ଓଡିଶା

odisha

By

Published : May 18, 2021, 6:02 PM IST

ETV Bharat / sports

ବଢିଲା ସୁଶୀଲଙ୍କ ଅଡୁଆ, ଆଗୁଆ ଜାମିନ ଆବେଦନ ଖାରଜ

କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ କୋର୍ଟ । ଅଧିକ ପଢନ୍ତୁ...

Sushil Kumar
Sushil Kumar

ନୂଆଦିଲ୍ଲୀ: ଷ୍ଟାର କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ବଢିଲା ଅଡୁଆ । କୌଣସି ବି ମୂହୁର୍ତ୍ତରେ ଗିରଫ ହୋଇପାରନ୍ତି ସୁଶୀଲ । ଛତ୍ରଶାଲ ଷ୍ଟାଡିୟମରେ 23 ବର୍ଷୀୟ ଯୁବ କୁସ୍ତିଯୋଦ୍ଧା ସାଗର ରାଣାଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇଛନ୍ତି ସୁଶୀଲ ।

ଦିଲ୍ଲୀ ପୋଲିସ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା(ଲୁକ ଆଉଟ ନୋଟିସ) ଜାରି କରିଛି । ତେବେ ଗିରଫଦାରୀରୁ ବର୍ତ୍ତିବାକୁ ସୁଶୀଲ, ଦିଲ୍ଲୀର ଏକ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ, ଯାହାକୁ କୋର୍ଟ ଖାରଜ କରିଦେଇଛନ୍ତି ।

ଫଳରେ ପୋଲିସ ସୂତ୍ରରୁ ଫେରାର କୁହାଯାଉଥିବା ସୁଶୀଲଙ୍କର ଗିରଫ ସମ୍ଭାବନା ବୃଦ୍ଧି ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details