ଓଡିଶା

odisha

ETV Bharat / sports

ମାଲେସିଆ ଓପନ, ସାତ୍ତ୍ବିକ-ଚିରାଗ ରନର୍ସଅପ

Malaysia Open: ମାଲେସିଆ ଓପନର ଟାଇଟଲ ହାତେଇବାରେ ବିଫଳ ହେଲେ ସାତ୍ତ୍ବିକ-ଚିରାଗ ଯୋଡି । ରୌପ୍ୟରେ ସନ୍ତୁଷ୍ଟ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 15, 2024, 11:01 AM IST

ମାଲେସିଆ ଓପନ
Malaysia Open

କୁଆଲାଲମ୍ପୂର:ମାଲେସିଆ ଓପନ ସୁପର 1000 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ରନର୍ସଅପ ହେଲେ ଭାରତୀୟ ପୁରୁଷ ଯୁଗଳ ଯୋଡି ସାତ୍ତ୍ବିକ-ଚିରାଗ । ଚୀନର ଓ୍ବାଙ୍ଗ ଚାଙ୍ଗ-ଲିଆଙ୍ଗ ଯୋଡି ଠାରୁ ପରାସ୍ତ ହୋଇ ମାଲେସିଆ ଓପନ ଟାଇଟେଲରୁ ବଞ୍ଚିତ ହୋଇଛନ୍ତି ଏହି ଭାରତୀୟ ସଟଲର । ସେମି ଫାଇନାଲରୁ ଉନ୍ନିତ ହୋଇ ଫାଇନାଲରେ ପ୍ରବେଶ କରିଥିଲେ ସାତ୍ତ୍ବିକ ସାଇରାଜ ରଙ୍କରେଡ୍ଡୀ ଓ ଚିରାଗ ସେଟ୍ଟୀ । ପ୍ରଥମ ଥର ପାଇଁ ଭାରତୀୟ ସଟଲର ମାଲେସିଆ ଓପନର ଫାଇନାଲକୁ ପ୍ରବେଶ କରି ଇତିହାସ ସୃଷ୍ଟି କରିଥିଲେ ।

ରବିବାର ମାଲେସିଆ ଓପନର ଫାଇନାଲ ଖେଳାଯାଇଥିଲା । ସାତ୍ତ୍ବିକ-ଚିରାଗ ଓ ଚୀନର ଓ୍ବାଙ୍ଗ-ଲିଆଙ୍ଗ ଯୋଡି ମଧ୍ୟରେ ଫାଇନାଲ ମୁକାବିଲା ହୋଇଥିଲା । 3ଟି ସେଟରେ ଭାରତୀୟ ଯୋଡି 9-21, 21-18, 21-17ରେ ଚୀନ ପୁରୁଷ ଯୁଗଳ ଯୋଡିଙ୍କ ଠାରୁ ପରାସ୍ତ ହୋଇଥିଲେ । ପ୍ରଥମ ସେଟରେ ସାତ୍ତ୍ବିକ-ଚିରାଗ ଆଗୁଆ ରହିଥିବା ବେଳେ ଦ୍ବିତୀୟ ଓ ତୃତୀୟ ସେଟରେ ସଂଘର୍ଷ କରି ମଧ୍ୟ ବିଫଳ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଚାଇନା ମାଷ୍ଟର୍ସ ବ୍ୟାଡମିଣ୍ଟନ, ସାତ୍ତ୍ବିକ-ଚିରାଗ ରନର୍ସଅପ

ଶନିବାର କୋରିଆର କାଙ୍ଗ ମିନ ହ୍ୟୁକ ଓ ସିୟେ ସେଓଙ୍ଗ ଯୋଡି ଓ ସାତ୍ତ୍ବିକ-ଚିରାଗ ଯୋଡି ମଧ୍ୟରେ ସେମିଫାଇନାଲ ଖେଳାଯାଇଥିଲା । ଏଥିରେ କୋରିଆ ଯୋଡିକୁ ପରାସ୍ତ କରିଥିଲେ ଭାରତୀୟ ସଟଲର । ଦୁଇଟି ସେଟ 21-18, 22-10ରେ ଆଗୁଆ ରହି ସାତ୍ତ୍ବିକ-ଚିରାଗ ଯୋଡି ଫାଇନାଲକୁ ପ୍ରବେଶ କରିଥିଲେ । ପ୍ରଥମ ଥର ପାଇଁ ମାଲେସିଆ ଓପନରେ ଏହି ଯୋଡି ପ୍ରବେଶ କରି ଇତିହାସ ସୃଷ୍ଟି କରିଥିଲେ । ପୂର୍ବରୁ କୌଣସି ଭାରତୀୟ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ପ୍ରବେଶ କରିନଥିଲେ ।

ଏହା ମଧ୍ୟ ପଢନ୍ତୁ-Korea Open 2023: ସାତ୍ତ୍ବିକ-ଚିରାଗଙ୍କ ସଫଳତା, ହାତେଇଲେ କୋରିଆ ଓପନ ଟାଇଟଲ

2023 ନଭେମ୍ବରରେ ଚାଇନା ମାଷ୍ଟର୍ସ ସୁପର 750 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସେମି ଫାଇନାଲରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲା ଭାରତୀୟ ବ୍ୟାଡମିଣ୍ଟନ ଯୋଡ଼ି ସାତ୍ତ୍ବିକ-ଚିରାଗ । କିନ୍ତୁ ଫାଇନାଲରେ ଏହି ଯୋଡି ବିଫଳ ହୋଇଥିଲା । ବିଶ୍ବର ଏକ ନମ୍ବର ଯୋଡ଼ି ଲିୟାଙ୍ଗ ୱେଲ୍‌ କେଙ୍ଗ ଓ ୱାଙ୍ଗ ଚାଙ୍ଗଙ୍କ ନିକଟରୁ ପରାସ୍ତ ହୋଇ ଉପବିଜେତା ହୋଇଥିଲେ ସାତ୍ତ୍ବିକ-ଚିରାଗ । ଏହି ଯୋଡି 2023 ଏସିଆନ ଚାମ୍ପିଅନସିପରେ ସ୍ବର୍ଣ୍ଣ ଜିତିଥିଲେ । ସେହିପରି ଗତବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ ସ୍ବିସ୍‌ ଓପନ୍‌ ଡବଲ୍ପ ଚମ୍ପିଆନ ହୋଇଥିଲେ ଏହି ଯୋଡି । ଜୁଲାଇ ମାସରେ ଖେଳାୟାଇଥିବା କୋରିଆ ଓପନ ପୁରୁଷ ଡବଲ୍ସ ଟାଇଟଲ ଜିତିଥିଲେ ସାତ୍ତ୍ବିକ ଓ ଚିରାଗ ।

ABOUT THE AUTHOR

...view details