ଓଡିଶା

odisha

By

Published : Sep 14, 2021, 7:00 PM IST

ETV Bharat / sports

ଟୋକିଓ ପରେ ତାସକେଣ୍ଟରେ ଚମକିବ ଓଡିଶା

୧୮ ବର୍ଷରୁ କମ ଏସିଆ ରଗ୍‌ବି ସେଭେନସ ଚମ୍ପିଆନସିପ୍‌ ୨୦୨୧ରେ ଅଂଶଗ୍ରହଣ କରିବାକୁ ତାସକେଣ୍ଟ ଅଭିମୁଖେ ଉଡାଣ ଭରିଛି ୧୪ଜଣିଆ ଭାରତୀୟ ଜୁନିଅର ରଗବି ସ୍କ୍ବାଡ । ଅଧିକ ପଢନ୍ତୁ...

India to compete in Asia Rugby U18 Girls Rugby Sevens Championship 2021
ଟୋକିଓ ପରେ ତାସକେଣ୍ଟରେ ଚମକିବ ଓଡିଶା

ଭୁବନେଶ୍ବର:ରଗବି ଇଣ୍ଡିଆର ବଡ ଘୋଷଣା । ୧୮ ବର୍ଷରୁ କମ ଏସିଆ ରଗ୍‌ବି ସେଭେନସ ଚମ୍ପିଆନସିପ୍‌ ୨୦୨୧ରେ ଅଂଶଗ୍ରହଣ କରିବ ଭାରତୀୟ ଜୁନିଅର ରଗବି ଗାର୍ଲସ ସ୍କ୍ବାଡ । ରଗବି ଇଣ୍ଡିଆ ମଙ୍ଗଳବାର ଏନେଇ ଘୋଷଣା କରିଛି । ସେପ୍ଟେମ୍ବର ୧୮ ଓ ୧୯ରେ ଏହି ମେଗା ଜୁନିଅର ପ୍ରତିଯୋଗିତା ଉଜବେକିସ୍ତାନର ତାସକେଣ୍ଟରେ ଅନୁଷ୍ଠିତ ହେବ ।

ମଙ୍ଗଳବାର ୧୪ ଖେଳାଳି ଓ ୫ ଜଣ ଅଫିସିଆଲ(କୋଚ୍‌, ଫିଜିଓ ଓ ମ୍ୟାନେଜର୍‌) ଙ୍କୁ ନେଇ ତାସକେଣ୍ଟ ଅଭିମୁଖେ ଉଡାଣ ଭରିଛି ଭାରତୀୟ ଟିମ। କାଜାଖାସ୍ତାନ, କିର୍ଗିଜସ୍ତାନ, ୟୁନାଇଟେଡ ଆରବ ଏମିରେଟ୍‌ସ(UAE), ଭାରତ ଓ ଆୟୋଜକ ଉଜବେକିସ୍ତାନ ସମେତ ମୋଟ ଏସିଆର ମୋଟ ୫ଟି ଦେଶ ଚମ୍ପିଆନସିପ୍‌ରେ ଶ୍ରେଷ୍ଠ ସମ୍ମାନ ପାଇଁ ଲଢେଇ କରିବେ ।

୧୮ ବର୍ଷରୁ କମ ଭାରତୀୟ ଗାର୍ଲସ ରଗବି ଟିମ ସହିତ ସୋସିଏଟ ଜେନେରାଲେ(ଫାଇନାନସିଆଲ ପାର୍ଟନର କ୍ ଓ ଅଫିସିଆଲ ବ୍ୟାଙ୍କ୍‌), ଓଡିଶା ସରକାର ଓ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି- KIIT(ହାଇ ପର୍ଫମାନ୍ସ ପାର୍ଟନର), BLK(ମ୍ୟାଚ୍‌ କିଟ୍‌ ପାର୍ଟନର), ଫାଷ୍ଟ ଓ ଅପ୍‌(ନ୍ୟୁଟ୍ରିସିଆଲ ପାର୍ଟନର), BLANDE ଇଣ୍ଡିଆ ଓ ଅଭିନବ ବିନ୍ଦ୍ରା ଟାର୍ଗେଟିଂ ଫର୍ଫମାନ୍ସ(ABTP) ଆସୋସିଏଟ ପାର୍ଟନର ରହିଛନ୍ତି ।

ଏହି ଅବସରରେ ରଗବି ଇଣ୍ଡିଆ ସଭାପତି ବିକ୍ରମ ଆହୁଜା, ଓଡିଶା ସରକାରଙ୍କ ସମେତ KITT ଓ ଅନ୍ୟ ସମସ୍ତ ପାର୍ଟନରଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଆହୁଜା କହିଛନ୍ତି, "ଏସିଆ ରଗବି ଚମ୍ପିଆନସିପ୍‌ ପ୍ରସ୍ତୁତି ପାଇଁ ରଗବି ଇଣ୍ଡିଆର ହାଇ ପର୍ଫମାନ୍ସ ପଦକ୍ଷେପ ପାଇଁ ସମସ୍ତ ପାର୍ଟନରଙ୍କୁ ଧନ୍ୟବାଦ ।" ୧୮ ବର୍ଷରୁ କମ ଭାରତୀୟ ରଗବି ଗାର୍ଲସ ଟିମ ଶ୍ରେଷ୍ଠ ପ୍ରଦର୍ଶନ କରିବେ ଓ ଦେଶକୁ ଗର୍ବିତ କରିବା ନେଇ ଆଶାବାଦୀ ।"

ଦେଶର ବିଭିନ୍ନ ସ୍ଥାନରୁ ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ମୋଟ ୫୨ଜଣ ଝିଅ ପ୍ରଦର୍ଶନ ଆଧାରରେ ଜାତୀୟ ସ୍କୁଲ ଗେମ୍ସ ରଗବି ଚମ୍ପିଆନସିପ, ଫିଟନେସ୍‌ ଓ ସ୍କିଲ ଟେଷ୍ଟ ଫଳାଫଳରୁ ଶେଷ ସବ୍‌-ଜୁନିଅର ଜାତୀୟ ଚମ୍ପିଆନସିପ ପାଇଁ ଚୟନ କରାଯାଇଥିଲା । ପରେ ଏହି ଝିଅମାନେ ଜାତୀୟ ପ୍ରଶିକ୍ଷଣ ଓ ଚୟନ ଶିବିରରେ ସାମିଲ ହୋଇଥିଲେ । ଅଗଷ୍ଟ ୧୪ରୁ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଭୁବନେଶ୍ବରର KITT ବିଶ୍ବବିଦ୍ୟାଳୟ ପରିସରରେ ଏହି ଚୟନ ଶିବିର ଅନୁଷ୍ଠିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details