ଓଡିଶା

odisha

ETV Bharat / sports

20 ବର୍ଷରୁ କମ୍ ବିଶ୍ବକପ ଭେନ୍ୟୁ ନୀରିକ୍ଷଣ କରିବ ଫିଫା - ଅଣ୍ଡର-20 ଫିଫା ବିଶ୍ବକପ ଭେନ୍ୟୁ ନୀରିକ୍ଷଣ କରିବ ଫିଫା

2021, 20 ବର୍ଷରୁ କମ ଫିଫା ବିଶ୍ବକପ ଆୟୋଜନ କରିବ ଇଣ୍ଡୋନେସିଆ । ସେପ୍ଟେମ୍ବରରେ ଭେନ୍ୟୁ ସମୀକ୍ଷା ପାଇଁ ଯିବେ ଫିଫା ପ୍ରତିନିଧି ଦଳ । ଅଧିକ ପଢ଼ନ୍ତୁ...

FIFA to inspect 2021 U-20 World Cup venues, U-20 World Cup venues in Indonesia, ଅଣ୍ଡର-20 ଫିଫା ବିଶ୍ବକପ ଭେନ୍ୟୁ ନୀରିକ୍ଷଣ କରିବ ଫିଫା, ଫିଫା
ଅଣ୍ଡର-20 ଫିଫା ବିଶ୍ବକପ ଭେନ୍ୟୁ ନୀରିକ୍ଷଣ କରିବ ଫିଫା

By

Published : Jul 4, 2020, 9:21 PM IST

ଜାକର୍ତ୍ତା: ଫିଫା ପ୍ରତିନିଧିମାନେ ସେପ୍ଟେମ୍ବରରେ ଇଣ୍ଡୋନେସିଆ ଗସ୍ତରେ ଯାଇ 2021, ଫିଫା 20 ବର୍ଷରୁ କମ ବିଶ୍ବକପ୍ ଭେନ୍ୟୁ ଗୁଡିକର ସ୍ଥିତି ସମୀକ୍ଷା କରିବା ସହ ଆକଳନ କରିବେ ବୋଲି ଇଣ୍ଡୋନେସିଆ ଫୁଟବଲ ଆସୋସିଏସନ କହିଛି ।

ଜିନହୁଆ ନ୍ୟୁଜ ଏଜେନ୍ସି ରିପୋର୍ଟ କରିଛି ଯେ ଇଣ୍ଡୋନେସିଆ ଆସନ୍ତା 2021 ଫିଫା 20ରୁ କମ ବିଶ୍ବକପ ପାଇଁ 10ଟି ଷ୍ଟାଡିୟମ ମଧ୍ୟରୁ 6ଟିକୁ ତାଲିକାଭୁକ୍ତ କରିଥିବା ଘୋଷଣା କରିଛି ।

ଇଣ୍ଡୋନେସିଆ ଫୁଟବଲ ଆସୋସିଏସନର ମୁଖ୍ୟ ମୋଚାମଡ ଇରିଆୱାନ କହିଛନ୍ତି ଯେ, ‘‘ନିଶ୍ଚିତ ଭାବରେ ସେପ୍ଟେମ୍ବରରେ ଫିଫା ପ୍ରତିନିଧିମାନେ ଇଣ୍ଡୋନେସିଆକୁ ଆସିବେ।’’

ସରକାର ଏବଂ ଆସୋସିଏସନ ବର୍ତ୍ତମାନ 2021, ଫିଫା 20 ବର୍ଷରୁ କମ ବିଶ୍ବକପ ପାଇଁ ସହଯୋଗୀ ସ୍ପୋର୍ଟ୍ସ ଷ୍ଟାଡିୟମ ଯାହା ଭେନ୍ୟୁ ନିକଟରେ ରହିଛି ତାହାର ନିର୍ମାଣ ଉପରେ ଧ୍ୟାନ ଦେଉଛନ୍ତି ବୋଲି ଶନିବାର ମିଡିଆ ରିପୋର୍ଟ କରିଛି ।

ଫିଫା ପାଞ୍ଚଟି ସହାୟକ କ୍ରୀଡା ଷ୍ଟାଡିୟମ ଆବଶ୍ୟକ କରେ ଯାହା ଭେନ୍ୟୁ ନିକଟବର୍ତ୍ତୀ ହୋଇଥିବ । ଯାହାକି ଅଂଶଗ୍ରହଣକାରୀ ମାନଙ୍କୁ ଅଭ୍ୟାସ କରିବାରେ ସହାୟକ ହେବ ବୋଲି ଆସୋସିଏସନ ମୁଖ୍ୟ କହିଛନ୍ତି ।

ମୋଚାମଡ କହିଛନ୍ତି, ଅନେକ କ୍ରୀଡ଼ା ଷ୍ଟାଡିୟମରେ ପୂର୍ବରୁ ଭଲ ସୁବିଧା ଅଛି, ବିଶେଷକରି ଜାକର୍ତ୍ତାରେ, କିନ୍ତୁ ଅନ୍ୟ ଜାଗାରେ ଥିବା ଷ୍ଟାଡିୟମ ସବୁ ମଧ୍ୟ ଶୀଘ୍ର ପ୍ରସ୍ତୁତ ହୋଇଯବ। 2021 ଫିଫା 20 ବର୍ଷରୁ କମ ବିଶ୍ବକପ ମେ 20ରୁ ଜୁନ12, 2021 ପର୍ଯ୍ୟନ୍ତ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ସେପଟେ ଆସନ୍ତା ବର୍ଷ ଭାରତରେ ଫିଫା 17 ବର୍ଷରୁ କମ ମହିଳା ବିଶ୍ବକପ ଅନୁଷ୍ଠିତ ହେବ।

ମାର୍ଚ୍ଚ 7ରେ ନବି ମୁମ୍ବାଇରେ ଫାଇନାଲ ଆୟୋଜନ ହେବ । 17 ଫେବୃଆରୀରେ ଗୁଆହାଟୀ ଠାରେ ଏହାର ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହେବା ।

@IANS

ABOUT THE AUTHOR

...view details