ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ଭାରତର ଏକମାତ୍ର ପାରା-ଅଲମ୍ପିକ୍ ରୌପ୍ୟ ପଦକ ବିଜେତା ଦୀପା ମଲ୍ଲିକଙ୍କ ନାମ ଘୋଷଣା କରାଯାଇଛି । ତାଙ୍କ ସହିତ ଭାରତୀୟ ଷ୍ଟାର କୁସ୍ତ ଯୋଦ୍ଧା ବଜରଙ୍ଗ ପୁନିଆଙ୍କ ନାମ ମଧ୍ୟ ସାମିଲ ରହିଛି ।
ଅନ୍ୟପଟେ ଅର୍ଜୁନ ପୁରସ୍କାର ପାଇଁ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ସହ ଅନ୍ୟ 19ଜଣଙ୍କ ନାମ ଘୋଷଣା କରାଯାଇଛି । ଚଳିତ ମାସ 29 ତାରିଖରେ ଜାତୀୟ କ୍ରୀଡ଼ା ଦିବସ । ଏହି ଅବସରରେ ଶ୍ରେଷ୍ଠ କ୍ରୀଡ଼ାବୀତଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିବେ । 16 ଓ 17 ତାରିଖ ଦୁଇ ଦିନ ଧରି ବସିଥିବା ପୁରସ୍କାର ଚୟନ କମିଟି ଏମାନଙ୍କ ନାମକୁ ପୁରସ୍କାର ପାଇଁ ସ୍ଥିର କରିଛି । ସେହିପରି ଓଡିଶାର ସୁନାମଧନ୍ୟ ପାର-ଆଥଲେଟ୍ ପ୍ରମୋଦ ଭଗତ୍ଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ଘୋଷଣା ହୋଇଛି ।
ଅନ୍ୟପଟେ ପୁରସ୍କାର କମିଟି ପକ୍ଷରୁ ପ୍ରକାଶ ପାଇଥିବା ତାଲିକା ଅନୁଯାୟୀ, ଚଳିତ ବର୍ଷ 3 ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ ଦିଆଯିବା । ସେମାନେ ହେଲେ ବିମଳ କୁମାର (ବ୍ୟାଡମିଣ୍ଟନ), ସନ୍ଦୀପ ଗୁପ୍ତା(ଟେବୁଲ ଟେନିସ) ଓ ମହିନ୍ଦ୍ର ସିଂହ ଢୀଲୋନ (ଆଥଲେଟିକ୍ସ) ।