ଓଡିଶା

odisha

ETV Bharat / sports

ସ୍ଵସ୍ତି, ଦିନେଶଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡାମନ୍ତ୍ରୀ

ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏସିଆନ ଟ୍ରାକ ସାଇକ୍ଲି ଚମ୍ପିଅନସିପରେ ବ୍ରୋ଼ଞ୍ଜ ପଦକ ବିଜେତା ଓଡିଶାର ସ୍ବସ୍ତି ସିଂ ଓ ଦିନେଶ କୁମାରଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ସମ୍ବର୍ଦ୍ଧିତ କରିବା ସହ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

By

Published : Jul 5, 2022, 10:55 AM IST

ସ୍ଵସ୍ତି ଦିନେଶଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା
ସ୍ଵସ୍ତି ଦିନେଶଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏସିଆନ ଟ୍ରାକ ସାଇକ୍ଲି ଚମ୍ପିଅନସିପରେ ବ୍ରୋ଼ଞ୍ଜ ପଦକ ବିଜେତା ଓଡିଶାର ସ୍ବସ୍ତି ସିଂ ଓ ଦିନେଶ କୁମାରଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ସମ୍ବର୍ଦ୍ଧିତ କରିବା ସହ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଛନ୍ତି । କଳିଙ୍ଗ ହକି ଷ୍ଟାଡିୟମ୍ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କ୍ରୀଡାମନ୍ତ୍ରୀ ଉଭୟ ସାଇକ୍ଲିଷ୍ଟଙ୍କୁ ଭତ୍ତରୀୟ, ଫଳକ ଦେଇ ସମ୍ବର୍ଦ୍ଧିତ କରିବା ସହ 2 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଛନ୍ତି ।

ସ୍ଵସ୍ତି ଦିନେଶଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା

ଦିନେଶ ବର୍ମିଂହାମରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଭାରତୀୟ ଦଳର ସ୍ଥାନ ପାଇଛନ୍ତି । ଏସିଆନ ଟ୍ରାକ ସାଇକ୍ଲିଂ ଚାମ୍ପିଅନସିପର ଟିମ ପର୍ଶ୍ୟୁଟ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ ସ୍ବସ୍ତି ଓ ଦୀନେଶ । ଏହି ପ୍ରତିଯୋଗିତାରେ ଭାରତ 1ଟି ରୌପ୍ୟ ଓ 8ଟି ବ୍ରୋଞ୍ଜ ସହ ମୋଟ 9ଟି ପଦକ ସହ ସପ୍ତମ ସ୍ଥାନରେ ରହିଥିଲା ।

ସ୍ଵସ୍ତି ଦିନେଶଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା
ସ୍ଵସ୍ତି ଦିନେଶଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା

ଆଗାମୀ ଦିନରେ ସେମାନେ ଅଧିକ ଭଲ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ । ସେମାନଙ୍କ ଏହି ସଫଳତା ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଆଣିବା ସହ ଆଗାମୀ ପିଢ଼ିଙ୍କୁ କ୍ରୀଡ଼ା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ଅନୁପ୍ରାଣିତ କରିବ ବୋଲି କହିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ଏହି ଅବସରରେ ବିଗତ କିଛିବର୍ଷର ନିରନ୍ତର ସାହାଯ୍ୟ ଓ ସହଯୋଗ ପାଇଁ ସମ୍ବର୍ଦ୍ଧିତ ହୋଇଥିବା ଉଭୟ କ୍ରୀଡ଼ାବିତ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ରାଜ୍ୟ ସରକାରଙ୍କ ଏହି ପ୍ରୋତ୍ସାହନ ଆମକୁ ଆଗାମୀ ଦିନରେ ଅଧିକ ପରିଶ୍ରମ କରି ଅଧିକ ଉତ୍କର୍ଷ ପ୍ରତିପାଦନ ପାଇଁ ଉତ୍ସାହିତ କରିବ ବୋଲି କହିଥିଲେ ଉଭୟ ଖେଳାଳୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details