ଗୌହାଟୀ: ଖେଲୋ ଇଣ୍ଡିଆ ୟୁଥ ଗେମ୍ସ 2020ରେ ଭାଗନେଇଥିବା ଖେଳାଳିଙ୍କ ଠାରୁ ଡୋପ ନମୁନା ଗ୍ରହଣ କରିଛି ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି(NADA)। ଖେଲୋ ଇଣ୍ଡିଆର 3ୟ ସଂସ୍କରଣରେ ଦେଶର ପ୍ରାୟ 6500 ଆଥଲେଟ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ 155 ଆଥଲେଟଙ୍କ ଠାରୁ ଡୋପ ନମୁନା ସଂଗ୍ରହ କରିଛି ନାଡା।
ଖେଲୋ ଇଣ୍ଡିଆ 2020: 155 ଖେଳାଳିଙ୍କ ଡୋପ ନମୁନା ସଂଗ୍ରହ - ଖେଲୋ ଇଣ୍ଡିଆ ଖେଳାଳିଙ୍କ ଡୋପ ନମୁନା ନ୍ୟୁଜ
ଖେଲୋ ଇଣ୍ଡିଆ ୟୁଥ ଗେମ୍ସ 2020ରେ ଭାଗନେଇଥିବା ଖେଳାଳିଙ୍କ ଠାରୁ ଡୋପ ନମୁନା ଗ୍ରହଣ କରିଛି ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି(NADA)। ଅଧିକ ପଢନ୍ତୁ...
ଖେଲୋ ଇଣ୍ଡିଆ 2020
ଜାନୁୟାରୀ 10 ତାରିଖରୁ ଏହି ମେଗା ଇଭେଣ୍ଟ ଗୌହାଟୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଖେଳାଯାଉଛି । ଦେଶର ସମସ୍ତ ଦେଶ ଓ କେନ୍ଦ୍ରଶାସିତ ଅଞ୍ଚଳର ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଆସାମର ଝିଅ ତଥା ଆନ୍ତଜାର୍ତିୟ ଧାବିକା ହିମା ଦାସ ମସାଲରେ ଅଗ୍ନୀ ସଂଯୋଗ କରି ଏହାର ଶୁଭାରମ୍ଭ କରିଥିଲେ । ପୂର୍ବ ସଂସ୍କରଣରେ 5925 ଆଥଲେଟ ଅଂଶଗ୍ରହଣ କରିଥିଲେ।