ଓଡିଶା

odisha

ETV Bharat / sports

ଅଲିମ୍ପିକ୍ସରେ ଭାରତ ପ୍ରଥମ 10ଟି ସ୍ଥାନରେ ଆସିବା ଦରକାର: କିରଣ ରିଜିଜୁ - କ୍ରୀଡ଼ା ଉତ୍କୃଷ୍ଟତା କେନ୍ଦ୍ର ଉଦଘାଟିତ

2028 ମସିହାରେ ଲସ ଏଞ୍ଜେଲସରେ ହେବାକୁ ଥିବା ଅଲିମ୍ପିକ୍ସରେ ଭାରତ ଗୋଟିଏ କି ଦୁଇଟି ପଦକରେ ସନ୍ତୁଷ୍ଟ ହେବା କଥା ନୁହେଁ। ପଦକ ଜିତିବା ତାଲିକାରେ ପ୍ରଥମ 10ଟି ଦେଶ ମଧ୍ୟରେ ଭାରତ ଆସିବା ଦରକାର ବୋଲି କହିଛନ୍ତି କିରଣ ରିଜିଜୁ। ଅଧିକ ପଢ଼ନ୍ତୁ...

India should not be satisfied with 1-2 medals in Olympics-2028 says Rijiju
ଅଲିମ୍ପିକ୍ସରେ ଭାରତ ପ୍ରଥମ 10ଟି ସ୍ଥାନରେ ଆସିବା ଦରକାର: କିରଣ ରିଜିଜୁ

By

Published : Dec 23, 2020, 10:36 PM IST

ନୂଆଦିଲ୍ଲୀ:"2028 ମସିହାରେ ଲସ ଏଞ୍ଜେଲସରେ ହେବାକୁ ଥିବା ଅଲିମ୍ପିକ୍ସରେ ଭାରତ ଗୋଟିଏ କି ଦୁଇଟି ପଦକରେ ସନ୍ତୁଷ୍ଟ ହେବା କଥା ନୁହେଁ। ପଦକ ଜିତିବା ତାଲିକାରେ ପ୍ରଥମ 10ଟି ଦେଶ ମଧ୍ୟରେ ଭାରତ ଆସିବା ପାଇଁ ଚେଷ୍ଟା କରିବା ଆବଶ୍ୟକ" ବୋଲି ଏକ ସାକ୍ଷାତକାରରେ କହିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ। ଆସନ୍ତା ଅଲିମ୍ପିକ୍ସରେ ଭାରତୀୟ ଅଲିମ୍ପିକ୍ସ ଖେଳାଳିଙ୍କୁ ନେଇ ଏଭଳି ଆଶା ବାନ୍ଧିଛନ୍ତି କୀଡ଼ାମନ୍ତ୍ରୀ ।

ସେ କହିଛନ୍ତି ଯେ, ଅଲିମ୍ପିକ୍ସରେ ଭାରତୀୟ ଖେଳାଳିମାନେ କିଭଳି ଭଲ ପ୍ରଦର୍ଶନ କରିବେ ସେନେଇ ଉଭୟ ଖେଳାଳି ଓ ରାଜ୍ୟ ସରକାର ପଦକ୍ଷେପ ନେବା ଆବଶ୍ୟକ। ଅଲିମ୍ପିକ୍ସ ଭଳି ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳିଙ୍କ ମୂଳଦୁଆ ସୁଦୃଢ଼ ହେବା ଆବଶ୍ୟକ। ଏଥିପାଇଁ ଅଲିମ୍ପିକ୍ସକୁ ନେଇ ବର୍ତ୍ତମାନ ହିଁ ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିବା ଉଚିତ।

ମଙ୍ଗଳବାର ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କୃଷ୍ଠତା କେନ୍ଦ୍ର ଉଦଘାଟନ ହୋଇଛି । ଏହି କାର୍ଯ୍ୟକ୍ରମରେ 8ଟି ରାଜ୍ୟରେ ଖେଲୋ ଇଣ୍ଡିଆ କ୍ରୀଡ଼ା ଉତ୍କୃଷ୍ଟତା କେନ୍ଦ୍ର ଉଦଘାଟନ ହୋଇଛି । କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଭିଡିଓ କନଫରେସିଂ ମାଧ୍ୟମରେ ଏହାକୁ ଉଦଘାଟନ କରିଥିବା ବେଳେ ଅଲିମ୍ପିକ୍ସକୁ ନେଇ ପ୍ରସ୍ତୁତି ଆରମ୍ଭ କରିବା କଥା କହିଛନ୍ତି ।

ନାଗାଲାଣ୍ଡ, କର୍ଣ୍ଣାଟକ, ଅରୁଣାଞ୍ଚଳ ପ୍ରଦେଶ, ମଣିପୁର, ମିଜୋରାମ, ଓଡ଼ିଶା, କେରଳ ଓ ତେଲେଙ୍ଗାନାରେ ଏହି କ୍ରୀଡ଼ା ଉତ୍କୃଷ୍ଟତା କେନ୍ଦ୍ର ଉଦଘାଟିତ ହୋଇଛି । ଦେଶରେ ଖେଳରେ ସଂସ୍କାର ଆଣିବା ପାଇଁ ଏହି କେନ୍ଦ୍ରଗୁଡ଼ିକ ମହତ୍ତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିବ ବୋଲି କ୍ରୀଡ଼ାମନ୍ତ୍ରୀ ସୂଚନା ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details