ଭୁବନେଶ୍ବର: ଆଉ ଏକ ବିଶାଳ ଟୁର୍ଣ୍ଣାମେଣ୍ଟର ମୂକସାକ୍ଷୀ ହେବାକୁ ଯାଉଛି ରାଜଧାନୀ । ଭୁବନେଶ୍ବରରେ ଖେଳାଯିବ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ପ୍ରତିଯୋଗୀତା । ସୋମବାର ସ୍ଥାନୀୟ ରେଲୱେ ଅଡିଟୋରିୟମଠାରେ ଏହି ମେଗା ଇଭେଣ୍ଟରେ ଲୋଗୋ, ଜର୍ସି ଓ କ୍ରୀଡାସୂଚୀ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ସମାରୋହରେ ଉପସ୍ଥିତ ଥିଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ତାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ତେବେ ଓଡ଼ିଶାର ମାସ୍କଟ ଓଲି ସମେତ ଖେଲୋ ଇଣ୍ଡିଆର ମାସ୍କଟ ଜୟ ବିଜୟକୁ ମଧ୍ୟ ଏହି ପ୍ରତିଯୋଗିତା ପାଇଁ ଲୋକାର୍ପିତ କରାଯାଇଛି । କିଟ୍ ବିଶ୍ବବିଦ୍ୟାଳୟ ଷ୍ଟାଡିୟମରେ ଆସନ୍ତା ଫେବୃଆରୀ 22ରୁ ମାର୍ଚ୍ଚ 1 ପର୍ଯ୍ୟନ୍ତ ଏହି ମେଗା ଇଭେଣ୍ଟ ଆୟୋଜନ କରାଯିବ । ଯାହାର କାର୍ଯ୍ୟଭାର ଓଡିଶା ସରକାରଙ୍କ ଉପରେ ନ୍ୟସ୍ତ କରାଯାଇଛି ।