ନୂଆଦିଲ୍ଲୀ:ବଲିଉଡ ଗାୟିକ କନିକା କପୁରଙ୍କ ପରେ ଅଲିମ୍ପିକ୍ ପଦକ ବିଜେତା ବକ୍ସର ତଥା ରାଜ୍ୟସଭା ସାଂସଦ ମ୍ୟାରି କମ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଏବଂ ସରକାରଙ୍କ ଦ୍ବାରା 14 ଦିନିଆ କ୍ବାରେଣ୍ଟାଇନ ପ୍ରୋଟୋକଲ୍ ଭାଙ୍ଗିଛନ୍ତି ।
କ୍ବାରେଣ୍ଟାଇନ ପ୍ରୋଟୋକଲକୁ ଭଙ୍ଗ କରିଛନ୍ତି ମ୍ୟାରି କମ ଜୋର୍ଡାନର ଏସିଆ-ଓସେନିଆ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରିଥିବା ମ୍ୟାରି କମ ମାର୍ଚ୍ଚ 13 ରେ ଭାରତ ଫେରିଥିଲେ । ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ତାଙ୍କୁ 14 ଦିନ କ୍ବାରେଣ୍ଟାଇନରେ ରହିବାର ଥିଲା । ମାତ୍ର ଏହାକୁ ଭଙ୍ଗ କରି ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ । ତେବେ ମାର୍ଚ୍ଚ 18ରେ ସେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେଉଁଠାରେ ସେ କୋବିନ୍ଦଙ୍କ ସହ ହାତ ମିଶାଇବା ସହିତ ଖାଦ୍ୟ ମଧ୍ୟ ଖାଇଥିଲେ ।
ତେବେ ରାଷ୍ଟ୍ରପତି ଭବନରୁ ଏହିର 4ଟି ଫଟୋ ସେୟାର କରାଯାଇଥିଲା । ଫଟୋରେ ମ୍ୟାରି କମଙ୍କ ସହ ଅନ୍ୟ ସଂସଦର ସଦସ୍ୟମାନେ ବି ରହିଥିଲେ । ସେହି ଦିନ ସଂକ୍ରମିତ ବଲିଉଡ ଗାୟିକ କନିକା କପୁରଙ୍କ ସଂସ୍ପର୍ଶରେ ଆସିଥିବା ବିଜେପି ସାଂସଦ ଦୁଶନ୍ତ ସିଂ ମଧ୍ୟ ରାଷ୍ଟ୍ରପତି ଭବନରେ ଉପସ୍ଥିତ ରହିଥିଲେ ।
କ୍ବାରେଣ୍ଟାଇନ ପ୍ରୋଟୋକଲକୁ ଭଙ୍ଗ କରିଛନ୍ତି ମ୍ୟାରି କମ ବକ୍ସିଂ କୋଚ୍ ସାଣ୍ଟିଆଗୋ ନିଭା ଶୁକ୍ରବାର କହିଛନ୍ତି ଯେ ଜୋର୍ଡାନରେ ଅଂଶଗ୍ରହଣ କରିଥିବା ଭାରତୀୟ ବକ୍ସରମାନେ ବାଧ୍ୟତାମୂଳକ 14 ଦିନିଆ କ୍ବାରେଣ୍ଟାଇନ ଅଛନ୍ତି । ସେପଟେ ମ୍ୟାରି କମ୍ ମଧ୍ୟ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସ୍ୱୀକାର କରିଛନ୍ତି । ସେ କହିଛନ୍ତି ‘ମୁଁ ଜୋର୍ଡାନରୁ ଫେରିବା ପରଠାରୁ ଘରେ ଅଛି । ମୁଁ କେବଳ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି । ଦୁଶାନ୍ତଙ୍କୁ ସାକ୍ଷାତ କରି ନଥିଲି କିମ୍ବା ହାତ ମିଳାଇ ନଥିଲି । ’