ହାଇଦ୍ରାବାଦ: 15 ବର୍ଷୀୟ କୁନି ଗଲ୍ଫ ଖେଳାଳି ଅର୍ଜୁନ ବୟସରେ ଛୋଟ ହୋଇପାନ୍ତି କିନ୍ତୁ ସେ କରିଥିବା କାର୍ଯ୍ୟ ଆଜି ତାଙ୍କୁ ସଭିଙ୍କ ନଜରେ ଉପରକୁ ଉଠାଇ ଦେଇଛି । କୋରୋନା ମୁକାବିଲା ପାଇଁ ସେ ନିଜର ତିନୋଟି ବିଶ୍ବ ଜୁନିୟର ଗଲ୍ଫ ଚାମ୍ପିଅନଶିପ ଟ୍ରଫି, ଗୋଟିଏ ରାଷ୍ଟ୍ରୀୟ ଚାମ୍ପିଅନଶିପର ଟ୍ରଫି ଓ ନିଜର ଅନ୍ୟ ସମସ୍ତ ଟ୍ରଫି ବିକ୍ରି କରି 4 ଲକ୍ଷ 30 ହଜାର ଟଙ୍କା ଏକାଠି କରିବାରେ ସକ୍ଷୱମ ହୋଇଛନ୍ତି ।
ଗ୍ରେଟର ନୋଏଡାର ଗଲ୍ଫ ଖେଳାଳି ଅର୍ଜୁନ ଭାଟି 2016 ଓ 2018ରେ ୟୁଏସ କିଡ୍ସ ଜୁନିୟର ୱାର୍ଲଡ ଚାମ୍ପିୟନଶିପ ଓ ଗତବର୍ଷ ଏଫସିଜି କାଲାୱେ ଜୁନିୟର ୱାର୍ଲଡ ଚାମ୍ପିୟନଶିପ ଜିତି ଥିଲେ । ଅର୍ଜୁନ ପିଏମ କେୟାର ପାଣ୍ଠିକୁ ଟ୍ରଫି ବିକ୍ରି କରି ଏକଜୁଟ କରିଥିବା ଧନରାଶିକୁ ଦାନ କରିଛନ୍ତି ।
ଅର୍ଜୁନ କହିଛନ୍ତି ଯେ ଅର୍ଥ ଏକତ୍ରିତ କରିବା ପାଇଁ ସେ ନିଜର ସମସ୍ତ ଟ୍ରଫିକୁ ନିଜର ସମ୍ପର୍କୀୟ ଓ ନିଜ ପିତା-ମାତାଙ୍କ ବନ୍ଧୁଙ୍କୁ ବିକ୍ରି କରିଛନ୍ତି । ସେ ମଙ୍ଗଳବାର ଏନେଇ ଟ୍ବିଟ କରିଛନ୍ତି ଯେ, ‘ଦେଶ ବିଦେଶରୁ ଜିତିଥିବା 102ଟି ଟ୍ରଫି ଏହି ସଙ୍କଟ ସମୟରେ ମୁଁ 102 ଲୋକଙ୍କୁ ଦେଇ ଦେଇଛି । ସେଥିରୁ ଅର୍ଜିତ 4 ଲକ୍ଷ 30 ହଜାର ଟଙ୍କା ମୁଁ ଦେଶର ସହାୟତା ପାଇଁ ପିଏମ କେୟାର୍ସ ପାଣ୍ଠିକୁ ଦାନ କରିଛି ।
ଅର୍ଜୁନ ଏହାସହ ଲେଖିଛନ୍ତି ଯେ, ‘ମୋ ଯୋଗଦାନ ନେଇ ମୋ ଜେଜେମା ପ୍ରଥମେ କାନ୍ଦିଲେ ଓ ପରେ କହିଲେ, ‘ଏହି ସମୟରେ ଅସଲି ଅର୍ଜୁନ ହେଉଛ ତୁମେ, ମାନବ ଜୀବନକୁ ବଞ୍ଚାଇବା ବର୍ତ୍ତମାନ ଗୁରୁତ୍ବପୂର୍ଣ୍ଣ । ଭବିଷ୍ୟତରେ ଟ୍ରଫି ଜିତା ଯାଇ ପାରିବ ।’
ତେବେ ଅର୍ଜୁନଙ୍କ ଏହି କାର୍ଯ୍ୟକୁ ନେଇ ପ୍ରଧାନମନ୍ତ୍ରୀ ଲେଖିଛି, ‘ଦେଶବାସୀଙ୍କର ଏହି ଭାବନା ହିଁ କୋରୋନା ମହାମାରୀ ସମୟରେ ସବୁଠାରୁ ବଡ଼ ସମ୍ବଳ ।’