ନୂଆଦିଲ୍ଲୀ:ଜାପାନାରେ ଚାଲିଥିବା ହକି ମହିଳା ଜୁନିୟର ଏସିଆ କପରେ ଭାରତ ତାର ତୃତୀୟ ମୁକାବିଲାରେ କୋରିଆକୁ ଭେଟିଥିଲା । ଏହି ମ୍ୟାଚ ଡ୍ର ହୋଇଛି । 2-2 ଗୋଲରେ ମ୍ୟାଚ ଅମୀମାଂସିତ ରହିଥିଲା । ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ ।
ମ୍ୟାଚଟି ସଂଘର୍ଷପୂର୍ଣ୍ଣ ରହିଥିଲା । କୋରିଆ ପ୍ରଥମରୁ ଆଟାକିଂ ମୁଡରେ ଖେଳିଥିଲା । ପ୍ରଥମେ ପ୍ରଭାବ ବିସ୍ତାର କରି ଖେଳିବା ସହ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା 2ଟି ଗୋଲ ସ୍କୋର କରି ଆଗୁଆ ରହିଥିଲା । 15 ମିନିଟରେ ୟୁଜିନି ଲି ଓ 30 ମିନିଟରେ ଜିୟୋନ ଚୋଇ ଗୋଲ ଦେଇଥିଲେ । ଭାରତ ଗୋଲ ପରିଶୋଧ କରିବାକୁ ଜୋରଦାର ପ୍ରୟାସ କରିଥିଲା । କାଉଣ୍ଟର ଆଟାକ ମଧ୍ୟ କରିଥିଲା । ଶେଷରେ ଦ୍ବିତୀୟ ଭାଗରେ ଭାରତ ଜବରଦସ୍ତ କମବ୍ୟାକ କରିଥିଲା ।
ଦ୍ବିତୀୟ ଭାଗରେ ଭାରତ 2ଟି ଗୋଲ କରିଥିଲା । 43 ମିନିଟରେ ଦୀପିକା ସୋରେନ ଓ 54 ମିନିଟରେ ଦୀପିକା ଏହି ଦୁଇଟି ଗୋଲ ଦେଇ ଦଳକୁ ପରାସ୍ତ ହେବାରୁ ରକ୍ଷା କରିଥିଲେ । ରୁତାଜା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ପୁଲ-ଏରେ ଭାରତ ଏଯାଏଁ ଅପରାଜେୟ ରହିଛି । ଭାରତ ତାର ଅନ୍ତିମ ପୁଲ ମ୍ୟାଚରେ ଆସନ୍ତାକାଲି (ଗୁରୁବାର) ଚାଇନିଜ ତାଇପେଇକୁ ଭେଟିବ । ମୋଟ 3ଟି ମ୍ୟାଚ ଖେଳି 2ଟି ବିଜୟ ଓ ଗୋଟିଏ ଡ୍ର ସହ 7 ପଏଣ୍ଟ ପାଇଁ ଶୀର୍ଷ ସ୍ଥାନରେ ରହିଛି ଭାରତ । ଦକ୍ଷିଣ କୋରିଆ ସମାନ 7 ପଏଣ୍ଟ ପାଇଥିଲେ ସୁଦ୍ଧା ଗୋଲ ବ୍ୟବଧାନରେ ପଏଣ୍ଟ ଟେବୁଲ ଦ୍ବିତୀୟ ସ୍ଥାନରେ ରହିଛି ।