ଓଡିଶା

odisha

ETV Bharat / sports

ଅବସର ନେବେ ବକ୍ସିଂ କ୍ବିନ ମେରି କମ୍‌ ! - tokyo olympics

6 ଥର ବିଶ୍ବ ଚାମ୍ପିୟନ ତଥା ବକ୍ସିଂ କ୍ୱିନ ମେରି କମ ନିଜ ଅବସର ନେଇ ଦେଇଛନ୍ତି ସୂଚନା । ଆସନ୍ତା ବର୍ଷ ଟୋକିଓ ଅଲମ୍ପିକ ପରେ ସେ ଅବସର ନେଇପାରନ୍ତି ।

ଫାଇଲ ଫଟୋ

By

Published : Jun 7, 2019, 1:07 AM IST

ନୂଆଦିଲ୍ଲୀ: ଗୁରୁବାର ମେରି କମ ନିଜ ଅବସର ନେଇ ଦେଇଛନ୍ତି ସୂଚନା । ଆଗାମୀ ବର୍ଷ ଟୋକିଓ ଅଲମ୍ପିକ ପରେ ମେରିକମ୍‌ ନେବେ ଅବସର । କିନ୍ତୁ ନିଜ କ୍ୟାରିୟରର ଶୀର୍ଷରେ ରହି ଦେଶ ପାଇଁ ସ୍ବର୍ଣ୍ଣ ଜିତି ସେ ସନ୍ନ୍ୟାସ ନେବାକୁ ଚାହାଁନ୍ତି । ସେ ଆହୁରି ମଧ୍ୟ, କହିଛନ୍ତି ଯେ 48 କିଲୋଗ୍ରାମରୁ 51 କିଲୋଗ୍ରାମ ବର୍ଗକୁ ବଦଳି କରିବା ତାଙ୍କ ପାଇଁ ନୂଆ କଥା ନୁହେଁ । କାରଣ ସେ ଅନେକ ସମୟରେ ଏପରି କରିସାରିଛନ୍ତି ।

ଫାଇଲ ଫଟୋ

‘‘2020 ପରେ ମୁଁ ବୋଧହୁଏ ଅବସର ନେବି । ଏତେ ସମୟ ଧରି ଅନ୍ୟ କୌଣସି ଖେଳାଳି ନିଜ କ୍ୟାରିୟରରେ ଏହି ଖେଳକୁ ଖେଳିପାରିବେ ବୋଲି କହିଛନ୍ତି 6 ଥର ୱାର୍ଲ୍ଡ ଚାମ୍ପିୟନ ମେରି । 36 ବର୍ଷୀୟ ମେରି କହିଛନ୍ତି, ତାଙ୍କର ଲକ୍ଷ୍ୟ ସବୁବେଳେ ଦେଶ ପାଇଁ ପଦକ ଜିତିବା । ‘‘ଯେତେବେଳେ ବି ମୁଁ ମୋ ଦେଶ ପାଇଁ ଖେଳେ, ମୋର ଚେଷ୍ଟା ସବୁବେଳେ ସ୍ବର୍ଣ୍ଣ ଜିତିବାର ଥାଏ ।

ଋଷ ଠାରେ ଅକ୍ଟୋବର 3ରୁ ଆରମ୍ଭ ହେଉଥିବା ବିଶ୍ବ ଚାମ୍ପିୟନସିପ ବିଷୟରେ ମେରି କହିଛନ୍ତି ଯେ, ସେ ପ୍ରଥମ ପର୍ଯ୍ୟାୟରେ ହିଁ ଜିତି ପଦକ ହାସଲ କରିବାକୁ ଚେଷ୍ଟା କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details