ନୂଆଦିଲ୍ଲୀ: ଭାରତର ଦିଭିଜ ଶାହଙ୍କ ରୌପ୍ୟ ପଦକ ସହ ଉଜ୍ବେକିସ୍ତାନର ଖେଳାଯାଇଥିବା ଏସିଆନ୍ ରୋଡ ପାରା-ସାଇକ୍ଲିଂ ଚାମ୍ପିଅନସିପ୍ରେ ଭାରତ ଖାତାରେ ଲାଗିଛି ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ । ତେବେ ଶାହା ସି୫ କାଟାଗୋରିରେ କ୍ରମାଗତ ତୃତୀୟଥର ପାଇଁ ରୌପ୍ୟପଦକ ହାସଲ କରିଛନ୍ତି ।
ଏସିଆନ ରୋଡ ପାରା-ସାଇକ୍ଲିଂ ଚାମ୍ପିଅନସିପ: ଭାରତକୁ ୧ ରୌପ୍ୟ, ୨ କାଂସ୍ୟ - bronze
ଭାରତର ଦିଭିଜ ଶାହଙ୍କ ରୌପ୍ୟ ପଦକ ସହ ଉଜ୍ବେକିସ୍ତାନର ଖେଳାଯାଇଥିବା ଏସିଆନ୍ ରୋଡ ପାରା-ସାଇକ୍ଲିଂ ଚାମ୍ପିଅନସିପ୍ରେ ଭାରତ ଖାତାରେ ଲାଗିଛି ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ।
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
ତେବେ ଏହି ପ୍ରତିଯୋଗିତା ଏପ୍ରିଲ ୨୩ରୁ ଆରମ୍ଭ ହୋଇ ୨୮ ତାରିଖରେ ଶେଷ ହୋଇଥିଲା । ଏଥିରେ ୨୮ଟି ଦେଶ ଅଂଶଗ୍ରହଣ କରିଥିଲା । ଏସିଆନ ପାରାଗେମ୍ସ କାଂସ୍ୟ ପଦକ ବିଜେତା ଗୁରଲାଲ ସିଂ ଏକମାତ୍ର ସାଇକ୍ଳିଷ୍ଟ ଭାବେ ଏସିଆନ୍ ଗେମ୍ସ ସ୍ତରରେ ପଦକ ଜିତିଛନ୍ତି । ସେ ସି୪ ସେକ୍ସନରେ କାଂସ୍ୟ ପଦକ ହାସଲ କରିଛନ୍ତି । ମହାରାଷ୍ଟ୍ରର ହ୍ୟାଣ୍ଡ ସାଇକ୍ଲିଷ୍ଟ ସୁଧାକର ମରାଠେ ଏଚ୍୫ କାଟାଗୋରିରେ ବ୍ରୋଞ୍ଜ୍ ଜିତିଛନ୍ତି ।
ଉଲ୍ଲେଖଥାଉ କି, ଗତ ଦୁଇବର୍ଷ ହେବ ଭାରତୀୟ ପ୍ରତିଯୋଗୀମାନେ ଦୁଇଟି ସଂସ୍କରଣରେ ଗୋଟିଏ ରୌପ୍ୟ ଓ କାଂସ୍ୟ ଜିତିଛନ୍ତି ।