ଓଡିଶା

odisha

By

Published : Jun 2, 2020, 12:40 PM IST

ETV Bharat / sports

ଖେଳରତ୍ନ ଆୱାର୍ଡ: ବକ୍ସି ଫେଡେରେସନ ପକ୍ଷରୁ ଅମିତ ପଙ୍ଘଲ-ବିକାଶ କ୍ରୀଶନ ମନୋନୀତ

ଖେଳ ପୁରସ୍କାର ପାଇଁ ଭାରତୀୟ ବକ୍ସିଂ ଫେଡେରେସନ(BFI ) ପକ୍ଷରୁ, କ୍ରୀଡା କ୍ଷେତ୍ରର ସର୍ବୋଚ୍ଚ ସମ୍ମାନ, ରାଜୀବ ଗାନ୍ଧି ଖେଳରତ୍ନ ସମ୍ମାନ ପାଇଁ ବକ୍ସର ଅମିତ ପଙ୍ଘଲ ଓ ବିକାଶ କ୍ରୀଶନ ମନୋନୀତ ହୋଇଛନ୍ତି ।

BFI nominates Amit Panghal, Vikas Krishan for Khel Ratna Award; Lovlina, Simranjit, manish for Arjun Award
ଖେଳରତ୍ନ ଆୱାର୍ଡ: ବକ୍ସି ଫେଡେରେସନ ପକ୍ଷରୁ ଅମିତ ପଙ୍ଘଲ-ବିକାଶ କ୍ରୀଶନ ମନୋନୀତ

ନୂଆଦିଲ୍ଲୀ: ଖେଳ ପୁରସ୍କାର ପାଇଁ ଭାରତୀୟ ବକ୍ସିଂ ଫେଡେରେସନ(BFI ) ବକ୍ସରଙ୍କୁ ମନୋନୀତ କରିଛି । କ୍ରୀଡା କ୍ଷେତ୍ରର ସର୍ବୋଚ୍ଚ ସମ୍ମାନ, ରାଜୀବ ଗାନ୍ଧି ଖେଳରତ୍ନ ସମ୍ମାନ ପାଇଁ ବକ୍ସର ଅମିତ ପଙ୍ଘଲ ଓ ବିକାଶ କ୍ରୀଶନ ମନୋନୀତ ହୋଇଛନ୍ତି । ଏଥିସହିତ ଲଭଲିନା ବୋରଗହେନ, ସିମ୍ରନଜିତ କୌର ଓ ମନିଷ କୌଶିକଙ୍କୁ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ କରାଯାଇଛି ।

ଖେଳରତ୍ନ ଆୱାର୍ଡ: ବକ୍ସି ଫେଡେରେସନ ପକ୍ଷରୁ ଅମିତ ପଙ୍ଘଲ-ବିକାଶ କ୍ରୀଶନ ମନୋନୀତ

ଉଭୟ ଅମିତ ପଙ୍ଘଲ ଓ ବିକାଶ କ୍ରୀଶନ ଭାରତୀୟ ବକ୍ସିଂକୁ ଅନେକ ଉପରକୁ ନେଇଛନ୍ତି । ଗତ 4 ବର୍ଷ ଧରି ନିରନ୍ତର ସଫଳ ପ୍ରଦର୍ଶନ ଓ ବକ୍ସିଂ ପ୍ରତି ନିଷ୍ଠାପର ଏକାଗ୍ରତା ଭାରତୀୟ ବକ୍ସିଂ ପାଇଁ ସଫଳତାର ମାଇଲଷ୍ଟୋନ ହୋଇଥିବା, ଭାରତୀୟ ବକ୍ସିଂ ଫେଡେରେସସନ ପକ୍ଷରୁ ଏକ ଘୋଷଣାନାମାରେ କୁହାଯାଇଛି ।

ଏସିଆନ ଗେମ୍ସରେ ସ୍ବର୍ଣ୍ଣ, ଏସିଆନ ଚମ୍ପିଆନସିପରେ ସ୍ବର୍ଣ୍ଣ , କମନୱେଲ୍ଥ ଗେମ୍ସରେ ରୌପ୍ୟ ଓ ୱାର୍ଡ ଚମ୍ପିଆନ ସିପରେ ରୌପ୍ୟ ପଦକ ସହ ଉଭୟ ବକ୍ସର ଇତିହାସ ରଚିଛନ୍ତି ।

ABOUT THE AUTHOR

...view details