ଓଡିଶା

odisha

By

Published : Jan 21, 2023, 4:30 PM IST

ETV Bharat / sports

Hockey World Cup 2023: ଲିଗ ମ୍ୟାଚ ପରେ କେଉଁ ଟିମ କେତେ ପଏଣ୍ଟ ପାଇଲେ...ନଜର ପକାନ୍ତୁ

ଜାରି ରହିଛି ହକି ବିଶ୍ବକପ ୨୦୨୩ । ସମସ୍ତ ପୁଲର ଲିଗ ମ୍ୟାଚ ଶେଷ ହୋଇଛି । ତେବେ ନଜର ପକାନ୍ତୁ ଏହି ମହାକୁମ୍ଭରେ ଅଂଶ ଗ୍ରହଣ କରିଥିବା ୧୬ ଟିମର ପଏଣ୍ଟ ଉପରେ । ଅଧିକ ପଢନ୍ତୁ

ହକି ଇଣ୍ଡିଆ
ହକି ଇଣ୍ଡିଆ

ହାଇଦ୍ରାବାଦ:ଆସନ୍ତାକାଲି କ୍ରସ୍ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ଜାରି ରହିଛି ହକି ବିଶ୍ବକପ ୨୦୨୩ । ସମସ୍ତ ପୁଲର ଲିଗ ମ୍ୟାଚ ଶେଷ ହୋଇଛି । ଆସନ୍ତାକାଲିଠୁ (ରବିବାର) କ୍ରସ ଓଭର ମ୍ୟାଚ ଖେଳାଯିବ । ଯେଉଁ ଟିମ ଗୁଡିକ କ୍ବାର୍ଟର ଫାଇନାଲ ଟିକଟ ହାତେଇନାହାଁନ୍ତି ସେମାନେ କ୍ରସ ଓଭର ମ୍ୟାଚ ଖେଳିବେ । ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡସ, ଇଂଲଣ୍ଡ ଏହି ଚାରୋଟି ଟିମ ସିଧାସଳଖ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଏହି ଚାରୋଟି ଟିମ ହକି ବିଶ୍ବକପ ପୁଲ ପଏଣ୍ଟ ଟେବୁଲରେ ଶୀର୍ଷରେ ରହି କ୍ବାର୍ଟର ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ତେବେ ନଜର ପକାନ୍ତୁ ଏହି ମହାକୁମ୍ଭରେ ଅଂଶ ଗ୍ରହଣ କରିଥିବା ୧୬ ଟିମର ପଏଣ୍ଟ ଉପରେ ।

ପୁଲ A - ପୁଲ Aରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା ରହିଛି । ଅଷ୍ଟ୍ରେଲିଆ ସର୍ବାଧିକ ୭ ପଏଣ୍ଟ ହାସଲ କରି ପୁଲA ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି । କଙ୍ଗାରୁ ଟିମ ୩ ଟି ଲିଗ ମ୍ୟାଚ ଖେଳିଥିବା ବେଳେ ୨ ଟି ମ୍ୟାଚରେ ବିଜୟ ସହ ଗୋଟିଏ ମ୍ୟାଚ ଡ୍ର ରହିଛି । ସେହିପରି ଆର୍ଜେଣ୍ଟିନା ୫ ପଏଣ୍ଟ ସହିତ ଦ୍ବିତୀୟ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ଦଳ ୩ଟି ଲିଗ ମ୍ୟାଚ ଖେଳି ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ଦୁଇଟି ମ୍ୟାଚ ଅମୀମାଂସିତ ରହିଛି । ଫ୍ରାନ୍ସ ୪ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି । ଫ୍ରାନ୍ସ ୩ ଟି ଲିଗ ମ୍ୟାଚ ଖେଳିଥିବା ବେଳେ ଗୋଟିଏ ମ୍ୟାଚ ବିଜୟୀ, ଗୋଟିଏରେ ପରାଜିତ ଏବଂ ଗୋଟିଏ ମ୍ୟାଚ ଡ୍ର ରହିଛି । ଦକ୍ଷିଣ ଆଫ୍ରିକା ଲିଗ ମ୍ୟାଚରେ ବିଜୟର ସ୍ବାଦ ଚାଖି ପାରି ନାହିଁ । ଦଳ କୌଣସି ପଏଣ୍ଟ ଏପର୍ଯ୍ୟନ୍ତ ହାସଲ କରିନାହିଁ । ଦକ୍ଷିଣ ଆଫ୍ରିକା ୩ ଟି ଲିଗ ମ୍ୟାଚ ଖେଳିଥିବା ବେଳେ ୩ ଟି ମ୍ୟାଚରେ ପରାସ୍ତ ହୋଇଛି ।

