ଓଡିଶା

odisha

ETV Bharat / sports

କୋରୋନା ମୁକାବିଲା: ଚେସ ଖେଳାଳିଙ୍କ ପ୍ରୟାସଙ୍କୁ ମୋଦିଙ୍କ ପ୍ରଶଂସା - PM Modi lauds chess stars

ଅନଲାଇନରେ ଚେସ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ପିଏମ କେୟାର୍ସ ଫଣ୍ଡ ପାଇଁ ଅର୍ଥ ରାଶି ଯୋଗାଡ କରିଛନ୍ତି ଭାରତୀୟ ଚେସ ତାରକା ମାନେ । ଅଧିକ ପଢନ୍ତୁ...

covid-19-pm-modi-lauds-chess-stars-for-arranging-online-exhibition-match
କୋରୋନା ମୁକାବିଲା: ଚେସ ଖେଳାଳିଙ୍କ ପ୍ରୟାସଙ୍କୁ ମୋଦିଙ୍କ ପ୍ରଶଂସା

By

Published : Apr 15, 2020, 10:17 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଅଗ୍ରଣୀ ଭାରତୀୟ ଚେସ ଖେଳାଳିଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି । କାରଣ ଅନଲାଇନରେ ଚେସ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ପିଏମ କେୟାର୍ସ ପାଣ୍ଠି ପାଇଁ ଅର୍ଥ ରାଶି ଯୋଗାଡ଼ କରିଛନ୍ତି ଏହି ଭାରତୀୟ ଚେସ ତାରକମାନେ । ଏହି ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ବିଶ୍ବ ଚମ୍ପିଆନ ବିଶ୍ବନାଥ ଆନନ୍ଦ, ବିଦିତ ଗୁଜରାଟୀ, ପି ହରିକୃଷ୍ଣ ଏବଂ ବି ଅଧିବାନ, କୋନେରୁ ହୁମ୍ପି ଏବଂ ଧାରିକା ।

ବୁଧବାର ଅପରାହ୍ନରେ ମୋଦି ଏକ ଟ୍ବିଟ କରି ଲେଖିଛନ୍ତି, ‘‘ଆମ ଚେସ ଖେଳାଳିଙ୍କ ଅଭିନବ ପ୍ରୟାସ ଏବଂ ଦୟାଳୁ ଭାବମୁର୍ତ୍ତିକୁ ମୁଁ ପ୍ରଶଂସା କରୁଛି । ମୁଁ ନିଶ୍ଚିତ ଯେ ଅଂଶଗ୍ରହଣକାରୀମାନେ ଏହି ପ୍ରତିଯୋଗିତାକୁ ଖୁବ ଉପଭୋଗ କରିଥିବେ ।’’

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର କହିଛି ଯେ, 11.41 ପ୍ରତିଶତ କୋରୋନା ଭାଇରସ ରୋଗୀ ଏହି ସଂକ୍ରମଣରୁ ଉଦ୍ଧାର ହୋଇଛନ୍ତି । ମୋଟ 170ଟି ଜିଲ୍ଲା ହଟସ୍ପଟ ଚିହ୍ନଟ ହୋଇଥିବା ବେଳେ 207 ଟି ନନ୍‌ ହଟସ୍ପଟ୍ ବୋଲି ଚିହ୍ନଟ କରାଯାଇଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ମୋଟ 11,933ରେ ପହଞ୍ଚିଛି । 392 ଜଣ ଲୋକ ଏହି ରୋଗରେ ମୃତ୍ୟୁ ବରଣ କରିଛନ୍ତି । ସେହିପରି 1,305 ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି ।

ABOUT THE AUTHOR

...view details