ଓଡିଶା

odisha

ETV Bharat / sports

ISSF ମାନ୍ୟତା: ଅଞ୍ଜୁମଙ୍କୁ କ୍ୟାରିଅରର ଶ୍ରେଷ୍ଠ ମାନ୍ୟତା

ISSF ସୁଟିଂ ମାନ୍ୟତା ପ୍ରକାଶ ପାଇଛି । ଭାରତର ସୁଟିଂ କୁଇନ ଅଞ୍ଜୁମ ମୌଦଗିଲ ବିଶ୍ବର 2 ନମ୍ବର ଖେଳାଳି ସ୍ଥାନକୁ ଉଠିଛନ୍ତି ।

By

Published : May 14, 2019, 11:58 PM IST

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ନୂଆଦିଲ୍ଲୀ : ISSF ସୁଟିଂ ମାନ୍ୟତା ପ୍ରକାଶ ପାଇଛି । ଏଥିରେ ଭାରତର ସୁଟିଂ କୁଇନ ଅଞ୍ଜୁମ ମୌଦଗିଲ ରେକର୍ଡ ସ୍ତର ଉପରକୁ ଉଠିଛନ୍ତି । 10 ମିଟର ଏୟାର ରାଇଫଲ ବର୍ଗରେ ବିଶ୍ବର 2 ନମ୍ବର ଖେଳାଳି ହେଲେ ମୌଦଗିଲ । 1ନମ୍ବର ସ୍ଥାନରେ ରହିଛନ୍ତି ଅପୂର୍ଭି ଚାନ୍ଦେଲା ।

25 ବର୍ଷିୟା ଅଞ୍ଜୁମ 2018କମନ ୱେଲଥ ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ ଓ ୱାର୍ଲ୍ଡ ଚମ୍ପିଆନସିପରେ 10 ମିଟର ଏୟାର ରାଇଫଲ ବର୍ଗରେ 2ଟି ରୌପ୍ୟ ପଦକ ଜିତିଥିଲେ ।


ବର୍ଷ 2018ରେ ଅଳ୍ପକେ ଏକାଧିକ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ । ପରେ ସେ ଏହାକୁ ନେଇ ଦୁଖ କରି ନଥିଲେ ବୋଲି କହିଥିଲେ ଚଣ୍ଡିଗଡର ଏହି ସାହସୀ ଝିଅ ।

ABOUT THE AUTHOR

...view details