ଓଡିଶା

odisha

By ETV Bharat Odisha Team

Published : Nov 5, 2023, 9:12 AM IST

ETV Bharat / sports

Sultan Johor Cup: ପାକିସ୍ତାନକୁ ହରାଇ କାଂସ୍ୟ ଜିତିଲା ଭାରତ

ସୁଲତାନ ଜୋହର କପ୍ ହକିରେ ଭାରତ ପାକିସ୍ତାନକୁ ହରାଇ କାଂସ୍ୟ ପଦକ ଜିତିଛି । ସୁଟ୍‌ଆଉଟ୍‌ରେ ପାକ୍‌କୁ ଚମକାଇ ଦେଇଥିଲା ଭାରତୀୟ ଜୁନିୟର ପୁରୁଷ ହକି ଦଳ । ଅଧିକ ପଢ଼ନ୍ତୁ

Sultan Johor Cup
India win bronze at Sultan Johor Cup

ନୂଆଦିଲ୍ଲୀ: ସୁଲତାନ୍‌ ଜୋହର କପରେ ଭାରତୀୟ ଜୁନିୟର ପୁରୁଷ ହକି ଦଳ କାଂସ୍ୟ ପଦକ ଜିତିଛି । ମାଲେସିଆରେ ଆୟୋଜିତ ସୁଲତାନ ଜୋହର କପ୍ ହକି ଟୁର୍ଣ୍ଣାମେଣ୍ଟରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନକୁ ସଡନ ଡେଥ୍‌ରେ ହରାଇ ଭାରତ ବ୍ରୋଞ୍ଜ୍‌ ପଦକ ଜିତିଛି । ପ୍ରଥମେ ମ୍ୟାଚ୍‌ 3-3ରେ ବରାବର ହୋଇଥିଲା । ପରେ ସୁଟଆଉଟର ସହୟତାରେ ସ୍ଥିତି 4-4ରେ ବରାବର ରହିଥିଲା । ଏହାପରେ ସଡନ୍‌ ଡେଥ୍‌ ଗୋଲରେ ବିଜୟ ହାସଲ କରିଥିଲା ଭାରତୀୟ ଜୁନିୟର ପୁରୁଷ ହକି ଦଳ । ଫାଇନାଲରେ ଜର୍ମାନୀ 3-1 ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି । ରୌପ୍ୟ ପଦକ ଜିତିଛି ଅଷ୍ଟ୍ରେଲିଆ । ଗୋଲ଼୍ଡ ମେଡାର ମ୍ୟାଚ୍‌ ବରାବର ରହିଥିଲା । ପେନାଲ୍ଟି ସୁଟ୍‌ଆଉଟ୍‌ରେ ଜର୍ମାନୀ ବାଜି ମାରି ନେଇଥିଲା ।

ଭାରତ ଓ ପାକିସ୍ତାନ ମ୍ୟାଚ କଡା ସଂଘର୍ଷପୂର୍ଣ୍ଣ ହୋଇଥିଲା । ନିର୍ଦ୍ଧାରିତ ସମୟର ଖେଳ ଶେଷ ସୁଦ୍ଧା ଉଭୟ ଦଳ 3ଟି ଲେଖାଏଁ ଗୋଲ କରିଥିଲେ । ଭାରତ ପକ୍ଷରୁ 11ତମ ମିନିଟରେ ଅରୁଣ ସାହାଣୀ ପ୍ରଥମ ଗୋଲ ସ୍କୋର କରିଥିଲେ । ସେହିପରି 42ତମ ମିନିଟରେ ସିବି ପୋଭାନ୍ନା ଓ 52ତମ ମିନିଟରେ ଅଧିନାୟକ ଉତ୍ତମ ସିଂଗ ଗୋଲ ସ୍କୋର କରିଥିଲେ । ସେହିପରି ପାକିସ୍ତାନର ସୁଫିୟାନ ଖାନ, ଅବଦୁନ କୟୁମ ଓ ହାନାନ ସାହିଦ ଗୋଟିଏ ଲେଖାଏଁ ଗୋଲ କରିଥିଲେ । ନିର୍ଦ୍ଧାରିତ ସମୟରେ ମ୍ୟାଚ 3-3ରେ ବରାବର ରହିଥିଲା ।

ଏହା ପରେ ସୁଟଆଉଟରେ ଭାରତ ଓ ପାକିସ୍ତାନ ଦଳ ପ୍ରଥମ 4ଟି ପ୍ରୟାସକୁ ଗୋଲ ଦେବାରେ ସଫଳ ହୋଇଥିଲେ । ପଞ୍ଚମ ପ୍ରୟାସରେ ଅମନଦୀନ ଓ ପାକିସ୍ତାନର ୟାକୁବ ବିଫଳ ହୋଇଥିଲେ । ସଡନ୍‌ ଡେଥ୍‌ରେ ଦୁଇ ଖେଳାଳି ଗୋଲ୍‌ କରିଥିଲେ । ସ୍ଥିତି 5-5ରେ ପହଞ୍ଚିଥିଲା । ସପ୍ତମ ପ୍ରୟାସରେ ଭାରତର ଅଙ୍ଗଦ ଗୋଲ କରି ଦଳକୁ ଆଗୁଆ କରିଥିଲେ । ତେବେ ପାକିସ୍ତାନର ସାହିଦ ବିଫଳ ହେବାକୁ ଭାରତ 6-5ରେ ରୋମାଞ୍ଚକର ବିଜୟ ହାସଲ କରିଥିଲା ।

ଏହା ବି ପଢନ୍ତୁ...Womens Asian Champions Trophy: କୋରିଆକୁ ହରାଇ ଫାଇନାଲରେ ଭାରତ, ଆଜି ଜାପାନକୁ ଭେଟିବ

ସୁଲତାନ ଜୋହର କପରେ ଏକ ମ୍ୟାଚ୍‌ରେ ଭାରତ ଜର୍ମାନୀଠୁ 6-3ଗୋଲରେ ପରାସ୍ତ ହୋଇଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ଏକ ମ୍ୟାଚରେ 6-2 ଗୋଲରେ ବିଜୟ ହାସଲ କରିଥିଲା ଭାରତ । ମାଲେସିଆକୁ 3-1 ଗୋଲରେ ପରାସ୍ତ କରିଥିଲା । ଲିଗ୍‌ ପର୍ଯ୍ୟାୟ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ 3-3ରେ ବରାବର ରହିଥିଲା ।

ABOUT THE AUTHOR

...view details