ଧନତରୀ/କୁରୁଦ: ମୃତ୍ୟୁ, କେବେ କେଉଁଠି, କେଉଁ ଅବସ୍ଥାରେ ଜଗି ରହିଥାଏ କାହାରିକୁ ବି ଧାରଣା ନଥାଏ । କବାଡି ଖେଳାଳି ଜଣଙ୍କ, ନିଜ ଟିମର ପ୍ରତିନିଧି ସାଜି ପ୍ରତିପକ୍ଷ ଖେଳାଳିଙ୍କୁ ଛୁଇଁ ଫେରିବାକୁ ଲକ୍ଷ୍ୟ ଥିଲା । ଦୁଇ ଟିମ ମଧ୍ୟରେ ଟଣାଯାଇଥିବା ରେଖାକୁ ଛୁଇଁଥିଲେ ସେ ଜିତିଯାଇଥାନ୍ତେ, ସମସ୍ତେ ବାଃ ବାଃ କହି ତାଙ୍କ ଅଜୟ ପ୍ରଦର୍ଶନକୁ ପ୍ରଶଂସା କରିଥାନ୍ତେ ।
ମୃତ୍ୟୁର ଲାଇଭ ଭିଡିଓ, କବାଡି ଖେଳରେ ଜୀବନ ଚାଲିଗଲା, ଦେଖନ୍ତୁ ମାତ୍ର ଆରପଟ କୋର୍ଟରେ ହିଁ ଖେଳାଳି ଜଣଙ୍କ ମୁହଁରୁ ଆଉ ଶୁଭିନଥିଲା କବାଡି କବାଡି ଡାକ । ନିମିଷକ ମଧ୍ୟରେ ଘଟିଯାଇଥିଲା ବଡ ଅଘଟଣ । ଆରପଟ କୋର୍ଟରେ ହିଁ ରାହା ସହ ନିଶ୍ବାସ ବନ୍ଦ ହୋଇଯାଇଥିଲା ଖେଳାଳିଜଣଙ୍କର । ପ୍ରତିପକ୍ଷ ଟିମର ଖେଳାଳି ଆଉଟ କରିବା ଲକ୍ଷ୍ୟରେ ତାଙ୍କୁ ଖୁବ ଜୋର୍ରେ ଧରିଥିଲେ । କିନ୍ତୁ ଖେଳାଳି ଜଣଙ୍କ ନିସ୍ତେଜ ହୋଇଯିବା ଦେଖି ଆଚମ୍ବିତ ହୋଇଯାଇଥିଲେ । ଖେଳ ମଧ୍ୟରେ ଜଣେ ଖେଳାଳିଙ୍କ ଜୀବନଦୀପ ଲିଭିଯିବାପରେ ସମସ୍ତ ହତବାକ୍ ଥିଲେ ଓ ବିଶ୍ବାସ କରିପାରୁନଥିଲେ ।
ଏହି ଦୁଃଖଦ ଘଟଣା ଘଟିଛି ଛତିଶଗଡରେ । ସ୍ଥାନୀୟ ଧନତରୀ ଜିଲ୍ଲାର କୁରୁଦ ଥାନା ଅନ୍ତର୍ଗତ ଗୋଜି ଗ୍ରାମରେ ଖେଳାଯାଉଥିବା ରାଜ୍ୟସ୍ଥରୀୟ ଏକଦିବସୀୟ କବାଡି ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗୀତାର ଫାଇନାଲ ମୁକାବିଲାରେ ଚାପିହୋଇଯିବା ଦ୍ବାରା ଜଣେ ଖେଳାଳିଙ୍କ ମୃତ୍ୟୁ ଘଟିଛି । ଫଟେବା ଓ କୋକଡୀ ନାମକ ଦୁଇଟି ଟିମ ମଧ୍ୟରେ ପ୍ରତିଯୋଗୀତା ଖେଳାଯାଉଥିଲା ।
କୋକଡୀ ଟିମ ପକ୍ଷରୁ ଶେଷ ରେଡ ପାଇଁ ନରେନ୍ଦ୍ର ନାମକ ଯୁବକ ଯାଇଥିଲେ । ସେ ନିଜ ଟିମର ଶ୍ରେଷ୍ଠ ଖେଳାଳି ଥିଲେ । ଯାହାଙ୍କ ପ୍ରଦର୍ଶନ ବଳରେ ଟିମ ବିଜୟ ହାସଲ କରିବାକୁ ଯାଉଥିଲା । ରେଡ କରିବା ପରେ ଟିମ ଆଡକୁ ଫେରୁଥିଲେ । ମାତ୍ର ବିପକ୍ଷ ଟିମର ଖେଳାଳି ତାଙ୍କୁ ଧରିବା ବେଳେ ତାଙ୍କର ବେକ ମୋଡିହୋଇ ଯାଇଥିଲା । ପରେ ତାଙ୍କୁ ସ୍ଥାନୀୟ କୁରୁଦ ହସ୍ପିଟାଲ ନେବାସମୟରେ ରାସ୍ତାରେ ହିଁ ମୃତ୍ୟୁ ଘଟିଥିଲା । ପରେ ପୋଲିସକୁ ଖବର ଦିଆଯିବାପରେ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପରେ ତାଙ୍କ ପରିବାରକୁ ମୃତଦେହକୁ ହସ୍ତାନ୍ତର କରାଯାଇଥିଲା । କୁରୁଦ ପୋଲିସ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