ଭୁବନେଶ୍ବର: ଓଡିଆ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା । ଅର୍ଜୁନ ପୁରସ୍କାର ଜିତିବା ପରେ ପ୍ରମୋଦ ଆଜି ଓଡିଶା ଫେରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ।
ଏଥିସହିତ ୩୦ଲକ୍ଷ ୯୫ହଜାର ଟଙ୍କାର ଏକ ଚେକ୍ ପ୍ରମୋଦଙ୍କୁ ପୁରସ୍କାର ସ୍ବରୂପ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି । ଏହି ଓଡ଼ିଆ ପୁଅ ନିକଟରେ ସ୍ବିଜରଲାଣ୍ଡର ବାସେଲଠାରେ ଅନୁଷ୍ଠିତ ପାରା-ବ୍ୟାଡ୍ମିଣ୍ଟନ ବିଶ୍ବ ଚମ୍ପିଆନସିପରେ ୨ଟି ସ୍ବର୍ଣ୍ଣ ପଦକ ହାସଲ କରି ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ।