ଓଡିଶା

odisha

By

Published : Mar 20, 2021, 8:04 PM IST

ETV Bharat / sports

ସୁଟିଂ ବିଶ୍ବକପ: ଜଶସ୍ବିନୀ ଜିତିଲେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ, ମନୁଙ୍କୁ ରୌପ୍ୟ

ଜଶସ୍ବିନୀ ଦେଶୱାଲ ଭାରତ ପାଇଁ ମହିଳା 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଅଧିକ ପଢନ୍ତୁ...

ISSF WC: Deswal clinches first gold for India, Manu Bhaker settles for silver
ସୁଟିଂ ବିଶ୍ବକପ: ଜଶସ୍ବିନୀ ଜିତିଲେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ, ମନୁଙ୍କୁ ରୌପ୍ୟ

ନୂଆଦିଲ୍ଲୀ:ଅନ୍ତର୍ଜାତୀୟ ସୁଟିଂ ଫେଡେରେସନ(ISSF) ବିଶ୍ବକପ ରାଇଫଲ/ପିସ୍ତଲ/ସଟଗନ୍‌ ଶନିବାର ଠାରୁ ନୂଆଦିଲ୍ଲୀର ଡକ୍ଟର କରଣୀ ସିଂହ ସୁଟିଂ ରେଞ୍ଜରେ ଆରମ୍ଭ ହୋଇଛି । ଜଶସ୍ବିନୀ ଦେଶୱାଲ ଭାରତ ପାଇଁ ମହିଳା 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

ISSF WC: ସୁଟିଂ ବିଶ୍ବକପ: ଜଶସ୍ବିନୀ ଜିତିଲେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ, ମନୁଙ୍କୁ ରୌପ୍ୟ

ନିଜ ବର୍ଗରେ 238.8 ପଏଣ୍ଟ ସହ ଅଗ୍ରଣୀ ରହିଥିଲେ ଜଶସ୍ବିନୀ । ସେହିପରି ଅନ୍ୟତମ ଭାରତୀୟ ଷ୍ଟାର ସୁଟର 236.7 ପଏଣ୍ଟ ସହ ରୌପ୍ୟ ପଦକ ବିଜେତା ହୋଇଛନ୍ତି ।

ଦିବ୍ୟାଂଶ ସିଂହ ପାନୱାର

ପୂର୍ବରୁ ବିଶ୍ବ ମାନ୍ୟତାର ଏକ ନମ୍ବର ସୁଟର ଦିବ୍ୟାଂଶ ସିଂହ ପାନୱାର 10 ମିଟର ଏୟାର ରାଇଫଲ ପୁରୁଷ ବର୍ଗରେ ବ୍ରୋଞ୍ଜ ପଦକ ହାତେଇବା ସହ ଚଳିତ ବିଶ୍ବକପରେ ଭାରତର ପଦକ ଖାତା ଖୋଲିଥିଲେ । ଦିବ୍ୟାଂଶ 228.1 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲେ । ଏହି ଇଭେଣ୍ଟର ହଙ୍ଗେରୀ ସୁଟର ଇସ୍ତାଭାନ ପେନି ରୌପ୍ୟ ଓ ୟୁଏସଏର ଲୁକାସ କୋଜେନିସ୍କାଏ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details