ଓଡିଶା

odisha

ETV Bharat / sports

କୋରୋନା ମୁକାବିଲା: ଭାରତୀୟ ଅଲମ୍ପିକ ଆସୋସିଏସନର ସହଯୋଗ ପ୍ରତିଜ୍ଞା - COVID-19 pandemic

କୋରୋନା ବିରୋଧୀ ଲଢେଇରେ ଦେଶର ସାଥ ଦେବାକୁ ଆଗେଇ ଆସିଛି ଭାରତୀୟ ଅଲମ୍ପିକ ଆସୋସିଏସନ (IOA)। ମହାମାରୀ କୋରୋନା ମୁକାବିଲାରେ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବା ନେଇ ପ୍ରତିଜ୍ଞା କରିଛି ଅଲମ୍ପିକ ଆସୋସିଏସନ ।

IOA promises support
କୋରୋନା ମୁକାବିଲା: ଭାରତୀୟ ଅଲମ୍ପିକ ଆସୋସିଏସନର ସହଯୋଗ ପ୍ରତିଜ୍ଞା

By

Published : Mar 30, 2020, 8:25 PM IST

ନୂଆଦିଲ୍ଲୀ: କୋରୋନା ବିରୋଧୀ ଲଢେଇରେ ଦେଶର ସାଥ ଦେବାକୁ ଆଗେଇ ଆସିଛି ଭାରତୀୟ ଅଲମ୍ପିକ ଆସୋସିଏସନ (IOA)। ମହାମାରୀ କୋରୋନା ମୁକାବିଲାରେ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବା ନେଇ ପ୍ରତିଜ୍ଞା କରିଛି ଅଲମ୍ପିକ ଆସୋସିଏସନ । ଏଥିସହିତ ନ୍ୟାସନାଲ ଫେଡେରେସନ ଓ ରାଜ୍ୟ ଆସୋସିଏସନ ଗୁଡିକର ସମସ୍ତ ସଦସ୍ୟ ସହଯୋଗ କରିବେ । ଏନେଇ ଏନଓସି ଇଣ୍ଡିଆ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ଭାରତୀୟ ଅଲମ୍ପିକ ଆସୋସିଏସନ ସମ୍ପାଦକ ରାଜୀବ ମେହେଟ୍ଟା, କୋରୋନା ମୁକାବିଲାରେ ନିଜ ଜୀବନକୁ ବାଜିରେ ଲଗାଇ, ପ୍ରତ୍ୟକ୍ଷ ଭାବେ ଜରୁରୀ ସେବା ଯୋଗାଉଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଇଣ୍ଡିଆନ ଗୋଲ୍ଫ ୟୁନିୟନ ସଭାପତି ଅବସରପ୍ରାପ୍ତ ଜେନେରାଲ ଡି ଅନବୁ 10 ଲକ୍ଷ ଟଙ୍କା ସହାୟତା ଗୋଲ୍ପ ଖେଳାଳିଙ୍କ ପକ୍ଷରୁ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details