ଚେନ୍ନାଇ: ନାମ ଆରତି ଆରୁନ । ପେସାରେ ଡେଣ୍ଟାଲ ସର୍ଜନ । ଦୁଇଟି ସନ୍ତାନର ମାଆ । ହେଲେ ନିଶା ଭାରତ୍ତୋଳନ । ଏସିଆନ ଭାରତ୍ତୋଳନ ଚମ୍ପିଆନସିପ୍ରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ମଧ୍ୟ ଜିତି ସାରିଛନ୍ତି ଆରତି ।
ହେଲେ ଦୁଖର ସହିତ ତାଙ୍କୁ ନିଜ ଜନ୍ମମାଟିରେ ଅଣଦେଖା କରାଯାଉଥିବା ସେ କହିଛନ୍ତି । ସେ ଦେଶ ପାଇଁ ଏସିଆନ ଚମ୍ପିଆନ ଭଳି ଟୁର୍ଣ୍ଣାମେଣ୍ଟରେ ପ୍ରତିନିଧିତ୍ବ କରିଛନ୍ତି । ବିଜୟର ଧ୍ବଜା ଉଡାଇଛନ୍ତି । ତ୍ରୀରଙ୍ଗାର ସେବା କରିଛନ୍ତି । ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଭାରତର ପରିଚୟ ବୃଦ୍ଧି କରିଛନ୍ତି । ହେଲେ ତାଙ୍କର ଏହି ସଫଳତାକୁ ନିଜ ଜନ୍ମ ମାଟିରେ ସମ୍ମାନ ଦିଆଯାଉନାହିଁ ବୋଲି ଆରତି କ୍ଷୋଭର ସହିତ କହିଛନ୍ତି । ତାଙ୍କର ଏହି ସଫଳତାକୁ ସରକାରୀ ସ୍ତରରେ ପରିଚୟ ମିଳୁନାହିଁ । ତାଙ୍କୁ ଚିହ୍ନିବା ପାଇଁ କ'ଣ ତାଙ୍କର ଦୁଖ କାହାଣୀ ଦରକାର ବୋଲି ସେ ପ୍ରଶ୍ନ କରିଛନ୍ତି ।