ଓଡିଶା

odisha

ETV Bharat / sports

ପଦ୍ମିନୀ ରାଉତଙ୍କୁ ଅର୍ଜୁନ ଆୱାର୍ଡ ପାଇଁ ଚେସ୍‌ ମହାସଂଘର ସୁପାରିଶ - ପଦ୍ମିନୀ ରାଉତ

ୱାର୍ଲ୍ଡ ରାପିଡ ଚେସ୍‌ ଚମ୍ପିଆନ କୋନେରୁ ହମ୍ପିଙ୍କୁ ଖେଳରତ୍ନ ପୁରସ୍କାର ପାଇଁ ଚେସ୍‌ ମହାସଂଘର ସୁପାରିଶ । ଅଧିକ ପଢନ୍ତୁ...

Koneru Humpy nominated for Khel Ratna Award by AICF
ପଦ୍ମିନୀ ରାଉତଙ୍କୁ ଅର୍ଜୁନ ଆୱାର୍ଡ ପାଇଁ ଚେସ୍‌ ମହାସଂଘର ସୁପାରିଶ

By

Published : Jul 1, 2021, 10:26 PM IST

ନୂଆଦିଲ୍ଲୀ: ୱାର୍ଲ୍ଡ ରାପିଡ ଚେସ୍‌ ଚମ୍ପିଆନ କୋନେରୁ ହମ୍ପିଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ସର୍ବଭାରତୀୟ ଚେସ୍‌ ମହାସଂଘ (AICF) ସୁପାରିଶ କରିଛି । ସେହିପରି ଭିଦି ଏସ ଗୁଜ୍ରାଥି ଏମ ଆର ଲଳିଥ ବାବୁ ଓ ଅଧିବାନ ଭାସ୍କରାଣୀ, ଏସପି ସେଥୁରମଣ, ପଦ୍ମିନୀ ରାଉତ ଓ ଭକ୍ତି କୁଲକର୍ଣ୍ଣିଙ୍କ ନାମ ଅର୍ଜୁନ ଆୱାର୍ଡ ପାଇଁ ସୁପାରିଶ କରିଛି ଚେସ୍‌ ମହାସଂଘ । କୋଚ୍‌ ଅଭିଜିତ କୁନ୍ତେଙ୍କୁ ମେଜର ଧ୍ୟାନ ଚାନ୍ଦ ଆୱାର୍ଡ ପାଇଁ ମନୋନୀତ କରାଯାଇଛି ।

କୋନେରୁ ହମ୍ପି

ପୂର୍ବରୁ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଜାତୀୟ କ୍ରୀଡା ପୁରସ୍କାର 2021 ପାଇଁ ଆବେଦନର ଶେଷ ତାରିଖ ଘୁଞ୍ଚାଇଥିଲା । ପୂର୍ବରୁ ଜୁନ 21 ପର୍ଯ୍ୟନ୍ତ ଆବେଦନ ସମୟସୀମା ରହିଥିଲା । କ୍ରୀଡା ପୁରସ୍କାର ପାଇଁ ଯୋଗ୍ୟ କ୍ରୀଡାବିତ, କୋଚ୍‌, ସଂସ୍ଥା ଓ ବିଶ୍ବବିଦ୍ୟାଳୟର ନାମ ଇମେଲ ଯୋଗେଁ ଆଦେବନ କରିପାରିବେ । ଏନେଇ ମନ୍ତ୍ରଣାଳୟ ପୂର୍ବର ସ୍ପଷ୍ଟ କରିଥିଲା ।

ମନିକା ବାତ୍ରା, ରୋହିତ ଶର୍ମା, ଭିନେଶ ଫୋଗଟ, ରାନୀ ରାମପାଲ ଓ ମାରିୟାପ୍ପନ ଫାଙ୍ଗାଭେଲୁଙ୍କୁ ଗତ ବର୍ଷ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ 5 ଜଣ କ୍ରୀଡାବିତ୍‌ଙ୍କୁ ଏହି ପୁରସ୍କାର ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details