ଓଡିଶା

odisha

ETV Bharat / sports

CWG 2022: 5 ସ୍ୱର୍ଣ୍ଣ ଆଶାୟୀ ଖେଳାଳି

ଜୁଲାଇ 28 ତାରିଖରୁ ବର୍ମିଂହାମରେ ଆରମ୍ଭ ହେବାକୁ ଯାଉଥିବା କମନ ୱେଲଥ ଗେମ୍ସରେ ଭାରତୀୟ ପ୍ରତିଯୋଗୀଙ୍କଠାରେ ଉତ୍ସାହ ଦେଖିବାକୁ ମିଳିଛି । ଆଥଲେଟିକ୍ସଙ୍କ ପାଖରୁ କମନ ୱେଲଥ ଗେମ୍ସରେ ସ୍ବର୍ଣ୍ଣ ପଦକ ଆଶା ରଖାଯାଇପାରେ ଆସନ୍ତୁ ସେମାନଙ୍କୁ ନଜର ପକାଇବା ଅଧିକ ପଢନ୍ତୁ

By

Published : Jul 26, 2022, 10:34 PM IST

CWG 2022 : 5 ସ୍ବର୍ଣ୍ଣ ଆଶାୟୀ ଖେଳାଳୀ
CWG 2022 : 5 ସ୍ବର୍ଣ୍ଣ ଆଶାୟୀ ଖେଳାଳୀ

ହାଇଦ୍ରାବାଦ: ଆରମ୍ଭ ହେବାକୁ ଯାଉଛି କମନ ୱେଲଥ ଗେମ୍ସ (Commonwealth Games) । ଏଥିପାଇଁ ଆଥଲେଟିକ୍ସଙ୍କର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ଜୁଲାଇ 28 ତାରିଖରୁ ବର୍ମିଂହାମରେ ଆରମ୍ଭ ହେବାକୁ ଯାଉଥିବା କମନ ୱେଲଥ ଗେମ୍ସରେ ଭାରତୀୟ ପ୍ରତିଯୋଗୀଙ୍କଠାରେ ଉତ୍ସାହ ଦେଖିବାକୁ ମିଳିଛି ।

କମନୱେଲଥ ଗେମ୍ସରେ ଟୋକିଓ ଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା ଖେଳିବେ ନାହିଁ ଏନେଇ ଭାରତକୁ ଏକ ବଡ ଝଟକା ଲାଗିଛି । ଆହତ ପାଇଁ କମନୱେଲଥ ଗେମ୍ସରୁ ବାଦ ପଡିଛନ୍ତି ନୀରଜ । ତେବେ ନିରୋଜ ଚୋପ୍ରାଙ୍କୁ ଛାଡିଦେଲେ ଆଉ କେଉଁ କେଉଁ ଆଥଲେଟିକ୍ସଙ୍କ ପାଖରୁ କମନ ୱେଲଥ ଗେମ୍ସରେ ସ୍ବର୍ଣ୍ଣ ପଦକ ଆଶା ରଖାଯାଇପାରେ ଆସନ୍ତୁ ସେମାନଙ୍କୁ ନଜର ପକାଇବା

ପିଭି ସିନ୍ଧୁ

ପିଭି ସିନ୍ଧୁ

ଅଲମ୍ପିକରେ ଦୁଇ ଥର ପଦକ ବିଜେତା ପିଭି ସିନ୍ଧୁଙ୍କ ପାଖରୁ କମନ ୱେଲଥ ଗେମ୍ସରେ ଭାରତ ନିଶ୍ଚିତ ରୁପରେ ପଦକ ଆଶା ରଖିଛି । ସିନ୍ଧୁ କମନ ୱେଲଥ ଗେମ୍ସରେ ପୂର୍ବରୁ ମହିଳା ସିଙ୍ଗଲ୍ସରେ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ହାତେଇ ସାରିଛନ୍ତି । ସେହିପରି ଡବଲ୍ସ ମହିଳା ଇଭେଣ୍ଟରେ ପିଭି ସିନ୍ଧୁ ଗୋଲ୍ଡ ମ୍ୟାଡେଲ ହାତେଇଥିଲେ । ସେପଟେ ଏଥର କମନ ୱେଲଥ ଗେମ୍ସ 2022ରେ ଚୀନ ଏବଂ ଜାପାନର ପ୍ରତିଦ୍ବନ୍ଦୀ ଖେଳାଳୀ ଭାଗ ନେଉନାହାଁନ୍ତି । ଏହା ପିଭି ସିନ୍ଧୁଙ୍କ ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିବାକୁ ସୁବର୍ଣ୍ଣ ସୁଯୋଗ ହୋଇପାରେ ।

