ଓଡିଶା

odisha

Commonwealth Games 2022: ବର୍ମିଂହାମ ଅଭିମୁଖେ ବ୍ୟାଡ୍‌ମିଣ୍ଟନ ଟିମ ଇଣ୍ଡିଆ

By

Published : Jul 25, 2022, 4:37 PM IST

ଆରମ୍ଭ ହାଇସାରିଛି ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା 2022 ପାଇଁ କାଉଣ୍ଟଡାଉନ(Commonwealth Games 2022) । ଭାରତୀୟ କମନୱେଲ୍ଥ ବ୍ୟାଡ୍‌ମିଣ୍ଟନ ଟିମ ଆଜି(ଜୁଲାଇ 25) ରାଜୀବଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ହାଇଦ୍ରାବାଦରୁ ବର୍ମିଂହାମ ଅଭିମୁଖେ ଉଡାଣ ଭରିଛନ୍ତି । ଅଧିକ ପଢନ୍ତୁ

Commonwealth Games 2022: SAI gives a send-off to badminton team at Hyderabad airport
Commonwealth Games 2022: ବର୍ମିଂହାମ ଅଭିମୁଖେ ବ୍ୟାଡ୍‌ମିଣ୍ଟନ ଟିମ ଇଣ୍ଡିଆ

ହାଇଦ୍ରାବାଦ: ଆରମ୍ଭ ହାଇସାରିଛି ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା 2022 ପାଇଁ କାଉଣ୍ଟଡାଉନ(Commonwealth Games 2022) । ଭାରତୀୟ କମନୱେଲ୍ଥ ବ୍ୟାଡ୍‌ମିଣ୍ଟନ ଟିମ ଆଜି(ଜୁଲାଇ 25) ରାଜୀବଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ହାଇଦ୍ରାବାଦରୁ ବର୍ମିଂହାମ ଅଭିମୁଖେ ଉଡାଣ ଭରିଛନ୍ତି । ସେଥିପାଇଁ ଭାରତୀୟ କ୍ରୀଡା ପ୍ରାଧୀକରଣ(SAI) ବ୍ୟାଡ୍‌ମିଣ୍ଟନ ଟିମ ଇଣ୍ଡିଆ ପାଇଁ ହାଇଦ୍ରାବାଦ ବିମାନବନ୍ଦରରେ Send-off କାର୍ଯ୍ୟକ୍ରମର ଆଯୋଜନ କରିଥିଲା । ରାଜ୍ୟଗୋଷ୍ଠୀ କ୍ରୀଡା 2022 (CWG) ଜୁଲାଇ 28ରୁ ଅଗଷ୍ଟ 8 ପର୍ଯ୍ୟନ୍ତ ବର୍ମିଂହାମରେ ଖେଳାଯିବା ନେଇ ସୂଚୀ ରହିଛି ।

ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ବ୍ୟାଡ୍‌ମିଣ୍ଟନ ଟିମକୁ ଶୁଭେଚ୍ଛା ଜଣାଇ ବିଜୟକାମନା କରିଛି । 10 ସଦସ୍ୟ ବିଶିଷ୍ଟ ବ୍ୟାଡମିଣ୍ଟନ ଟିମ ବର୍ମିଂହାମ ଅଭିମୁଖେ ଉଡାଣ ଭରିଛନ୍ତି । ହାଇଦ୍ରାବାଦରେ ବ୍ୟାଡମିଣ୍ଟନ ଆସୋସିଏସନ ଅଫ୍‌ ଇଣ୍ଡିଆ ଜୁଲାଇ 18ରୁ 24 ମଧ୍ୟରେ ଯୁଗ୍ମ ଅଭ୍ୟାସ ସେସନର ଆୟୋଜନ କରିଥିଲା । ମହିଳା ବର୍ଗରେ ଦୁଇ ଥରର ଅଲମ୍ପିକ ପଦକ ବିଜେତା ପିଭି ସିନ୍ଧୁଙ୍କ ନେତୃତ୍ବରେ ଭାରତୀୟ ଟିମ ଶକ୍ତିଶାଳୀ ରହିଛି । ଟିମରେ ରହିଛନ୍ତି, ଆକର୍ଷି କଶ୍ୟପ, ତ୍ରେଷା ଜଲି, ଗାୟତ୍ରୀ ପି ଓ ଅଶ୍ବିନି ପୋନାପ୍ପା ।

ସିନ୍ଧୁ ନିକଟରେ ଚାଇନିଜ ଖେଳାଳି ଝି ୟି ୱାଙ୍ଗଙ୍କୁ 3 ସେଟ୍‌ ବିଶିଷ୍ଟ ଫାଇନାଲ ମ୍ୟାଚ୍‌ରେ ହରାଇ ସିଙ୍ଗାପୁର ଓପନ ଟାଇଟେଲ ବିଜେତା ହୋଇଛନ୍ତି । ଏହା ତୃତୀୟ ଫାଇନାଲରେ ସିନ୍ଧୁଙ୍କ ପ୍ରଥମ ସୁପର 500 ଟାଇଟେଲ୍‌ । ପୁରୁଷ ଟିମରେ 2021 ବିଶ୍ବ ଚମ୍ପିଆସିପ୍‌ ରୌପ୍ୟ ବିଜତା କିଦାମ୍ବୀ ଶ୍ରୀକାନ୍ତ, ବ୍ରୋଞ୍ଜ ବିଜେତା ଲକ୍ଷ ସେନ ଓ ବି ସୁମିତ ରେଡ୍ଡି ରହିଛନ୍ତି । ସେହିପରି ଷ୍ଟାର ଡବଲ୍ସ ଯୋଡି ଚିରାଗ ସେଟ୍ଟୀ ଓ ସାତ୍ତ୍ବିକସାଇରାଜ ରେଙ୍କିରେଡ୍ଡି ରହିଛନ୍ତି ।

2018 ଗୋଲ୍ଡକୋଷ୍ଟରେ ହୋଇଥିବା ଗତ ସଂସ୍କରଣର କମନୱେଲ୍ଥ ଗେମ୍ସରେ ଭାରତ ମିକ୍ସଡ ଟିମ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଥିଲା ଓ 6ଟି ପଦକ ସହ ଶୀର୍ଷରେ ରହିଥିଲା । ଏଥିରେ 2ଟି ସ୍ବର୍ଣ୍ଣ, 3ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ରହିଥିଲା । ସେଟ୍ଟୀ ଓ ରେଙ୍କିରେଡ୍ଡି ପୁରୁଷ ଡବଲ୍ସରେ ଐତିହାସିକ ରୌପ୍ୟ ପଦକ ମଧ୍ୟ ଜିତିଥିଲେ ।

ABOUT THE AUTHOR

...view details