ନୂଆଦିଲ୍ଲୀ:ଟୋକିଓ ଅଲମ୍ପିକ୍ସ ପାଇଁ ପୁନେର ଆର୍ମି କ୍ରୀଡ଼ା ପ୍ରତିଷ୍ଠାନରେ ତାଲିମ ନେବେ ଭାରତୀୟ ବକ୍ସିଂ ତାରକା ମାରି କମ୍ । ତାଙ୍କ ସହ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଆଉ ଦୁଇ ଜଣ ବକ୍ସର ମଧ୍ୟରେ ଏହି କ୍ରୀଡ଼ା ପ୍ରତିଷ୍ଠାନରେ ତାଲିମ ନେବେ । ପ୍ରଥମ ଏହି ଶିବିର ଦିଲ୍ଲୀରେ ଆରମ୍ଭ ହୋଇଥିଲା । ରାଜଧାନୀରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପୁଣେକୁ ଏହି ତାଲିମ ଶିବିର ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି ।
ପୁଣେ ବକ୍ସିଂ ତାଲିମ ଶିବିରରେ 6 ଥରର ବିଶ୍ୱ ଚମ୍ପିଆନ୍ ମାରି କମଙ୍କ ସହ 69 କେଜି ବର୍ଗରେ ଲବ୍ନିନା ବୋର୍ଗହେନ ମଧ୍ୟ ରହିଛନ୍ତି । ସେ ପୂର୍ବରୁ ପୁଣେ କ୍ରୀଡ଼ା ପ୍ରତିଷ୍ଠାନରେ ପହଞ୍ଚି ସାରିଛନ୍ତି । ଲବ୍ନିନାଙ୍କ ସହ 60 କେଜି ବର୍ଗର ସିମରନଜୀତ କୌର ପୁଣେ କ୍ରୀଡ଼ା ପ୍ରତିଷ୍ଠାନରେ ସାମିଲ ହୋଇଛନ୍ତି । ଏହି ତିନି ବକ୍ସିଂ ଖେଳାଳି କ୍ବାରେଣ୍ଟିନରେ ରହିବା ପରେ ତାଲିମରେ ଯୋଗ ଦେବେ । ଏହି ତିନି ବକ୍ସିଂ ଖେଳାଳିଙ୍କ ପାଇଁ ତିନିଟି ପୃଥକପୃଥକ ଗ୍ରୁପ କରାଯାଇଛି । କୋରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଏଭଳି ପୃଥକ ଗ୍ରୁପ କରାଯାଇଥିବା ସୂଚନା ମିଳିଛି।