ହାଇଦ୍ରାବାଦ: 35ତମ ବକ୍ସାମ ଇଣ୍ଟରନ୍ୟାସନାଲ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି । ଏସିଆନ ଚମ୍ପିଆନସିପ ସ୍ବର୍ଣ୍ଣ ପଦକ ବିଜେତା ପୂଜା ରାନୀଙ୍କ ସମେତ 9ଜଣ ଭାରତୀୟ ବକ୍ସର ଫାଇନାଲରେ ପ୍ରବେଶ କରିଛନ୍ତି ।
75 କିଲୋଗ୍ରାମ ବର୍ଗରେ ପୂଜା ରାନୀ, ପାନାମାର ବିଶ୍ବ ଚମ୍ପିଆନ ଆଥେୟନା ବେଲନଙ୍କୁ ହରାଇ ଫାଇନାଲ ଟିକେଟ ହାସଲ କରିଛନ୍ତି ।
ଆରମ୍ଭରୁ ପୂଜା ପ୍ରତିପକ୍ଷଙ୍କ ଉପରେ ପ୍ରଭାବୀ ରହିଥିଲେ ଓ ବିଜୟ ପର୍ଯ୍ୟନ୍ତ ଆକ୍ରମଣାତ୍ମକ ରଣନୀତି ବଜାୟ ରଖିଥିଲେ । ରବିବାର ଆମେରିକାର ମେଲିସା ଗ୍ରାହାମଙ୍କ ସହ ଫାଇନାଲରେ ମୁହାଁମୁହିଁ ହେବେ ପୂଜା ।
ଅନ୍ୟମାନଙ୍କ ମଧ୍ୟରେ 57 କିଲୋଗ୍ରାମ ବର୍ଗରେ ଜଶମିନ ଓ 60 କିଲୋଗ୍ରାମ ବର୍ଗରେ ସିମ୍ରନଜିତ ଫାଇନାଲରେ ପହଞ୍ଚିଛନ୍ତି ।
ନିଜର ପ୍ରଥମ ସିନିୟର ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ଯୁବ ବକ୍ସର ଜଶମିନ ଦମଦାର ପ୍ରଦର୍ଶନ ସହ ଇଟାଲିର ସାରିନ ଚାରାବିଙ୍କୁ 4-1ରେ ହରାଇଥିଲେ । ୟୁରୋପିୟନ ଚମ୍ପିଆନ ଇରମା ଟେଷ୍ଟାଙ୍କୁ ସ୍ବର୍ଣ୍ଣ ପଦକ ମ୍ୟାଚରେ ଭେଟିବେ ଜଶମିନ ।
ସେହିପରି ବିଶ୍ବ ଟେଷ୍ଟ ଚମ୍ପିଆନସିପ ବ୍ରୋଞ୍ଜ ବିଜେତା ସିମ୍ରନଜିତ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ପୁଏର୍ଟୋ ରିକାନ କିରିଆ ତାପିଆଙ୍କୁ 3-2ରେ ହରାଇଛନ୍ତି । ରବିବାର ସିମ୍ରନ ବିଶ୍ବ ଚମ୍ପିଆନସିପ ବ୍ରୋଞ୍ଜ ବିଜେତା ରସିଦା ଇଲିସଙ୍କୁ ଫାଇନାଲ ମୁକାବିଲାରେ ଭେଟିବେ ।
ଅନ୍ୟ ଭାରତୀୟ ବକ୍ସରଙ୍କ ମଧ୍ୟରେ ମହମ୍ମଦ ହୁସାମୁଦ୍ଦିନ, ମନୀଷ କୌଶିକ, ବିକାଶ କ୍ରୀଷ୍ଣନ, ଆଶିଷ କୁମାର, ସୁମିତ ସାଙ୍ଗୱାନ ଓ ସତୀଶ କୁମାର ଫାଇନାଲରେ ପହଞ୍ଚିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