୟାସରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଏବେ କିନ୍ତୁ ସେ ସୋନିପତ ସାଇ ସେଣ୍ଟରରେ ଅଭ୍ୟାସ ଜାରି ରଖିଛନ୍ତି ।

ସୂଚନାଥାଉକି, ସେ ତାଙ୍କ କୋଚ ଏମଜାରିୟୋସ ଓ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ । ତେବେ ମୁଖ୍ୟକୋଚ ସର୍ଜେଇ ବେଲୋଗ୍ଲାଜଓ୍ବଙ୍କ ମାର୍ଗଦର୍ଶନରେ ଶୀର୍ଷ କୁସ୍ତିଯୋଦ୍ଧାଙ୍କ ସହ ଟ୍ରେନିଂ କରିବାକୁ ସୁଯୋଗ ମିଳିବ ।

ତେବେ ଏହି ଟ୍ରେନିଂର ଅନୁମତି ମିଳିବାପରେ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କୁ ଟ୍ବିଟ କରି ଧନ୍ୟବାଦ ଜଣାଇଛନ୍ତି ବଜରଙ୍ଗ । ସେ କହିଛନ୍ତି ଯେ, ଧନ୍ୟବାଦ ସାର୍‌ । ଆପଣ ଏପରି ସମସ୍ତ ଖେଳାଳିଙ୍କୁ ସହଯୋଗ କରନ୍ତୁ ଓ ଆମେ ବହୁତ ପରିଶ୍ରମ କରିବୁ ଓ ଦେଶ ପାଇଁ ଅନେକ ପଦକ ଜିଣିବୁ ।

ABOUT THE AUTHOR

...view details