ଓଡିଶା

odisha

ETV Bharat / sports

ମୋନିକାଙ୍କ କୋରୋନା ସଚେତନତା ବାର୍ତ୍ତା: 'ଘରେ ରୁହ, ସୁସ୍ଥ ରୁହ' - ଲକଡାଉନ ସଚେତନତା

ମହାମାରୀ କୋରୋନା ମୁକାବିଲା ପାଇଁ ସାରା ଦେଶରେ ଲାଗୁ ହୋଇଛି ଲକଡାଉନ । ଭାରତୀୟ ଟେବୁଲ ଟେନିସ ଷ୍ଟାର ତଥା କମନୱେଲ୍ଥ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ମୋନିକା ବାତ୍ରା, ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି ଲୋକଙ୍କୁ ଅପିଲ କରିଛନ୍ତି । ଅଧିକ ପଢନ୍ତୁ...

COVID-19 outbreak
ମୋନିକାଙ୍କ କୋରୋନା ସଚେତନତା ବାର୍ତ୍ତା: 'ଘରେ ରୁହ ସୁସ୍ଥ ରୁହ'

By

Published : Mar 29, 2020, 4:16 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ମୁକାବିଲା ପାଇଁ ସାରା ଦେଶରେ ଲାଗୁ ହୋଇଛି ଲକଡାଉନ । COVID-19 ଭୁତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ଘରେ ରହିବାକୁ ପ୍ରଧାନମନ୍ତ୍ରୀ ମୋଦି ଅପିଲ କରିଛନ୍ତି।

ମୋନିକା ବାତ୍ରା

ତେବେ ଅନେକ ସ୍ଥାନରେ ଲୋକେ ସଚେତନ ହେଉନଥିବା ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ସମସ୍ତେ ସଚେତନତା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଟେବୁଲ ଟେନିସ ଷ୍ଟାର ମୋନିକା ବାତ୍ରା ସାମିଲ ହୋଇଛନ୍ତି । ଦେଶର ଏହି କଠିନ ସମୟରେ ନିଜ ସହ ସମସ୍ତଙ୍କ ସୁରକ୍ଷା ପାଇଁ ଘରେ ରୁହନ୍ତୁ ବୋଲି ସମସ୍ତଙ୍କୁ ଅପିଲ କରିଛନ୍ତି ମୋନିକା ବାତ୍ରା । ଏଥିସହିତ କମନୱେଲ୍ଥ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ମୋନିକା ବାତ୍ରା କହିଛନ୍ତି ଏହା ଧୈର୍ଯ୍ୟର ସମୟ । ଦେଶର ଜଣେ ସଚେତନ ନାଗରିକ ଭାବେ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।

ମୋନିକାଙ୍କ କୋରୋନା ସଚେତନତା ବାର୍ତ୍ତା: 'ଘରେ ରୁହ ସୁସ୍ଥ ରୁହ'

24 ବର୍ଷିୟା ମୋନିକା ଘରେ ପରିବାର ସହ ସମୟ କାଟୁଛନ୍ତି । ଦେଶବ୍ୟାପି 21 ଦିନ ଲକଡାଉନ ଘୋଷଣା ପରେ, କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ, ଅନ୍ତର୍ଜାତୀୟ ଅଲମ୍ପିକ ଆସୋସିଏସନ(IOA)ସମସ୍ତ ପ୍ରକାର ପ୍ରଶିକ୍ଷଣ ଓ ପ୍ରସ୍ତୁତି ଶିବିରକୁ ବାତିଲ କରିଛି ।

ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ(MoHFW)ର ସୂଚନା ଅନୁଯାୟୀ ଦେଶରେ ଏଯାବତ 873 ଜଣ କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 19 ଜଣଙ୍କ ମୂତ୍ୟୁ ହେ୍ଇଥିବା ମଧ୍ୟ ଜଣାପଡିଛି । ମାର୍ଚ୍ଚ 11ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO)କୋରୋନା ଭାଇରସ(COVID-19)ମହାମାରୀ ଘୋଷଣା କରିଛି ।

ବ୍ୟୁରୋ ରିପାର୍ଟ, ଇଟିଭି ଭାରତ

ABOUT THE AUTHOR

...view details