ଓଡିଶା

odisha

Hockey World Cup 2023: ଶେଷ ମିନିଟରେ ଗୋଲ ଦେଇ ଫାଇନାଲରେ ଜର୍ମାନୀ, ବିଦାହେଲା ଅଷ୍ଟ୍ରେଲିଆ

By

Published : Jan 27, 2023, 7:19 PM IST

Updated : Jan 27, 2023, 8:07 PM IST

ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ଅଷ୍ଟ୍ରେଲିଆ ବନାମ ଜର୍ମାନୀ । ଏହି ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ମାତ୍ ଦେଇ ଫାଇନାଲରେ ପ୍ରବେଶ କରିଛି ଜର୍ମାନୀ । ଅଧିକ ପଢନ୍ତୁ

ଅଷ୍ଟ୍ରେଲିଆ ବନାମ ଜର୍ମାନୀ
ଅଷ୍ଟ୍ରେଲିଆ ବନାମ ଜର୍ମାନୀ

Hockey World Cup 2023

ଭୁବନେଶ୍ବର: ଫାଇନାଲ ଟିକଟ ହାତେଇଲା ଜର୍ମାନୀ । ଏହି ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ମାତ୍ ଦେଇ ଫାଇନାଲରେ ପ୍ରବେଶ କରିଛି ଜର୍ମାନୀ । ଆଜି (ଶୁକ୍ରବାର ) କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯାଇଛି । ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ଅଷ୍ଟ୍ରେଲିଆ ବନାମ ଜର୍ମାନୀ । ଏହି ମୁକାବିଲାରେ ଅଷ୍ଟ୍ରେଲିଆକୁ ମାତ୍ ଦେଇଛି ଜର୍ମାନୀ । ଜର୍ମାନୀ ୪-୩ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏହି ବିଜୟ ପରେ ଜର୍ମାନୀ ପ୍ରଥମ ଦଳ ଭାବରେ ହକି ବିଶ୍ବକପ ୨୦୨୩ରେ ଫାଇନାଲରେ ପ୍ରବେଶ କରିଛି । ଆଜିର ମ୍ୟାଚରେ ଜର୍ମାନୀର ନିକୋଲସ ୱାଲେନ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ସେମିଫାଇନାଲରେ ମୁକାବିଲାରେ ଦେଖିବାକୁ ମିଳିଥିଲା ହାଇଭୋଲଟେଜ ମୁକାବିଲା । ଅଷ୍ଟ୍ରେଲିଆ ବନାମ ଜର୍ମାନୀ ମଧ୍ୟରେ ହୋଇଥିଲା କଡା ଟକ୍କର । ତିନି ଥର ବିଶ୍ବଚମ୍ପିଆନ ଅଷ୍ଟ୍ରେଲିଆ ଆରମ୍ଭରୁ ଆଟାକିଂ ମୋଡରେ ଖେଳିଥିଲା । ପ୍ରଥମାର୍ଦ୍ଧରେ ଜର୍ମାନୀ ଉପରେ ଭାରି ରହିଥିଲା ଅଷ୍ଟ୍ରେଲିଆ । କଙ୍ଗାରୁ ଦଳ ପ୍ରଥମାର୍ଦ୍ଧରେ ଦୁଇଟି ଗୋଲ ଦେଇଥିବା ବେଳେ ଜର୍ମାନୀ ଗୋଟିଏ ବି ଗୋଲ ଦେଇନଥିଲା । ଅଷ୍ଟ୍ରେଲିଆ ମ୍ୟାଚର ୧୨ ମିନିଟରେ ଗୋଲ ଦେଇ ଖାତା ଖୋଲିଥିଲା । ଏହି ଗୋଲ ଜେର୍ମି ହାୟୱାର୍ଡ ଦେଇଥିଲେ । ଏହା ପରେ ମ୍ୟାଚ ୨୭ ମିନିଟରେ ଅଷ୍ଟ୍ରେଲିଆର ନାଥନ ଏଫାରମସ ଗୋଲ ଦେଇ ଗୋଲ ସ୍କୋରକୁ ୨-୦ କରିଥିଲେ ।

