ନ୍ୟୁୟର୍କ: ୟୁଏସ୍ ଓପନ ଟାଇଟଲ ଜିତି ଇତିହାସ ରଚିଲେ ୧୯ ବର୍ଷୀୟା ଟେନିସ୍ ତାରକା କୋକୋ ଗୌଫ । ଆମେରିକାର ଏହି ମହିଳା ଟେନିସ୍ ତାରକା ୟୁଏସ୍ ଓପନରେ ସିଙ୍ଗଲ୍ସ ବିଭାଗ ଫାଇନାଲରେ ଚମ୍ପିଆନ୍ ହୋଇଛନ୍ତି । ଏହି ଫାଇନାଲ୍ ଫାଇଟ୍ରେ ବେଲାଲୁସ୍ର ଆରିନା ସେବଲେଙ୍କାଙ୍କୁ ୨-୬, ୬-୩ ଓ ୬-୨ରେ ପରାସ୍ତ କରି ଚମ୍ପିଆନ୍ ହୋଇଛନ୍ତି କୋକୋ ଗୌଫ । ଏହା ସହିତ ସେ ଲଗାତାର ଭାବେ ୧୨ଟି ମ୍ୟାଚରେ ବିଜୟୀ ହୋଇ ରେକର୍ଡ କରିଛନ୍ତି । ନ୍ୟୁୟର୍କର ଆର୍ଥର ଏସ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଫାଇନାଲ ମ୍ୟାଚ୍ରେ ସେ ଆରିନାଙ୍କୁ ଅତି ସହଜରେ ହରାଇ ଦେଇଥିଲେ । ୧୯୯୯ ମସିହାର ଚମ୍ପିଆନ୍ ସେରେନା ୱିଲିୟମ୍ସଙ୍କ ପରେ ୟୁଏସ୍ ଓପନ ଜିତିବାରେ ପ୍ରଥମ ମହିଳା ଖେଳାଳି ହେଉଛନ୍ତି କୋକୋ ଗୌଫ ।
ଏହା ମଧ୍ୟ ପଢ଼ନ୍ତୁ...US Open: ସେମିରେ ବୋପାନ୍ନା-ମ୍ୟାଥ୍ୟୁ ଏବଡେନ ଯୋଡି
ଏଥିରେ ଗୌଫଙ୍କ ପ୍ରତିପକ୍ଷ ସେବଲେଙ୍କାଙ୍କୁ ମେଡିକାଲ ଟାଇମ୍ ଆଉଟ୍ ପର୍ଯ୍ୟନ୍ତ ନେବାକୁ ପଡ଼ିଥିଲା । ସେବଲେଙ୍କାଙ୍କ କଠିନ ସଂଘର୍ଷ ସତ୍ତ୍ବେ ଗୌଫ ପ୍ରଥମ ଥର ଏହି ଟାଇଟଲ ଜିତିବାରେ ସଫଳ ହୋଇଥିଲେ । ଏହି ବିଜୟ ସହିତ ସେ ଏକ ନୂଆ ଇତିହାସ ମଧ୍ୟ ରଚିଛନ୍ତି । ୧୯୯୯ ମସିହା ପରେ ୟୁଏସ୍ ଓପନ ଜିତିବାରେ ପ୍ରଥମ ମହିଳା ଖେଳାଳି ହେଉଛନ୍ତି କୋକୋ ଗୌଫ୍ । ୧୯୯୯ ମସିହାରୁ ସେରେନା ୱିଲିୟମ୍ସ ୟୁଏସ୍ ଓପନ ଜିତିଥିଲେ । ଟିନ୍-ଏଜର ଭାବେ ସେରେନା ଏହି ଟାଇଟଲ ହାସଲ କରିବାର ରେକର୍ଡ ନିଜ ନାମରେ ରଖିଥିଲେ । ଏହାର ୨୪ ବର୍ଷ ପରେ ଗୌଫ ଏହି ସଫଳତା ହାସଲ କରିଛନ୍ତି ।