ଓଡିଶା

odisha

By

Published : Feb 7, 2022, 5:26 PM IST

ETV Bharat / sports

FIH Pro League: ମଙ୍ଗଳବାର ମୁହାଁମୁହିଁ ହେବେ ଭାରତ-ଫ୍ରାନ୍ସ

ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାରେ ଫ୍ରାନ୍ସ ବିପକ୍ଷରେ ବର୍ଷ ୨୦୨୨ର ନୂଆ ମିଶନ ଆରମ୍ଭ କରିବାକୁ ଯାଉଛି । FIH ହକି ପ୍ରୋ-ଲିଗ୍‌ ଟୁର୍ନାମେଣ୍ଟରେ ବିଶ୍ବର ନମ୍ବର ୩ ଟିମ ଦକ୍ଷିଣ ଆଫ୍ରିକା ଓ ଫ୍ରାନ୍ସ ବିପକ୍ଷରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିବ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

FIH Pro League India and France will clash on Tuesday
FIH Pro League: ମଙ୍ଗଳବାର ମୁହାଁମୁହିଁ ହେବେ ଭାରତ-ଫାନ୍ସ

ଦକ୍ଷିଣ ଆଫ୍ରିକା: ଭାରତୀୟ ହକି ଟିମ ପାଇଁ ବର୍ଷ ୨୦୨୧ ସଫଳତମ ବର୍ଷ ରହିଥିଲା । ପ୍ରାୟ ୪ ଦଶନ୍ଧିରୁ ଅଧିକ ସମୟ ପରେ ହକି ଟିମ ୨୦୨୦ ଟୋକିଓ ଅଲମ୍ପିକ୍‌ ଖେଳରେ କାଂସ୍ୟ ପଦକ ଜିତି ଇତିହାସ ରଚିଥିଲା । ତେବେ ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାରେ ଫ୍ରାନ୍ସ ବିପକ୍ଷରେ ବର୍ଷ ୨୦୨୨ର ନୂଆ ମିଶନ ଆରମ୍ଭ କରିବାକୁ ଯାଉଛି । ବିଶ୍ବର ନମ୍ବର ୩ ଟିମ ଦକ୍ଷିଣ ଆଫ୍ରିକା ଓ ଫ୍ରାନ୍ସ ବିପକ୍ଷରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିବ ଟିମ ଇଣ୍ଡିଆ । ବିଜୟ ନୋଟ୍‌ରୁ ବର୍ଷ ୨୦୨୨ର ଆରମ୍ଭ କରିବାକୁ ଉତ୍ସାହିତ ଥିବା କହିଛନ୍ତି ଭାରତୀୟ ଟିମର ଭାଇସ-କ୍ୟାପଟେନ୍‌ ହରମନପ୍ରୀତ ସିଂହ ।

ହରମନପ୍ରୀତ କହିଛନ୍ତି, ୨୦୨୨ରେ ପ୍ରଥମ ଆସାଇନମେଣ୍ଟ ପାଇଁ ବାସ୍ତବରେ ଉତ୍ସାହିତ ରହିଛୁ । ଦୁଇଟି ଶକ୍ତିଶାଳୀ ଟିମ ବିପକ୍ଷରେ ସିଜିନ ଆରମ୍ଭ କରିବାକୁ ଯାଉଛୁ । ସକରାତ୍ମକ ଆରମ୍ଭ କରିବା ଲକ୍ଷ୍ୟ ରହିବ । FIH ହକି ପ୍ରୋ-ଲିଗ୍‌ ଟୁର୍ନାମେଣ୍ଟ ଆଗାମୀ ପ୍ରମୁଖ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରିବାକୁ ସହାୟକ ହେବ ।


ଏହାମଧ୍ୟ ପଢନ୍ତୁ: FIH Hockey Pro League: ଚାଇନାକୁ ୭-୧ରେ ଧୂଳି ଚଟାଇଲା ଭାରତ

ଗତଥର ଭାରତୀୟ ଟିମର ସାମ୍ନା ଫ୍ରାନ୍ସ ସହ ୨୦୧୫ ହକି ୱାର୍ଲ୍ଡ ଲିଗ୍‌ ସେମିଫାଇନାଲରେ ହୋଇଥିଲା, ଯେଉଁଥିରେ ବିରୋଧୀ ଟିମ ୩-୨ରେ ମ୍ୟାଚ୍‌ ଜିତିଥିଲା । ହରମନପ୍ରୀତ କହିଛନ୍ତି, ଏହି ମ୍ୟାଚ୍‌ ଟିମ ପାଇଁ ଆହ୍ବାନପୂର୍ଣ୍ଣ ହେବ । ଦୀର୍ଘ ସମୟ ଧରି ଫ୍ରାନ୍ସ ବିପକ୍ଷରେ ମ୍ୟାଚ୍‌ ଖେଳିନି ଭାରତ । ଫ୍ରାନ୍ସ ଏକ ଶକ୍ତିଶାଳୀ ଟିମ ହୋଇଥିବାରୁ ଏହି ମ୍ୟାଚ୍‌ ଆହ୍ବାନପୂର୍ଣ୍ଣ ହେବ । ମନପ୍ରୀତ ସିଂହଙ୍କ ନେତୃତ୍ବରେ ଭାରତୀୟ ଟିମ ଫେବୃଆରୀ ୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ । ଶେଷଥର ଦୁଇଟିମ ଭୁବନେଶ୍ବରରେ ଖେଳାଯାଇଥିବା FIH ପୁରୁଷ ସିରିଜ ଫାଇନାଲରେ ସାମ୍ନାସାମ୍ନି ହୋଇଥିଲେ, ଯେଉଁଥିରେ ଭାରତ ୫-୧ରେ ମ୍ୟାଚ୍‌ ଜିତିଥିଲା ।

ABOUT THE AUTHOR

...view details