ଓଡିଶା

odisha

ETV Bharat / sports

ମିନି ବ୍ରାଜିଲ ଅଲଖପୁରା, ଫୁଟବଲ ପ୍ଲେୟାର ତିଆରି କରେ ଏହି ଗାଁ - ମିନି ବ୍ରାଜିଲ ଅଲଖପୁର ଗାଁ

ହରିୟାଣାର ଭିବାନୀ ଜିଲ୍ଲାର ଛୋଟିଆ ଗାଁ ଅଲଖପୁରା । ଏହି ଗାଁ ମିନି ବ୍ରାଜିଲ ଭାବେ ଜଣାଶୁଣା । ପ୍ରତିଦିନ ଏହା ଗାଁ ରାସ୍ତାରେ ଝିଅମାନେ ଫୁଟବଲ ଖେଳିବା ଅଭ୍ୟାସ କରିଥାନ୍ତି । ଗାଁର 25ରୁ ଅଧିକ ଝିଅ ଜୁନିୟର ଓ ସବଜୁନିୟର ଏବଂ ସିନିୟର ଭାରତୀୟ ଦଳରେ ଖେଳିଛନ୍ତି । ଏହା ଛଡା 200ରୁ ଅଧିକ ଝିଅ ନ୍ୟାସନାଲ ପ୍ରତିଯୋଗିତାରେରେ ଭାଗ ନେଇଛନ୍ତି । ଅଧିକ ପଢନ୍ତୁ

alakhpura village where girl practice football
alakhpura village where girl practice football

By ETV Bharat Odisha Team

Published : Sep 24, 2023, 3:24 PM IST

ଚଣ୍ଡିଗଡ: ସଂଘର୍ଷ ଓ ନିଶା କଣ ହୋଇଥାଏ ତାହା ହରିୟାଣାର ଭିବାନୀ ଜିଲ୍ଲା ଅଲଖପୁରା ଗାଁ ପ୍ରମାଣିତ କରିଛି । ଏହି ଗାଁ ଏବେ ଫୁଟବଲ ପ୍ରତିଭା ତିଆରି କାରଖାନା ପାଲଟିଛି କହିଲେ ଭୁଲ ହେବ ନାହିଁ । ଏହି ଗାଁ ଅନେକ ଫୁଟବଲ ଖେଳାଳିଙ୍କୁ ରାସ୍ତା ଦେଖାଇଛି । ଜଣେ ଜଣେ ସଫଳ ଫୁଟବଲ ଖେଳାଳି ଏହି ଗାଁ ମାଟିରୁ ତିଆରି ହେଉଛନ୍ତି । ତେଣୁ ଅଲଖପୁରା ଗାଁ ମିନି ବ୍ରାଜିଲ ଭାବେ ପରିଚୟ ପାଇଛି । ଅଭାବ ଓ ଯାବତ୍ୟ ସମସ୍ୟା ଭିତରେ ବି ଥାଇ ବି ଏହି ଗାଁର ଝିଅମାନେ ସଫଳତାର ଆକାଶ ଛୁଇଁଛନ୍ତି । ଫୁଟବଲ କିକରେ ଦୁନିଆକୁ ମାପିଛନ୍ତି ଏହି ଗାଁର ଝିଅ । ଏହି ଗାଁର ସକାଳ ଆରମ୍ଭ କିକରୁ ଆଉ ରାତି ବି ହୁଏ କିକରୁ ତେଣୁ ଏହାକୁ ମିନି ବ୍ରାଜିଲ ବୋଲି କୁହାଯାଏ ।