ଏହା ପରେ ଦ୍ବିତୀୟାର୍ଦ୍ଧରେ ଖେଳର ମୋଡ ବଦଳିଯାଇଥିଲା । ଦ୍ବିତୀୟାର୍ଦ୍ଧରେ ଜର୍ମାନୀ ୪ ଟି ଗୋଲ ଦେଇଥିଲା । ଜର୍ମାନୀର ଗଞ୍ଜାଲୋ ପେଇଲଟ ହ୍ୟାଟ୍ରିକ ଗୋଲ ଦେଇଥିଲେ । ହେଲେ ଖେଳର ଘଡିସନ୍ଧି ମୁହୂର୍ତ୍ତରେ ଗୁରୁତ୍ବପୂର୍ଣ୍ଣ ଗୋଲ ଦେଇ ଦଳକୁ ବିଜୟ ଦ୍ବାରରେ ପହଁଞ୍ଚାଇଥିଲେ । ଦ୍ବିତୀୟାର୍ଦ୍ଧରେ ଅଷ୍ଟ୍ରେଲିଆ ଜର୍ମାନୀ ମଧ୍ୟରେ ଦେଖିବାକୁ ମିଳିଥିଲା ଜୋରଦାର ଫାଇଟ । ଜର୍ମାନୀ ତୃତୀୟ କ୍ବାର୍ଟରରେ ପ୍ରଥମ ଗୋଲ ଦେଇ ସ୍କୋର ୨-୧ ରେ ପହଞ୍ଚିଥିଲା ।

୫୧ ମିନିଟରେ ଜର୍ମାନୀ ତରଫରୁ ଗଞ୍ଜାଲୋ ପେଇଲଟ ଦ୍ଵିତୀୟ ଗୋଲ କରି ୨-୨ରେ ସ୍କୋର ବରାବର କରିଥିଲେ । ୫୭ ମିନିଟରେ ଅଷ୍ଟ୍ରେଲିଆ ତରଫରୁ ବ୍ଲାକ ଗୋଭର୍ଷ ଆଉ ଏକ ଗୋଲ ଦେଇ ଅଷ୍ଟ୍ରେଲିଆକୁ ୩-୨ ସ୍କୋରରେ ଲିଡ ଦେଇଥିଲେ । ହେଲେ ମ୍ୟାଚର ୫୮ମିନିଟରେ ଜର୍ମାନୀର ଗଞ୍ଜାଲୋ ପେଇଲଟ ହ୍ୟାଟ୍ରିକ ଗୋଲ ଦେଇ ସ୍କୋରକୁ ୩-୩ ରେ ବରାବର କରିଥିଲେ । ହେଲେ ମ୍ୟାଚର ଶେଷ ମିନିଟରେ ଜର୍ମାନୀ ଖେଳାଳି ନିକଲସ ୱେଲେନ ଶେଷ ମିନିଟରେ ଗୁରୁତ୍ବପୂର୍ଣ୍ଣ ଗୋଲ ଦେଇ ଦଳକୁ ବିଜୟ ଦ୍ବାରରେ ପହଁଞ୍ଚାଇଥିଲେ । ମ୍ୟାଚର ଫାଇନାଲ ଜାଟ ବେଳକୁ ଜର୍ମାନୀ ୪ ଟି ଗୋଲ ଦେଇଥିବା ବେଳେ ଅଷ୍ଟ୍ରେଲିଆ ୩ ଟି ଗୋଲ ଦେଇଥିଲା । ଏହି ବିଜୟ ପରେ ଜର୍ମାନୀ ଫାଇନାଲ ମ୍ୟାଚ ପାଇଁ ଟିକଟ ହାତେଇଛି ।

Last Updated : Jan 27, 2023, 8:07 PM IST

ABOUT THE AUTHOR

...view details