ଓଡିଶା

odisha

CWG 2022: ୨୦୦ ମିଟର ସେମିରେ ଢିଙ୍ଗ୍‌ ଏକ୍ସପ୍ରେସ୍‌ ହିମା ଦାସ, ବଢିଲା ପଦକ ଆଶା

By

Published : Aug 4, 2022, 7:36 PM IST

ସ୍ପ୍ରିଟିଂ ଇଭେଣ୍ଟର ରାଉଣ୍ଡ ୱାନ୍‌ ହିଟ୍‌-୨ ରେସ୍‌ରେ ପ୍ରଥମ ସ୍ଥାନରେ ରହି ସେମିକୁ ଉନ୍ନିତ ହୋଇଛନ୍ତି ହିମା ଦାସ । ଏହି ଇଭେଣ୍ଟ୍‌ରେ ସେମିଫାଇନାଲ୍‌କୁ ଉନ୍ନିତ ହୋଇଛନ୍ତି ହିମା ଦାସ । ଅଧିକ ପଢ଼ନ୍ତୁ

CWG 2022: ବଢ଼ିଲା ପଦକ ଆଶା, ୨୦୦ ମି ସ୍ପ୍ରିଟିଂ ଇଭେଣ୍ଟର ସେମିରେ ପହଞ୍ଚିଲେ ହିମା ଦାସ
CWG 2022: ବଢ଼ିଲା ପଦକ ଆଶା, ୨୦୦ ମି ସ୍ପ୍ରିଟିଂ ଇଭେଣ୍ଟର ସେମିରେ ପହଞ୍ଚିଲେ ହିମା ଦାସ

ବର୍ମିଂହାମ୍‌:ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଆଥଲେଟ୍‌ଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ୨୦୦ ମିଟର ସ୍ପ୍ରିଟିଂ ଇଭେଣ୍ଟର ମହିଳା ବିଭାଗରେ(Women's 200m Sprinting Event) ସେମିଫାଇନାଲ୍‌କୁ ଉନ୍ନିତ ହୋଇଛନ୍ତି ଢିଙ୍ଗ୍‌ ଏକ୍ସପ୍ରେସ ହିମା ଦାସ(Hima Das ) । ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଏହି ଇଭେଣ୍ଟରେ ରାଉଣ୍ଡ ୱାନ୍‌ ହିଟ୍‌-୨ ରେସ୍‌ରେ ପ୍ରଥମ ସ୍ଥାନରେ ରହି ସେମିକୁ ଉନ୍ନିତ ହୋଇଛନ୍ତି ହିମା ଦାସ । ୨୩.୪୨ ସେକେଣ୍ଡ ମଧ୍ୟରେ ଫିନିସ୍‌ ଲାଇନ୍‌ ପାର୍‌ କରିଛନ୍ତି ।

ଏହି ରାଉଣ୍ଡରେ ହିମା ଦାସଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଥିଲେ ଜାମ୍ବିଆର ରୋଡା ନବୁ । ସେ ୨୩.୮୫ ସେକେଣ୍ଡରେ ଫିନିସ୍‌ ଲାଇନ୍‌ ପାର୍‌ କରିଛନ୍ତି । ଏହି ହିଟ୍‌ ରାଉଣ୍ଡରେ ଫିନିସ୍‌ ଲାଇନ୍‌ ପାର୍‌ କରିଥିବା ପ୍ରଥମ 3 ଜଣଙ୍କୁ ସେମିକୁ ଟିକେଟ ମିଳିଛି । ହିମା ଦାସ ସେମିକୁ ଉନ୍ନିତ ହେବାପରେ ଟ୍ରାକ୍‌ ଇଭେଣ୍ଟରେ ଭାରତର ଆଉ ଏକ ପଦକ ଆଶା ବୃଦ୍ଧି ପାଇଛି ।

ଏହାପୂର୍ବରୁ ଉଚ୍ଚଡିଆଁ(high jump) ଇଭେଣ୍ଟରେ ତେଜସ୍ବିନ ଶଙ୍କର କାଂସ୍ୟ ପଦକ ହାସଲ କରିଛନ୍ତି । ଏହି ଇଭେଣ୍ଟ୍‌ରେ ପ୍ରଥମ ଥର ପାଇଁ ପଦକ ହାସଲ କରିଛି ଭାରତ । ହିମା ଦାସ ସେମିକୁ ଉନ୍ନିତ ହେବାପରେ ଭାରତର ପଦକ ଆଶା ବୃଦ୍ଧି ପାଇଛି ।

ABOUT THE AUTHOR

...view details