ପ୍ରତିଦିନ ଏହା ଗାଁ ରାସ୍ତାରେ ଝିଅମାନେ ଫୁଟବଲ ଖେଳିବା ଅଭ୍ୟାସ କରିଥାନ୍ତି । ଗାଁର 25ରୁ ଅଧିକ ଝିଅ ଜୁନିୟର ଓ ସବଜୁନିୟର ଏବଂ ସିନିୟର ଭାରତୀୟ ଦଳରେ ଖେଳିଛନ୍ତି । ଏହା ଛଡା 200ରୁ ଅଧିକ ଝିଅ ନ୍ୟାସନାଲ ପ୍ରତିଯୋଗିତାରେରେ ଭାଗ ନେଇଛନ୍ତି । ଏହି ଗାଁ ଅନେକ ଫୁଟବଲ ପ୍ରତିଭା ତିଆରି କରିଛି । ଗାଁର ଝିଅ ଫୁଟବଲରେ ନାଁ କରିଛନ୍ତି । ଦିଲ୍ଲୀରେ 26 ସେପ୍ଟେମ୍ବର ଯାଏ ଫୁଟବଲର ସୁବ୍ରତୋ କପ ହୋଇଛି । ଏଥିରେ ଅଲଖପୁରା ଗାଁର 16ଜଣ ଝିଅ ରହିଛନ୍ତି । ସିକ୍କିମ ଓ ପଶ୍ଚିମବଙ୍ଗକୁ ହରାଇ ଦୁଇଟି ମ୍ୟାଚ ଜିତିଛନ୍ତି ।

ଏହା ବି ପଢନ୍ତୁ...Asian Games Semi Final: ବାଂଲଦେଶକୁ ହରାଇ ଫାଇନାଲରେ ଭାରତୀୟ ମହିଳା ଦଳ, ପଦକ ପକ୍କା

ଅଲଖପୁାର ଗାଁରେ ପାଖାପାଖି 5 ହଜାର ଲୋକ ଏହି ଗାଁରେ ବସବାସ କରନ୍ତି । ଗାଁରେ ପୁଅ ଓ ଝିଅ ମଧ୍ୟରେ କୌଣସି ଅନ୍ତର ନାହିଁ । ପ୍ରତି ଘରର ଝିଅ ଫୁଟବଲ ଗ୍ରାଉଣ୍ଡରେ ପ୍ରତିଦିନ ଅଭ୍ୟାସ କରନ୍ତି । ଅନ୍ତରାଷ୍ଟ୍ରୀୟ ଫୁଟବଲ ଦଳରେ ଗାଁର ଝିଅ ନିଜର ସ୍ଥାନ ହାସଲ କରିଛନ୍ତି । ଅଲଖପୁରା ଗାଁର ଫୁଟବଲ କ୍ଲବର କୋଚ ସୋନିକା ବିଜରାଣିୟା କହିଛନ୍ତି, '' ଝିଅମାନେ 2015 ଓ 2016ରେ ଦୁଇଥର ସୁବ୍ରତୋ କପ ଜିତିଛନ୍ତି । ଏହି ଗାଁ ଝିଅମାନେ ଭାରତୀୟ ସେନା, ଭାରତୀୟ ରେଲୱେ, ଶିକ୍ଷା ବିଭାଗ, ଆସାମ ରାଇଫଲ, ଖେଳ ବିଭାଗ ସହିତ ବିଭିନ୍ନ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଚାକିରି ପାଇଛନ୍ତି । 2015ରେ ଏହି ଗାଁର ଝିଅମାନେ ନ୍ୟାସନାଲ ଖେଳରେ କାଂସ୍ୟ ପଦକ ଜିତିଥିଲେ । ଗାଁର 25ଜଣ ଝିଅ ଜୁନିୟର, ସବଜୁନିୟର ଏବଂ ସିନିୟରରେ ଭାରତୀୟ ଦଳରେ ସାମିଲ ହୋଇଛନ୍ତି । 10 ଜଣ ଝିଅ ଭୁବନେଶ୍ବରରେ ହେଉଥିବା 17 ବର୍ଷରୁ କମ ନ୍ୟାସନାଲ ଖେଳରେ ଭାଗ ନେଇଛନ୍ତି । ଏହା ଛଡା 2ଜଣ ଝିଅ ଚୀନ ଏସୀୟ କ୍ରୀଡାରେ ଭାଗ ନେଇଛନ୍ତି ।''

ABOUT THE AUTHOR

...view details