ନୂଆଦିଲ୍ଲୀ:କିଙ୍ଗ୍ସ କପ ସେମିଫାଇନାଲରେ ଇରାକ ଭାରତରୁ ପେନାଲ୍ଟି ସୁଟଆଉଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ସେମି ଫାଇନାଲ କଡା ମୁକାବିଲାରେ ପେନାଲ୍ଟି ସୁଟଆଉଟରେ 2-2 (5-4)ରେ ଭାରକୁ ପରାସ୍ତ କରିଛି ଇରାକ । ଫିଫା ମାନ୍ୟତାର 99ତମ ଦଳ ଭାରତ ଓ 70ତମ ମାନ୍ୟତା ଦଳ ଇରାକ ମଧ୍ୟରେ ପ୍ରଥମ କିଙ୍ଗ୍ସକପ ସେମି ଫାଇନାଲ ମ୍ୟାଚ ଖେଳାଯାଇଥିଲା । ରବିବାର ତୃତୀୟ ସ୍ଥାନ ପାଇଁ ଖେଳିବ ଭାରତ ।
ମ୍ୟାଚଟି ସଂଘର୍ଷପୂର୍ଣ୍ଣ ରହିଥିଲା । ନିର୍ଦ୍ଧାରିତ ସମୟରେ ଖେଳ 2-2 ଗୋଲରେ ଅମୀମାଂସିତ ରହିଥିଲା । ପରେ ଭାରତ ସୁଟଆଉଟରେ ପରାଜିତ ହୋଇଥିଲା । ଫାଇନାଲ ସ୍ବପ୍ନ ମଉଳିଥିବା ଭାରତୀୟ ଦଳ ତୃତୀୟ ସ୍ଥାନ ପାଇଁ ଖେଳିବ । ଅଧିନାୟକ ସୁନୀଲ ଛେତ୍ରୀ କିଙ୍ଗ୍ସ କପରୁ ବାଦ ରହିଥିଲେ । ଗୋଲକିପର ଗୁରପ୍ରୀତ ସିଂ ସାନ୍ଧୁଙ୍କ ନେତୃତ୍ବରେ ଖେଳୁଥିଲା ଭାରତ । 16 ମିନିଟରେ ପ୍ରଥମ ଗୋଲ ଦେଇ ଇରାକ ଉପରେ ଚାପ ପକାଇଥିଲା ଭାରତ । ମହେଶ ସିଂ ଏହି ଗୋଲ ସ୍କୋର କରିଥିଲେ ।
28 ମିନିଟରେ ଇରାକ ଏହି ଗୋଲ ପରିଶୋଧ କରିଥିଲା । ପୁଣି 51 ମିନିଟରେ ଭାରତ ହାସଲ ଗୋଲ କରି 2-1ରେ ଆଗୁଆ ରହିଥିଲା । 80 ମିନିଟରେ ଇରାକ ଆଉ ଏକ ଗୋଲ କରି ସ୍ଥିତି 2-2ରେ ବରାବର କରିଥିଲା । ନିର୍ଦ୍ଧାରିତ ସମୟରେ ଖେଳ 2-2ରେ ଅମୀମାଂସିତ ରହିଥିଲା ତେଣୁ ପେନାଲ୍ଟି ସୁଟଆଉଟର ସହାୟତା ନିଆଯାଇଥିଲା । ସେଥିରେ 5-4 ଗୋଲରେ ପରାଜିତ ହୋଇଥିଲା ଭାରତ । ପରାସ୍ତ ହେଲେ ବି ଇରାକ ବିପକ୍ଷରେ ଭାରତ ଭଲ ପ୍ରଦର୍ଶନ କରିଥିଲା ।