ମୀରାବାଇ ଚାନୁ

ମୀରାବାଇ ଚାନୁ

ଟୋକିଓ ଅଲମ୍ପିକରେ ମୀରା ବାଇ ଚାନୁ ରୌପ୍ୟ ପଦକ ଜିତି ଦେଶକୁ ଗୌରବାନ୍ବିତ କରିଥିଲେ । ସେହିପରି ସେ 2018 ସଂସ୍କରଣ କମନ ୱେଲଥ ଗେମ୍ସରେ ସେ ସ୍ବର୍ଣ୍ଣ ପଦକ ହାତେଇଥିଲେ । ଏହା ସହିତ 2014 କମନ ୱେଲଥ ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ । ଚଳିତ ଥର 2022 ମସିହା କମନ ୱେଲଥ ଗେମ୍ସରେ ଭାରତ ତାଙ୍କଠାରୁ ସ୍ବର୍ଣ୍ଣ ପଦକ ଆଶା ରଖିଛି ।

ରବି କୁମାର ଦହିୟା

ରବି କୁମାର ଦହିୟା

ବିଶ୍ବର ଦୁଇ ନମ୍ବର କୁସ୍ତି ତାରକା 57 କିଲୋ ଭାର ବର୍ଗରେ ଭାରତ ତରଫରୁ ପ୍ରଦର୍ଶନ କରିବେ । ରବି ଦହିୟା ଟୋକିଓ ଅଲମ୍ପିକରେ ଦେଶକୁ ରୌପ୍ୟ ପଦକ ଭେଟି ଦେଇଥିଲେ । ତେବେ ଅଲମ୍ପିକରେ ପ୍ରଦର୍ଶନ ପରେ ରବି ଦହିୟାଙ୍କର ପ୍ରଦର୍ଶନ ଦମଦାର ରହିଛି । 2022 ଏସିଆଇ ଚମ୍ପିଆନସିପରେ ରବି ଦହିୟା ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଚଳିତ ଥର କମନ ୱେଲଥ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ ପାଇଁ କୁସ୍ତି ଖେଳିବେ ।

ନିକହତ ଜରିନ

ନିକହତ ଜରିନ

26 ବର୍ଷିୟା ନିକହତ ଜରିନ 2022 ମସିହା ଜୁନ ମାସରେ ଅନୁଷ୍ଠିତ ହୋଇଥିବା ୱମେନ୍ସ ୱଲ୍ଡ ବକ୍ସିଂ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ନିକହତ ଜରିନ ୱମେନ୍ସ ୱଲ୍ଡ ବକ୍ସିଂ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ହାସଲ କରିବାରେ ପଞ୍ଜମ ତମ ମହିଳା ବକ୍ସର ଅଟନ୍ତି । ତେବେ ସେ ୱଲ୍ଡ ଚମ୍ପିଆନସିପ ବନିବା ପରେ ତାଙ୍କ ଫ୍ୟାନ୍ସ ତାଙ୍କ ପାଖରୁ କମନ ୱେଲଥ ଗେମ୍ସରେ ସ୍ବର୍ଣ୍ଣ ପଦକ ଆଶା କରିଛନ୍ତି ।

ମନିକା ବାତ୍ରା

ମନିକା ବାତ୍ରା

27 ବର୍ଷିୟା ଟେବୁଲ ଟେନିସ ତାରକା ମନିକା ବାତ୍ରା 2018 ସଂସ୍କରଣ କମନ ୱେଲଥ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ତେବେ କ୍ରୀଡାପ୍ରେମୀଙ୍କର ନଜର ତାଙ୍କ ଉପରେ ନିଶ୍ଚିତ ଭାବରେ ରହିବ । ଚଳିତ ଥର କମନ ୱେଲଥ ଗେମ୍ସରେ ସେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିପାରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ABOUT THE AUTHOR

...view details