ପୁଲ B - ପୁଲର Bରେ ବେଲଜିୟମ, ଜର୍ମାନୀ, କୋରିଆ, ଜାପାନ ରହିଛି । ଡିଫେଣ୍ଡିଂ ଚମ୍ପିଆନ ବେଲଜିୟମ ୭ ପଏଣ୍ଟ ହାସଲ କରି ପୁଲ B ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି । ଏହି ଡିଫେଣ୍ଡିଂ ଚମ୍ପିଆନ ଟିମ ୩ ଟି ଲିଗ ମ୍ୟାଚରୁ ୨ ଟି ମ୍ୟାଚ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରହିଥିଲା । ଜର୍ମାନୀ ଟିମ ମଧ୍ୟ ୭ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ଦଳ ୩ ଟି ଲିଗ ମ୍ୟାଚରୁ ୨ ଟି ବିଜୟ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରହିଛି । କୋରିଆ ୩ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛି । ଦଳ ୩ ଟି ଲିଗ ମ୍ୟାଚରୁ ୨ ଟି ମ୍ୟାଚରେ ବିଜୟ ହୋଇଥିବା ବେଳେ ଗୋଟିଏ ମ୍ୟାଚରେ ବଜୟର ସ୍ବାଦ ଚାଖିଛି । ଜାପାନ ଲିଗ ମ୍ୟାଚରେ କୌଣସି ମ୍ୟାଚ ଜିତି ପାରି ନାହିଁ । ଦଳ ୩ ଟି ମ୍ୟାଚରୁ ୩ ଟି ମ୍ୟାଚରେ ପରାଜୟର ମୁହଁ ଦେଖିଛି ।

ପୁଲ C - ପୁଲ Cରେ ନେଦରଲାଣ୍ଡସ, ମାଲେସିଆ, ନ୍ୟୁଜିଲାଣ୍ଡ, ଚିଲି ରହିଛି । ନେଦରଲାଣ୍ଡସ ସର୍ବାଧିକ ୯ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି । ଦଳ ତିନୋଟି ମ୍ୟାଚରୁ ତିନୋଟି ମ୍ୟାଚରେ ଦମଦାର ବିଜୟ ହାସଲ କରିଛି । ମାଲେସିଆ ୬ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି । ଦଳ ୩ ଟି ଲିଗ ମ୍ୟାଚରୁ ୨ ଟି ଜିତି ଥିବା ବେଳେ ଗୋଟିଏରେ ପରାସ୍ତ ହୋଇଛି । ନ୍ୟୁଜିଲାଣ୍ଡ ୩ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି । ଦଳ ଗୋଟିଏ ମ୍ୟାଚରେ ଜିତି ଥିବା ବେଳେ ଦୁଇଟି ମ୍ୟାଚରେ ପରାସ୍ତ ହୋଇଛି । ସେପଟେ ଚିଲି ୩ ଟି ଲିଗ ମ୍ୟାଚରୁ ଗୋଟିଏ ବି ମ୍ୟାଚ ଜିତି ପାରି ନାହିଁ ।

ପୁଲ D -ପୁଲ Dରେ ଇଂଲଣ୍ଡ, ଭାରତ, ସ୍ପେନ, ୱେଲ୍ସ ରହିଛି । ଇଂଲଣ୍ଡ ୭ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଛି । ଇଂଲିସ ଟିମ ଦୁଇଟି ମ୍ୟାଚ ଜିତି ଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ହୋଇଛି । ସେହିପରି ଆୟୋଜକ ଭାରତ ମଧ୍ୟ ପୁଲ D ପଏଣ୍ଟ ଟେବୁଲରେ ୭ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି । ଟିମ ଇଣ୍ଡିଆ ୩ ଟି ମ୍ୟାଚରୁ ୨ ଟି ମ୍ୟାଚରେ ବିଜୟ ଲାଭ କରିଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ହୋଇଛି । ସ୍ପେନ ୩ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ୩ ଟି ମ୍ୟାଚରୁ ଗୋଟିଏ ବିଜୟ ଲାଭ କରିଥିବା ବେଳେ ୨ ଟି ମ୍ୟାୟରେ ପରାସ୍ତ ହୋଇଛି । ୱେଲ୍ସ ୩ ଟି ଲିଗ ମ୍ୟାଚରୁ କୌଣସି ମ୍ୟାଚରେ ବିଜୟ ସ୍ବାଦ ଚାଖି ପାରିନାହିଁ ।

ABOUT THE AUTHOR

...view details