ଓଡିଶା

odisha

ETV Bharat / sports

ଲାଲଗଡରୁ ଅଷ୍ଟ୍ରେଲିଆ: ଜାଣନ୍ତୁ ଭକ୍ତରାମଙ୍କ କାହାଣୀ - australia

ଅଷ୍ଟ୍ରେଲିଆର ସାମୁଆ ଏପିଆଠାରେ ଯୁବ ରାଜ୍ୟଗୋଷ୍ଠୀ ଭାରୋତ୍ତଳନ ପ୍ରତିଯୋଗିତାର ୪୯କେଜି ବର୍ଗରେ ସ୍ୱର୍ଣ୍ଣପଦକ ହାତେଇଛନ୍ତି ଭକ୍ତରାମ । ଓଡିଶାର ଲାଲଗଡରୁ ଅଷ୍ଟ୍ରେଲିଆ ଯାତ୍ରା କରିଥିବା ଭକ୍ତରାମଙ୍କ ଜୀବନ କାହାଣୀ ରହିଥିଲା ଅତ୍ୟନ୍ତ ସଂଙ୍ଘର୍ଷପୂର୍ଣ୍ଣ ।

ଫଟୋ ସୌଜନ୍ୟ- ସମ୍ବାଦଦାତା ବ୍ରହ୍ମପୁର

By

Published : Jul 10, 2019, 9:53 PM IST

ବ୍ରହ୍ମପୁର: କ୍ରୀଡା କ୍ଷେତ୍ରରେ ଓଡିଶାର ଅନେକ ପ୍ରତିଭା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ କୃତିତ୍ୱ ଲାଭ କରିପାରିଛନ୍ତି । ଆଉ ସେହି ସଫଳତା ମଧ୍ୟରେ ଯୋଡି ହୋଇଯାଇଛି ଆଉ ଏକ ଯୁବ ଭାରୋତ୍ତଳନ ପ୍ରତିଭାଙ୍କ ନାମ । ଅଷ୍ଟ୍ରେଲିଆର ସାମୁଆ ଏପିଆଠାରେ ଯୁବ ରାଜ୍ୟଗୋଷ୍ଠୀ ଭାରୋତ୍ତଳନ ପ୍ରତିଯୋଗିତାର ୪୯କେଜି ବର୍ଗରେ ସ୍ୱର୍ଣ୍ଣପଦକ ହାତେଇଛନ୍ତି ଭକ୍ତରାମ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା ବ୍ରହ୍ମପୁର

ତେବେ ମାଲକାନଗିରି ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳର ଆଦିବାସୀ ଛାତ୍ର ଭକ୍ତରାମ ଦେସ୍ତି ଭାରୋତ୍ତଳନରେ ଅଭ୍ୟାସ ଜାରି ରଖିବା ପରେ ବ୍ରହ୍ମପୁର କ୍ରୀଡା ଛାତ୍ରବାସରେ ନିଜର ଅଭ୍ୟାସ ଜାରି ରଖିଥିଲେ । ଓଡିଶାର ଲାଲଗଡରୁ ଅଷ୍ଟ୍ରେଲିଆ ଯାତ୍ରା କରିଥିବା ଭକ୍ତରାମଙ୍କ ଜୀବନ କାହାଣୀ ରହିଥିଲା ଅତ୍ୟନ୍ତ ସଂଙ୍ଘର୍ଷପୂର୍ଣ୍ଣ । ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ଆର୍.ଏ.ସି ଗ୍ରାମର ଯୁବକ ଭକ୍ତରାମ । ଗତ ୨୦୧୪ ମସିହାରେ ବ୍ରହ୍ମପୁର ଆସିଥିଲେ ରାଜ୍ୟ ସରକାରଙ୍କ କ୍ରୀଡା ଛାତ୍ରାବାସକୁ ।

ବାପା ସଦନ ଦେସ୍ତିଙ୍କ ସହ ପରିବାର ଅତ୍ୟନ୍ତ କଷ୍ଟରେ ପରିବାର ଚଳାଉଥିବା ବେଳେ ବ୍ରହ୍ମପୁରରେ ପହଞ୍ଚି ଆରମ୍ଭ କରିଦେଇଥିଲେ ନିଜର ଅଭ୍ୟାସ । ଆଉ ଏହି ସମୟରେ ଭକ୍ତରାମଙ୍କୁ କୋଚ ଭାବରେ ବ୍ରହ୍ମପୁରରେ ପ୍ରଶିକ୍ଷଣ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସୀତା ଜେନା । ନିୟମିତ ଅଭ୍ୟାସ କରିବା ସହ ତାଲିମ ପାଇବା ଜାରି ରହିଥିବା ବେଳେ ଗତ ପାଞ୍ଚ ବର୍ଷ ଧରି ତାଲିମ ପାଇବା ପରେ ଶେଷରେ ମିଳିଛି ଏଭଳି ଏକ ସଫଳତା । ତେବେ ଭକ୍ତରାମଙ୍କ ଏହି ସଫଳତାକୁ ନେଇ ବ୍ରହ୍ମପୁରରେ ଦେଖିବାକୁ ମିଳିଛି ଖୁସିର ଲହରୀ । ଭକ୍ତରାମଙ୍କ ଏହି ପ୍ରତିଯୋଗିତାରେ ସାମିଲ ହେବା ପାଇଁ ଅନେକ ଉଦ୍ୟମ କରିଥିବା କୁହନ୍ତି କୋଚ ।


ଗତ ୨୦୧୬ ମସିହାରେ ରାଜ୍ୟସ୍ତରୀୟ ବିଦ୍ୟାଳୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବା ପରେ ଜାତୀୟ ସ୍ତର ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇଥିଲେ ଭକ୍ତରାମ । ପରେ ୱାରଙ୍ଗଲରେ ଅନୁଷ୍ଠିତ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣପଦକ ହାସଲ କରିବା ପରେ ଗତ ୨୦୧୮ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ଓପନ ଇଣ୍ଡିଆ ୟୁଥ୍ ସ୍ପୋର୍ଟ୍ସ ପ୍ରତିଯୋଗିତାରେ ମଧ୍ୟ ସ୍ୱର୍ଣ୍ଣପଦକ ପାଇଥିଲେ । ଆଉ ଶେଷରେ ଗତ ଜାନୁଆରୀ ୨୦ ତାରିଖରୁ ପଞ୍ଚାବର ପଟିଆଲା ସ୍ଥିତ ଜାତୀୟ ପ୍ରଶିକ୍ଷଣ ଶିବିରରେ ତାଲିମ ଗ୍ରହଣ କରିବା ପରେ ଭକ୍ତରାମ ଭାରତୀୟ ଦଳ ସହ କରିଥିଲେ ସାମୁଆ ଗ୍ରସ୍ତ କରିଥିଲେ ।


ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details