ହାଇଦ୍ରାବାଦ:ମଙ୍ଗଳବାର ଜାରି ହୋଇଛି ବିଡବ୍ଲୁଏଫ୍ ବିଶ୍ବ ମାନ୍ୟତା (BWF World Ranking) । ଏହି ନୂତନ ବିଡବ୍ଲୁଏଫ୍ ବିଶ୍ବ ମାନ୍ୟତାରେ ଭାରତର ଷ୍ଟାର ସଟଲର୍ ଲକ୍ଷ୍ୟ ସେନ୍ ( Lakshya Sen ) ଦୁଇଟି ସ୍ଥାନ ଆଗକୁ ବଢି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି । ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା । ଗତ କିଛି ଦିନ ପୂର୍ବର ଭାରତର ଏହି ଖେଳାଳି ତାଙ୍କର ଦମଦାର ପ୍ରଦର୍ଶନ ଜାରି କରିଥିଲେ । ସେହିପରି ଅଲମ୍ପିଆନ୍ ପିଭି ସିନ୍ଧୁଙ୍କର ମାନ୍ୟତାରେ ମଧ୍ୟ ଉନ୍ନତି ଘଟିଛି ।
ଜାରି ହୋଇଥିବା ନୂତନ ବିଡବ୍ଲୁଏଫ୍ ବିଶ୍ବ ମାନ୍ୟତାରେ ସେ ଗୋଟିଏ ସ୍ଥାନ ଆଗକୁ ବଢି ପଞ୍ଚମ ସ୍ଥାନରେ ପହଁଞ୍ଚିଛନ୍ତି ପିଭି ସିନ୍ଧୁ । ସେହିପରି କିଦାମ୍ବୀ ଶ୍ରୀକାନ୍ତ ଏବଂ ଏଚଏସ ପ୍ରଣୟ ପୁରୁଷ ଏକକ ବର୍ଗରେ କ୍ରମଶଃ ୧୧ ଏବଂ ୧୨ ସ୍ଥାନରେ ସ୍ଥିର ରହିଛନ୍ତି ।
ସେହିପରି ଫ୍ରେଞ୍ଚ୍ ଓପନ ଚମ୍ପିଆନ ସାତ୍ତ୍ବିକ ସାଇରାଜ ରେଡ୍ଡି ଏବଂ ଚିରାଗ ସେଟ୍ଟୀ ମଧ୍ୟ ଗୋଟିଏ ସ୍ଥାନ ଆଗକୁ ବଢି ପୁରୁଷ ଯୁଗଳ ବିଭାଗରେରେ ନିଜ କ୍ୟାରିୟର ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି । ଉଭୟଙ୍କ ଯୋଡି ବିଡବ୍ଲୁଏଫ୍ ବିଶ୍ୱ ମାନ୍ୟତାରେ ସପ୍ତମ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି । ଏହି ଭାରତୀୟ ଯୋଡି ଦୁଇଟି ବିଡବ୍ଲୁଏଫ୍ ବିଶ୍ୱ ଟାଇଟଲ ତଥା ଇଣ୍ଡିଆ ଓପନ ସୁପର ୫୦୦ ଏବଂ ଫ୍ରେଞ୍ଚ ଓପନ ୭୫୦ ଟାଇଟଲ ବିଜୟୀ ହୋଇଛନ୍ତି ।
ଏହା ସହିତ ସାତ୍ତ୍ୱିକ ସାଇରାଜ ରେଡ୍ଡି ଏବଂ ଚିରାଗ ସେଟ୍ଟୀ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସେହିପରି ବ୍ୟାଡମିଣ୍ଟନ ବିଶ୍ୱ ଚମ୍ପିଆନସିପ୍ରେ ପ୍ରଥମ ଥର ଏହି ଭାରତୀୟ ଯୋଡି କାଂସ୍ୟ ପଦକ ଜିତିଥିଲେ । ଏହି ଖେଳାଳି ଭାରତକୁ ଥୋମାସ କପ୍ ଟାଇଟଲ୍ ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ବହନ କରିଥିଲେ ।