ଓଡିଶା

odisha

ETV Bharat / sports

Wheelchair Fencing World Cup-2022: ପ୍ରତିଯୋଗିତାରେ ଭାଗନେବେ 4 ଓଡିଆ

ଥାଇଲାଣ୍ଡର ପଟାୟା ସହରରେ ଆସନ୍ତା ୧୯-୨୨ ମେ' ୨୦୨୨ରେ ହେବାକୁ ଥିବା Wheelchair Fencing World Cup-2022ରେ ଓଡ଼ିଶାର ୪ ଖେଳାଳି ଭାଗନେବେ । ଅଧିକ ପଢନ୍ତୁ

Wheelchair Fencing World Cup-2022: ପ୍ରିତିଯୋଗିତାରେ ଭାଗନେବେ 4 ଓଡିଆ
Wheelchair Fencing World Cup-2022: ପ୍ରିତିଯୋଗିତାରେ ଭାଗନେବେ 4 ଓଡିଆ

By

Published : May 18, 2022, 8:47 PM IST

ଭୁବନେଶ୍ବର: ଥାଇଲାଣ୍ଡର ପଟାୟା ସହରରେ ଆସନ୍ତା ୧୯-୨୨ ମେ' ୨୦୨୨ ହେବାକୁ ଥିବା Wheelchair Fencing World Cup-2022 ରେ ଓଡ଼ିଶାର ୪ ଖେଳାଳି ଭାଗନେବେ । ଭାଗ ନେବାକୁ ଥିବା ଖେଳାଳିମାନେ ହେଉଛନ୍ତି ପୂଜାସ୍ୱନି ନାୟକ, ଭି.ରମେଶ ରାଓ, ରାଖାଲ୍ କୁମାର ସେଠୀ ଏବଂ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାଏ ।

ଭାରତୀୟ ଦଳରେ ଓଡ଼ିଶାର ସ୍ଥାନ ପାଇଛନ୍ତି ଅଭିଜ୍ଞ ଖେଳାଳି ଭି.ରମେଶ ରାଓ, ରାଖାଲ୍ ସେଠୀ, ପୂଜାସ୍ୱନି ନାୟକ ଓ ଓଡିଶାରୁ ପ୍ରଥମ ଥର ପାଇଁ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାଏଙ୍କୁ ଚୟନ କରାଯାଇଛି । ୨୦୨୧-୨୦୨୨ ଜାତୀୟ ଚାମ୍ପିଅନସିପ୍‌ରେ ରାଖାଲ ଓ ପୂଜାସ୍ୱନି ବ୍ୟକ୍ତିଗତ ଓ ଦଳଗତ ୬ ପଦକ ହାସଲ କରିଥିବାବେଳେ ଭି.ରମେଶ ରାଓ ବ୍ୟକ୍ତିଗତ ଓ ଦଳଗତ ୫ ଓ ପ୍ରଫୁଲ୍ଲ ବ୍ୟକ୍ତିଗତ ଓ ଦଳଗତ ୪ ଲେଖାଏଁ ପଦକ ହାସଲ କରିଥିଲେ । ଖେଳାଳିମାନେ ବିଶ୍ୱକପରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିବା ସହିତ ଉତ୍ତରୋତ୍ତର କାମନା କରିଛି ପାରା ସ୍ପୋର୍ଟସ ଆସୋସିଏସନ ଅଫ୍ ଓଡ଼ିଶା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details