ଓଡିଶା

odisha

ETV Bharat / sports

ଦେଶରେ ଖୁବ ଶ୍ରୀଘ୍ର ଆରମ୍ଭ ହେବ କ୍ରୀଡା ଇଭେଣ୍ଟ: କିରେନ ରିଜିଜୁ - ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ

ଆସନ୍ତା 2ମାସ ମଧ୍ୟରେ ଦେଶରେ କ୍ରୀଡା ଇଭେଣ୍ଟ ଆରମ୍ଭ ହେବାନେଇ ଆଶାବାଦୀ ଅଛନ୍ତି, କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରେନ ରିଜିଜୁ ।

I want sporting activities to begin as soon as possible: Kiren Rijiju
ଦେଶରେ ଖୁବ ଶ୍ରୀଘ୍ର ଆରମ୍ଭ ହେବ କ୍ରୀଡା ଇଭେଣ୍ଟ: କିରେନ ରିଜିଜୁ

By

Published : Jun 8, 2020, 10:11 AM IST

ନୂଆଦିଲ୍ଲୀ: ଖୁବ ଶୀଘ୍ର ଦେଶରେ ଆରମ୍ଭ ହୋଇପାରେ କ୍ରୀଡା ଇଭେଣ୍ଟ । ଏନେଇ ସଙ୍କେତ ଦେଇଛନ୍ତି କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରେନ ରିଜିଜୁ ।

ଟେବୁଲ ଟେନିସ ଖେଳାଳି ମନିକା ବାତ୍ରାଙ୍କ ସହ ଇନଷ୍ଟାଗ୍ରାମ ଲାଇଭ ସେସନରେ ଏହା କହିଛନ୍ତି କ୍ରୀଡାମନ୍ତ୍ରୀ ।

ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା

"ମୁଁ ଚାହୁଁଛି କ୍ରୀଡା ଇଭେଣ୍ଟ ଯେତେଶ୍ରୀଘ୍ର ସମ୍ଭବ ଆରମ୍ଭ ହେଉ । ଆସନ୍ତା 2ମାସ ମଧ୍ୟରେ କିଛି ଇଭେଣ୍ଟ ଆରମ୍ଭ ପାଇଁ ଆଶାବାଦୀ ରହିଛି । କ୍ରୀଡା ଆରମ୍ଭ ପାଇଁ ସମସ୍ତ ଅନୁକୂଳ ପରିବେଶ ଯୋଗାଇଦେବାକୁ ମନ୍ତ୍ରଣାଳୟ ପ୍ରସ୍ତୁତ ରହିଛି । କୋରୋନା ମହାମାରୀ ବଡ ବାଧକ ସାଜିଛି । ତେବେ ଦେଶର ସମସ୍ତ ଶୀର୍ଷ ଆଥଲେଟଙ୍କ ସମେତ ସମସ୍ତ ଖେଳାଳି ପଡିଆକୁ ଫେରି ପ୍ରସ୍ତୁତି ଆରମ୍ଭ କରିପାରିବେ । ପୂର୍ବରୁ ଅଭ୍ୟାସ ଓ ପ୍ରଶିକ୍ଷଣ ଶିବିର ଆରମ୍ଭ ପାଇଁ ଅନୁମତି ପ୍ରଦାନ କରାଯାଇଛି । ତେବେ ପ୍ରତିଯୋଗିତାମୂଳକ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଅଧିକ ସମୟ ଲାଗିପାରେ" ବୋଲି କେନ୍ଦ୍ର କ୍ରୀଡାମନ୍ତ୍ରୀ କହିଛନ୍ତି ।

ଅଭ୍ୟାସ ଆରମ୍ଭ ସମୟରେ ସତର୍କତାମୂଳକ ଏସଓପି ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details