ଓଡିଶା

odisha

ETV Bharat / sports

BRICS କ୍ରୀଡାମନ୍ତ୍ରୀଙ୍କ ବୈଠକ: କ୍ରୀଡାରେ କୋରୋନା ପ୍ରଭାବ ଚର୍ଚ୍ଚା - BRICS Sports Ministers

କ୍ରୀଡା ଉପରେ ମହାମାରୀ କୋରୋନା ଭାଇରସର ପ୍ରଭାବ ନେଇ BRICS ଦେଶମାନଙ୍କର କ୍ରୀଡାମନ୍ତ୍ରୀଙ୍କ ମଧ୍ୟରେ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।

Impact of Covid-19 on sports discussed during meeting between BRICS Sports Ministers
BRICS କ୍ରୀଡାମନ୍ତ୍ରୀଙ୍କ ବୈଠକ: କ୍ରୀଡାରେ କୋରୋନା ପ୍ରଭାବ ଚର୍ଚ୍ଚା

By

Published : Aug 25, 2020, 9:05 PM IST

ନୂଆଦିଲ୍ଲୀ: କ୍ରୀଡା ଉପରେ ମହାମାରୀ କୋରୋନା ଭାଇରସର ପ୍ରଭାବ ନେଇ BRICS ଦେଶମାନଙ୍କର କ୍ରୀଡାମନ୍ତ୍ରୀଙ୍କ ମଧ୍ୟରେ ଆଜି (ମଙ୍ଗଳବାର) ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଭିଡିଓ କନ୍ଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଯୋଗ ଦେଇଥିଲେ । ବ୍ରାଜିଲ, ରୁଷିଆ, ଭାରତ ଚାଇନା ଓ ଦକ୍ଷିଣ ଆଫ୍ରିକା BRICSର ସଦସ୍ୟ ରହିଛି ।

ବ୍ରାଜିଲ, ରୁଷିଆ, ଭାରତ ଚାଇନା ଓ ଦକ୍ଷିଣ ଆଫ୍ରିକାର କ୍ରୀଡାମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ-19 ଯୋଗୁଁ ପ୍ରଭାବିତ କ୍ରୀଡା କ୍ଷେତ୍ରର ପୁନଃ ଆରମ୍ଭ ନେଇ ଆଲୋଚନା ହୋଇଥିଲା । କ୍ରୀଡାର ପ୍ରଚାର ଓ ପ୍ରସାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବ୍ୟାପକ କାର୍ଯ୍ୟକ୍ରମ ସଫଳତାର ସହ ଜାରି ରଖିଥିବା କହିଥିଲେ କେନ୍ଦ୍ର କ୍ରୀଡା ମନ୍ତ୍ରୀ । ଫିଟନେସ ପାଇଁ ଖେଲୋ ଇଣ୍ଡିଆ ଓ ଫିଟ୍ ଇଣ୍ଡିଆ ପରି କାର୍ଯ୍ୟକ୍ରମ ଜାରି ରହିଛି । ଦେଶକୁ କ୍ରୀଡାକ୍ଷେତ୍ରରେ ଶକ୍ତିଶାଳୀ କରିବାକୁ ନେଇ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ସକରାତ୍ମକ ପ୍ରଭାବ ରହିଥିବା ରିଜିଜୁ କହିଥିଲେ ।

ଦେଶର ଆଥଲେଟଙ୍କ ପାଇଁ ଅଭ୍ୟାସ କ୍ୟାମ୍ପ କ୍ରମଶଃ ପୁନଃ ଆରମ୍ଭ ହେଉଥିବା ମଧ୍ୟ କହିଛନ୍ତି କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details