ଓଡିଶା

odisha

Womens Junior Asia Cup: ଫାଇନାଲରେ ଭାରତ, ଆଜି କୋରିଆ ସହ ମୁକାବିଲା

By

Published : Jun 11, 2023, 8:24 AM IST

ମହିଳା ଜୁନିୟର ଏସିଆ କପରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛି । ସେମିଫାଇନାଲରେ ଜାପାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ । ଅଧିକ ପଢନ୍ତୁ

ମହିଳା ଜୁନିୟର ଏସିଆ କପ
womens junior asia cup 2023 semi final

ନୂଆଦିଲ୍ଲୀ:ଉଜବେକିସ୍ତାନ, ମାଲେସିଆ, କୋରିଆ, ଚାଇନିଜ ତାଇପେଇ ଓ ଜାପାନକୁ ହରାଇ ଫାଇନାଲ ପାଇଁ ପଥ ପରିଷ୍କାର କରିଛି ଭାରତୀୟ ଜୁନିୟର ହକି ଦଳ । ଜାପାନରେ ଚାଲିଥିଲା ମହିଳା ଜୁନିୟର ଏସିଆ କପରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ସେମିଫାଇନାଲ ମ୍ୟାଚରେ ଘରୋଇ ଜାପାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଭରାତୀୟ ଦଳ । 1-0ଗୋଲରେ ଜାପାନକୁ ହରାଇ ଫାଇନାଲ ସ୍ଥାନ ହାସଲ କରିଛି ଭାରତ । ଆଜି କୋରିଆ ବିପକ୍ଷରେ ମହାମୁକାବିଲା ଖେଳିବ ଭାରତୀୟ । ଦଳର ଏହି ସଫଳତା ପାଇଁ କେନ୍ଦ୍ର କ୍ରୀଡାମନ୍ତ୍ରୀ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ବିଜୟରେ ଏହି ଟୁର୍ଣ୍ଣାମେଣ୍ଟ ଶେଷ କରିବାକୁ ଲକ୍ଷ୍ୟ ରଖିଛି ।

ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହୋଇଥିଲା । ଦୁଇ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ । ତୃତୀୟ କ୍ବାର୍ଟର ସୁଦ୍ଧା କେହି ଗୋଲ କରିନଥିଲେ କି ଗୋଲି କରିବାକୁ ସୁଯୋଗ ଦେଇନଥିଲେ । ଶେଷରେ ଚତୁର୍ଥ କ୍ବାର୍ଟରର 47 ମିନିଟରେ ଭାରତ ଏକ ଗୋଲି କରି 1-0 ଗୋଲରେ ଆଗୁଆ ଥିଲା । ଶେଷ 13 ମିନିଟରେ ଗୋଲ ପରିଶୋଧ କରିବାକୁ ଜାପାନ ଉଦ୍ୟମ କରି ବିଫଳ ହୋଇଥିଲା ଫଳରେ ଭାରତ ମ୍ୟାଚଟିକୁ କବଜା କରି ନେଇଥିଲା । ଏହି ବିଜୟ ସହ ଭାରତ ଜୁନିୟର ବିଶ୍ବକପ ହକି ପାଇଁ ଯୋଗ୍ୟତା ଅର୍ଜନ କରିଛି । ନଭେମ୍ବର 29ରୁ ସାଣ୍ଟିଆଗୋରେ ଜୁନିୟର ମହିଳା ବିଶ୍ବକପ ଆୟୋଜିତ ହେବ । ସେହିପରି ଅନ୍ୟ ଏକ ସେମିଫାଇନାଲ ମ୍ୟାଚରେ ଦକ୍ଷିଣ କୋରିଆ 2-0 ଗୋଲରେ ଚୀନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଆଜି ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।

ଏହା ବି ପଢନ୍ତୁ...WTC Final Day 4 Stumps: ଭାରତ ୧୬୪/୩, ବିଜୟ ପାଇଁ ଆବଶ୍ୟକ ଆଉ ୨୮୦

ଏହା ବି ପଢନ୍ତୁ...WTC Final: କୋହଲି ଓ ପୂଜାରାଙ୍କୁ ଆଉଟ କରିବାକୁ ବଲ ଟାମ୍ପରିଂ ହୋଇଥିଲା କହିଲେ ପୂର୍ବତନ ପାକ୍‌ କ୍ରିକେଟର

ବିଜୟ ଗୋଲ ଦେଲେ ଓଡିଶାର ସୁନେଲିତା ଟପ୍ପୋ: ଜାପାନ ବିପକ୍ଷ ସେମିଫାଇନାଲ ମୁକାବିଲା କଡା କଡି ହୋଇଥିଲା । ଗୋଲ କରିବାକୁ ସୁଯୋଗ ଖୋଜୁଥିଲେ ଦୁଇ ଦଳ । ଏହି ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ଭାରତ ପାଇଁ ଏକମାତ୍ର ତଥା ନିର୍ଣ୍ଣାୟକ ଗୋଲ ଦେଇଥିଲେ ଓଡିଶାର ସୁନେଲିତା ଟପ୍ପୋ । ସେ ଅନ୍ତିମ କ୍ବାର୍ଟରର 47 ମିନିଟରେ ଗୋଲ ସ୍କୋର କରିଥିଲେ । ଏହା ପୂର୍ବରୁ ଅନ୍ତିମ ପୁଲ ମ୍ୟାଚରେ ଚାଇନିଜ ଚାଇପେ ବିପକ୍ଷରେ ସୁନେଲିତା 2ଟି ଗୋଲ କରିଥିଲେ ।

ପ୍ରକାଶଥାଉ କି, ଜୁନ 3 ତାରିଖରେ ମହିଳା ହକି ଜୁନିୟର ଏସିଆ କପରେ ଭାରତ ତାର ପ୍ରଥମ ମ୍ୟାଚରେ ଉଜବେଗିସ୍ତାନକୁ ଭେଟିଥିଲା । ଏହି ମ୍ୟାଚରେ 22-0 ଗୋଲର ବଡ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ହକି ଦଳ । ଦ୍ବିତୀୟ ମ୍ୟାଚରେ ମାଲେସିଆକୁ ଭେଟିଥିଲା ଭାରତ । ଏଥିରେ 2-1ରେ ମ୍ୟାଚ କବଜାକୁ ନେଇଥିଲା ଭାରତ । ତୃତୀୟ ମ୍ୟାଚରେ କୋରିଆ ବିପକ୍ଷ ମୁକାବିଲା 2-2ରେ ଡ୍ର ହୋଇଥିଲା । ଅନ୍ତିମ ପୁଲ ମ୍ୟାଚରେ ଚାଇନିଜ ତାଇପେଇକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା । ସେମି ସମରରେ ଜାପାନକୁ ପରାସ୍ତ କରିଛି । ଏ ପର୍ଯ୍ୟନ୍ତ ଅପରାଜେୟ ରହିଛି ଭାରତ ।

ABOUT THE AUTHOR

...view details