ଓଡିଶା

odisha

ETV Bharat / sports

ମୁଁ ନିଜକୁ ନିଜର ପ୍ରେରଣା ମାନେ: ଦୂତି ଚାନ୍ଦ - Dutee chand

ସ୍ବର୍ଣ୍ଣ ଜିତିବା ପରେ ରାଞ୍ଚି ଠାରେ ଆମ 'ଇଟିଭି ଭାରତ' ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇଛନ୍ତି ଦୂତି।

ମୁଁ ନିଜକୁ ନିଜର ପ୍ରେରଣା ମାନେ: ଦୂତି ଚାନ୍ଦ

By

Published : Oct 12, 2019, 2:33 PM IST

ହାଇଦ୍ରାବାଦ: 59ତମ ନ୍ୟାସନାଲ ଓପନ୍ ଆଥଲେଟିକ୍ସ ଚମ୍ପିଆନସିପରେ ନୂଆ ଜାତୀୟ ରେକର୍ଡ କରିବା ସହିତ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତିଛନ୍ତି ସ୍ପିଣ୍ଟର ଦୂତି ଚାନ୍ଦ। ତେବେ ସ୍ବର୍ଣ୍ଣ ଜିତିବା ପରେ ରାଞ୍ଚି ସ୍ଥିତ ଆମ 'ଇଟିଭି ଭାରତ' ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇଛନ୍ତି ଦୂତି।

ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି, "ମୋର ଆଇଡିଆଲ ଏଲିନା ଥୋମାସ । ଯିଏକି ଅଲମ୍ପିକ୍‌ ଗୋଲ୍ଡ ମେଡାଲ ଜିତିଛନ୍ତି। କିନ୍ତୁ ଭାରତରେ ମୁଁ ନିଜକୁ ମୋର ଆଦର୍ଶ ମାନେ । ମୁଁ ସବୁବେଳେ କିଛି ନୂଆ କରିବାକୁ ଚେଷ୍ଟା କରିଥାଏ।" ସେହିପରି ନିଜର ନିକଟ ତମ ପ୍ରତିଦ୍ବନ୍ଦ୍ବୀ ପ୍ରଶ୍ନର ଉତ୍ତର ଏମିତି ରଖିଛନ୍ତି,ଜାତୀୟ ରେକର୍ଡ ଧାରୀ ଦୂତି ଚାନ୍ଦ । ସେ କହିଛନ୍ତି, ଭାରତରେ ସ୍ପ୍ରିଣ୍ଟର ଭାବେ କେବଳ ମୋତେ ଦେଖାଯାଉଛି । କିନ୍ତୁ ନୂଆ ନୂଆ ଖେଳାଳି ମଧ୍ୟ ସାମ୍ନାକୁ ଆସୁଛନ୍ତି । ଯେଉଁମାନେ ଉନ୍ନତ ପ୍ରଦର୍ଶନ କରିବାରେ ଲାଗିଛନ୍ତି ।

ଦୂତିଙ୍କ ପ୍ରତିକ୍ରିୟା

ଉଲ୍ଲେଖଥାଉ କି, 59ତମ ନ୍ୟାସନାଲ ଓପନ୍ ଆଥଲେଟିକ୍ସ ଚମ୍ପିଆନସିପ ରାଞ୍ଚି ସହରରେ ଚାଲୁଛି । ତେବେ ଏହା କିମ୍ବଦନ୍ତୀ କ୍ରିକେଟର ଧୋନିଙ୍କ ସହରର ହୋଇଥିବାରୁ ଦୂତି ଧୋନିଙ୍କୁ ଦେଖାକରିବାକୁ ଇଚ୍ଛୁକ ଅଛନ୍ତି ବୋଲି କହିଛନ୍ତି ।

ଦୂତିଙ୍କ ପ୍ରତିକ୍ରିୟା
ତେବେ ପ୍ରତିଯୋଗୀତାର ମହିଳା 100ମିଟର ସେମିଫାଇନାଲ ଇଭେଣ୍ଟରେ 11.22 ସେକେଣ୍ଡରେ ଦୂରତା ଅତିକ୍ରମ କରି ନ୍ୟାସନାଲ ରେକର୍ଡ କରିଛନ୍ତି । ପୂର୍ବରୁ ଏହି ଇଭେଣ୍ଟରେ ଜାତୀୟ ରେକର୍ଡ 11.16 ସେକେଣ୍ଡ ଥିଲା ଯାହା କି ଦୂତୀଙ୍କ ନାମରେ ରହିଥିଲା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଏହି ଟାଇମିଂ ସହ ଦୂତୀ 2020 ଟୋକିଓ ଅଲିମ୍ପିକ କ୍ୱାଲିଫାଏ ମାର୍କର ନିକଟତର ହୋଇଛନ୍ତି । 100 ମିଟରରେ ଅଲିମ୍ପିକ୍ କ୍ୱାଲିଫାଏ ପାଇଁ 11.15 ସେକେଣ୍ଡ ସମୟ ଧାର୍ଯ୍ୟ ରଖାଯାଇଛି।

ABOUT THE AUTHOR

...view details