Hockey World Cup ରାତି ପାହିଲେ ସ୍ପେନକୁ ଭେଟିବ ଭାରତ, ବିଜୟ ଅଭିଯାନରୁ ବିଶ୍ବକପ ଆରମ୍ଭ ନେଇ ଲକ୍ଷ୍ୟ ରାଉରକେଲା : ବିଜୟ ଅଭିଯାନରୁ ବିଶ୍ବକପ କରିବା ନେଇ ମଇଦାନକୁ ଓହ୍ଲାଇବେ ହରମନପ୍ରିତ ଏଣ୍ଡ କୋ । ସ୍ପେନ ବିପକ୍ଷରୁ ନିଜର ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ଆସନ୍ତାକାଲି ( ଶୁକ୍ରବାର ) ନିଜର ପ୍ରଥମ ମ୍ୟାଚ ଖେଳିବା ନେଇ ବେଶ୍ ଉତ୍ସାହିତ ରହିଛି ଟିମ୍ ଇଣ୍ଡିଆ । ପୂର୍ବରୁ ଥିବା ଭୁଲକୁ ସୁଧାରି ଏକ ଭିନ୍ନ ରଣନୀତି ନେଇ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ । ନୂଆ ଷ୍ଟାଡିୟମ ନୂଆ ଟର୍ଫରେ ଖେଳିବା ଭାରତୀୟ ଦଳ ପାଇଁ ଏକ ଭଲ ସୁଯୋଗ ଆଣିବ ବୋଲି ଆଶା ରଖିଛି ।
ଦୁଇ ଓଡ଼ିଆ ପୁଅ ଅମିତ ରୋହିଦାସ ଏବଂ ନିଲମ ସଞ୍ଜୀବ ନିଜ ମାଟିରେ ଖେଳିବେ ହକି ବିଶ୍ବକପ । ଉଭୟଙ୍କ ଉପରେ ବେଶ୍ ନଜର ରହିବ । ହୋମ ଟିମ ପାଇଁ ହୋମ କଣ୍ଡିସନ ସୁହାଇବ । ଆମେ ସବୁ ଟିମଠାରୁ ଆଗରୁ ଆସି ଏଠାରେ ପ୍ରାକ୍ଟିସ କରିଛୁ ଯେଉଁଥିପାଇଁ ଏହା ଆମପାଇଁ ଖୁବ ଲାଭଦାୟକ ହେବ । ହକି ବିଶ୍ବକପରେ ସ୍ପେନକୁ କିଭଳି ଟକ୍କର ଦେଇ ବିଜୟରୁ ଅଭିଯାନ ଆରମ୍ଭ କରିବୁ ବୋଲି କହିଛନ୍ତି କ୍ୟାପଟେନ ହରମନପ୍ରୀତ ସିଂହ । ଦଳରେ ଏଥର ସମସ୍ତ ଖେଳାଳି ଫର୍ମରେ ଅଛନ୍ତି ତେଣୁ ଟିମ ଖୁବ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି କ୍ରୀଡା ପ୍ରଶଂସକ ।
ଏଥର ପ୍ରୋ ଲିଗ ମ୍ୟାଚରେ ଭାରତ ଭଲ ପ୍ରଦର୍ଶନ କରିଥିଲା ଯାହା ସେ ଆଗକୁ ବଜାୟ ରଖିବାକୁ ଚେଷ୍ଟା ଜାରି ରଖିବ । ଟିମ ଇଣ୍ଡିଆ ଏଥର ଭଲ ପ୍ରଦର୍ଶନ କରିବା ସହ ଏକ ଭିନ୍ନ ଛାପ ଛାଡିବା ପାଇଁ ଆମେ ଆସିଛୁ । ଆମ ଦଳର ସମସ୍ତ ଖେଳାଳିଙ୍କ ଉପରେ ଆମର ଭରସା ରହିଛି । ସମସ୍ତେ ପ୍ରଥମ ମ୍ୟାଚରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିବେ ଏବଂ ବର୍ତ୍ତମାନ ଯାଏ ଭାରତ ହକି ଦଳର କୌଣସି ଖେଳାଳି ଅନ ଫିଟ ନାହାନ୍ତି । ସମସ୍ତେ ଫିଟ ଅଛନ୍ତି ଯାହା ଭାରତୀୟ ଦଳ ପାଇଁ ଏକ ଭଲ ସଙ୍କେତ । ଏଥର ଭାରତୀୟ ଦଳ ଅଟକିଙ୍ଗ ଗେମ ଖେଳିବ ବୋଲି ବୋଲି କହିଛନ୍ତି କ୍ୟାପଟେନ ।
। ଅଷ୍ଟ୍ରେଲିଆ ବିପକ୍ଷ ଟୁର ଏବଂ ପ୍ରୋ ଲିଗ ଖେଳି ଗତ 2ମାସ ଧରି ଟିମ ଇଣ୍ଡିଆ ଜୋରଦାର ପ୍ରାକ୍ଟିସ କରିଛି । ଡିଫେନ୍ସ ଏବଂ ଫରଓ୍ବାର୍ଡରେ ଦମଦାର ପ୍ରଦର୍ଶନ କରିବା ପାଇଁ ତୟାର ଇଣ୍ଡିଆ । ସେପଟେ ବିପକ୍ଷ ଦଳ ଉପରେ ନଜର ପକାଇଲେ ସ୍ପେନ ମଧ୍ୟ କିଛି କମ ଶକ୍ତିଶାଳୀ ନୁହଁ । FIH ରାକିଂରେ ଅଷ୍ଟମ ସ୍ଥାନରେ ରହିଛି ସ୍ପେନ । ତେବେ ଭାରତ ଓ ସ୍ପେନ ମଧ୍ୟରେ କଡା ଟକ୍କର ହେବା ନେଇ ଆଶା କହିଛନ୍ତି କ୍ରୀଡା ସମୀକ୍ଷକ । ଦୁଇ ଦଳର ଓଜନ ସମାନ ରହିଥିଲେ ମଧ୍ୟ ଭାରତ ତାର ଭିନ୍ନ ରଣକୌଶଳ ଆପଣେଇବ ।
ଇଟିଭି ଭାରତ, ରାଉରକେଲା