ଓଡିଶା

odisha

By

Published : May 28, 2020, 3:15 PM IST

ETV Bharat / sports

ଅର୍ଜୁନ ଆୱାର୍ଡ: IWLF ପକ୍ଷରୁ ମୀରାବାଇ ଚାନୁ ମନୋନୀତ

ଭାରତୀୟ ଭାରଉତ୍ତୋଳନ ଫେଡେରେସନ( IWLF)ପକ୍ଷରୁ ଅର୍ଜୁନ ଆୱାର୍ଡ ପାଇଁ, ମୀରାବାଇ ଚାନୁ, ରଗଲା ଭେଙ୍କଟ ରାହୁଲ ଓ ପୁମନ ଯାଦବ ମନୋନୀତ ହୋଇଛନ୍ତି ।

IWLF nominates Mirabai Chanu Vekat Rahul punam yadav for Arjun Award
ଅର୍ଜୁନ ଆୱାର୍ଡ: IWLF ପକ୍ଷରୁ ମୀରାବାଇ ଚାନୁ ମନୋନୀତ

ନୂଆଦିଲ୍ଲୀ: ଅର୍ଜୁନ ଆୱାର୍ଡ ପାଇଁ ଖେଳାଳିଙ୍କ ନାମ ପଠାଇଛି ଭାରତୀୟ ଭାରଉତ୍ତୋଳନ ଫେଡେରେସନ( IWLF) । ମୀରାବାଇ ଚାନୁ, ରଗଲା ଭେଙ୍କଟ ରାହୁଲ ଓ ପୁମନ ଯାଦବ ସମ୍ମାନଜନକ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି ।

ମୀରାବାଇ ଚାନୁ ବର୍ଷ 2018ରେ କ୍ରୀଡା କ୍ଷେତ୍ରର ଦେଶର ସର୍ବୋଚ୍ଚ ସମ୍ମାନ ରାଜୀବ ଗାନ୍ଧୀ ଖେଳ ରତ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସେ ଦ୍ବାଦଶ ସାଉଥ ଏସିଆନ ଗେମ୍ସ ଓ 21ତମ କମନୱେଲ୍ଥ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ରହିଛନ୍ତି ।

32ତମ, 33ତମ, 34ତମ ଓ 35 ତମ ମହିଳା ସିନିୟର ନ୍ୟାସନାଲ ଭାରଉତ୍ତୋଳନ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ମୀରାବାଇ ଚାନୁ । 2019 ଷଷ୍ଠ କ୍ବାତାର ଇଣ୍ଟରନ୍ୟାସନାଲ କପରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ ।

ଅନ୍ୟପଟେ ରାହୁଲ 2013 ୱାର୍ଲ୍ଡ ୟୁଥ ଚମ୍ପିଆନସିପରେ ରୌପ୍ୟ ଓ 2ୟ ୟୁଥ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ଏଥିସହିତ 2015 ଏସିଆନ ଜୁନିୟର ଚମ୍ପିଆନସିପ ଓ 21ତମ କମନୱେଲ୍ଥ ଗେମ୍ସରେ ସ୍ବର୍ଣ୍ଣ ଜିତିଛନ୍ତି ରାହୁଲ ।

ପୁମନ ଯାଦବ କମନୱେଲ୍ଥ ଗେମ୍ସରେ ସ୍ବର୍ଣ୍ଣ ଓ ଓ ସିନିୟର କମନୱେଲ୍ଥ ଭାରଉତ୍ତୋଳନ ଚମ୍ପିଆନସିପ ପୁନେରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

ABOUT THE AUTHOR

...view details