ଟୋକିଓ: ଏୟାର ରାଇଫଲ ସୁଟିଂରୁ ଟୋକିଓ ଅଲମ୍ପିକ୍ସର ଯାତ୍ରା ଆରମ୍ଭ କରିବ ଭାରତ । ଏଥିପାଇଁ ଭାରତର ୧୫ ଜଣିଆ ରାଇଫଲ ସୁଟଂ ମହିଳା ଦଳ ପ୍ରସ୍ତୁତ ହୋଇ ରହିଛନ୍ତି । ଶନବାର ଦିନ ଏହି ଇଭେଣ୍ଟ ଆରମ୍ଭ ହେବ । ଭାରତୀୟ ସମୟ ମୁତାବକ ସକାଳ ୫ଟା ସମୟରେ ଏହି ଇଭେଣ୍ଟ ଆରମ୍ଭ ହେବ । ଯେଉଁଥିରେ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଯୋଗ ଦେବେ ଭାରତୀୟ ମହିଳା ସୁଟର ।
ଏହି ଇଭେଣ୍ଟରେ ଭାରତର ଅପୁର୍ବୀ ଚାଣ୍ଡେଲା ପଦକ ପାଇଁ ପ୍ରତିଦ୍ବନ୍ଦିତା କରିବେ । ଯୋଗ୍ୟତା ପର୍ଯ୍ୟାୟରେ ମୋଟ ୪୯ ଜଣ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିବେ । ଏହାପରେ ସକାଳ ୭.୧୫ ମିନିଟରେ ଏହି ଇଭେଣ୍ଟର ଫାଇନାଲ ରାଉଣ୍ଡ ଖେଳାଯିବ ।